ଭୁଟାନରେ ପଶି ଗାଁ ତିଆରି କିରିଛି ଚାଇନା, ସ୍ୟାଟେଲାଇଟରୁ ମିଳିଲା ତଥ୍ୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 17, 2021

ଭୁଟାନରେ ପଶି ଗାଁ ତିଆରି କିରିଛି ଚାଇନା, ସ୍ୟାଟେଲାଇଟରୁ ମିଳିଲା ତଥ୍ୟ

ନୂଆଦିଲ୍ଲୀ: ବିସ୍ତାରବାଦୀ ଚାଇନା ପଡ଼ୋଶୀ ରାଷ୍ଟ୍ରଗୁଡ଼ିକରେ କେମିତି ବେଆଇନ ଭାବେ ଅନୁପ୍ରବେଶ କରି ଏହାକୁ ଦଖଲ କରିବାକୁ ଚାହୁଁଛି, ତା’ର ଆଉ ଏକ ଉଦାହରଣ ଦେଖିବାକୁ ମିଳିଛି। ଭାରତ ସହ ସୀମା ବିବାଦ ସୃଷ୍ଟି କରିଥିବା ଚାଇନା ଏବେ ଭୁଟାନରେ ମଧ୍ୟ ଅନୁପ୍ରବେଶ କରିଛି।

ଭୁଟାନ ସୀମାକୁ ଅତିକ୍ରମ କରି ଚାଇନିଜ ଯବାନମାନେ ବେଆଇନ ଭାବେ ଦଖଲ କରିଛନ୍ତି। ଖାଲି ସେତିକି ନୁହେଁ, ଏହି ଅଞ୍ଚଳକୁ ନିଜର ବୋଲି ପ୍ରମାଣିତ କରିବା ପାଇଁ ଚାଇନା ସେଠାରେ ୪ଟି ଗାଁ ମଧ୍ୟ ତିଆରି କରିଛି। ସାମ୍ନାକୁ ଆସିଥିବା ସ୍ୟାଟେଲାଇଟ ଛବିରୁ ଏପରି ତଥ୍ୟ ହାସଲ ହୋଇଛି।

ଗାଁଗୁଡ଼ିକ ଡୋକଲାମ ନିକଟ ଭୁଟାନ ଓ ଚାଇନା ମଧ୍ୟରେ ଥିବା ବିବାଦୀୟ ଜମିରେ ରହିଛି। ଚାଇନା ୨୦୨୦ରୁ ୨୦୨୧ ମଧ୍ୟରେ ଏହାକୁ ନିର୍ମାଣ କରିଛି। ପ୍ରାୟ ୧୦୦ ବର୍ଗ କିଲୋମିଟର ଅଞ୍ଚଳରେ ଏକାଧିକ ଗାଁ ଚାଇନା ତିଆରି କରିଥିବା ସ୍ୟାଟେଲାଇଟ ଇମେଜ୍‌ରୁ ସ୍ପଷ୍ଟ ଭାବେ ଦେଖିବାକୁ ମିଳୁଛି।

ଚାଇନାର ଏପରି ପଦକ୍ଷେପ ଭାରତ ପାଇଁ ବିଶେଷ ଚିନ୍ତାଜନକ। କାରଣ ଭୁଟାନର ସୀମା ରକ୍ଷା କରିବା ପାଇଁ ଭାରତ ସେଠାରେ ଏକ ସୀମିତ ସଶସ୍ତ୍ର ବାହିନୀ ନିୟୋଜିତ କରିଛି। ସୀମାରେ ଚାଇନାର ସାମରିକ ବିକାଶ ଉପରେ ଅନୁସନ୍ଧାନ କରୁଥିବା @ଡେଟ୍ରେସଫ ତାଙ୍କ ଟ୍ୱିଟରରେ ଲେଖିଛନ୍ତି ଯେ “ଡୋକଲାମ ନିକଟ ଭୁଟାନ ଓ ଚାଇନା ମଧ୍ୟରେ ଥିବା ବିବାଦୀୟ ଜମିରେ ୨୦୨୦-୨୧ରେ ନିର୍ମାଣ କାର୍ଯ୍ୟ କରାଯାଇଛି। ପ୍ରାୟ ୧୦୦ ବର୍ଗ କିଲୋମିଟର ଅଞ୍ଚଳରେ ଅନେକ ନୂଆ ଗାଁ ବିସ୍ତାର କରିଛି। ଏହା ଏକ ନୂଆ ବୁଝାମଣା ନା ଚାଇନାର ବିସ୍ତାରବାଦୀ ନୀତି?”


୨୦୧୭ରେ ଭାରତ ଓ ଚାଇନା ମଧ୍ୟରେ ଡୋକଲାମ ଠାରେ ବିବାଦ ସୃଷ୍ଟି ହୋଇଥିଲା। ଏହାପରେ ଚାଇନା ଡୋକଲାମ ନିକଟରେ ଗୋଟିଏ ଗାଁ ନିର୍ମାଣ କରୁଥିବାର ଖବର ମିଳିଥିଲା। ଏବେ ଭୁଟାନର ଯେଉଁ ଅଞ୍ଚଳରେ ଚାଇନା ଗାଁ ତିଆରି କରିଛି, ତାହା ଡୋକଲାମର ଅତ୍ୟନ୍ତ ନିକଟବର୍ତ୍ତୀ। ତେଣୁ ଭାରତ ପାଇଁ ନୂଆ ଚ୍ୟାଲେଞ୍ଜ ସୃଷ୍ଟି ହେବାର ଆଶଙ୍କା ରହିଛି।

The post ଭୁଟାନରେ ପଶି ଗାଁ ତିଆରି କିରିଛି ଚାଇନା, ସ୍ୟାଟେଲାଇଟରୁ ମିଳିଲା ତଥ୍ୟ appeared first on Odisha Reporter.



from Odisha Reporter https://ift.tt/3x0TPB4

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages