କୋଲକାତା: ସମସ୍ତଙ୍କୁ ବିଚଳିତ କରିବା ଭଳି ଖବର ସାମ୍ନାକୁ ଆସିଛି। ଉତ୍ତର କୋଲକାତାରେ ଥିବା ଶୋଭାବଜାର ଅଞ୍ଚଳରୁ ଏକକାଳୀନ ୫ଟି କୁକୁର ଛୁଆଙ୍କ ମୃତଦେହ ମିଳିଛି। କୁକୁରମାନଙ୍କ ଖାଇବାରେ ବିଷ ଗୋଳାଇ ଦିଆଯାଇଥିଲା। ଫଳରେ ଏହାକୁ ଖାଇ ସେମାନେ ପ୍ରାଣ ହରାଇଥିବା ଜଣାପଡ଼ିଛି।
ଘଟଣାକୁ ନେଇ ସ୍ଥାନୀୟ ଲୋକ ଓ ପଶୁ ପ୍ରେମୀମାନେ ନିଜର ଅସନ୍ତୋଷ ଜାହିର କରିଛନ୍ତି। ସେହିପରି ସ୍ଥାନୀୟ ଲୋକଙ୍କ ଅଭିଯୋଗକ୍ରମେ ପୁଲିସ୍ ମଧ୍ୟ ଘଟଣାର ତଦନ୍ତ ଆରମ୍ଭ କରିଛି। ଜଣେ ପୁଲିସ୍ ଅଧିକାରୀ କହିଛନ୍ତି, ସ୍ଥାନୀୟ ଲୋକଙ୍କ ସୂଚନା ଅନୁଯାୟୀ ପ୍ରତିଦିନ ଅନେକ ଲୋକ ଏହି କୁକୁର ଛୁଆମାନଙ୍କୁ ଖାଇବାକୁ ଦିଅନ୍ତି। ହେଲେ କିଏ ଘଟଣା ଦିନ ସେମାନଙ୍କ ଖାଇବାରେ ମିଶାଇ ଥିଲା, ସେକଥା ଜଣାପଡ଼ିନି। ତଥାପି ଆମେ ତଦନ୍ତ ଜାରି ରଖିଛୁ। ସେହିପରି ସ୍ଥାନୀୟ ଅଞ୍ଚଳର ସିସିଟିଭକୁ ଯାଞ୍ଚ କରାଯାଉଛି। ଖୁବଶୀଘ୍ର ଦୋଷୀଙ୍କୁ ଧରାଯିବ ବୋଲି ଅଧିକାରୀ ଜଣଙ୍କ ଦମ୍ଭୋକ୍ତି କରିଛନ୍ତି।
ପଶ୍ଚିମବଙ୍ଗରେ ପଶୁପକ୍ଷୀଙ୍କ ସହ ଏପରି ନୃଶଂସକାଣ୍ଡ ଘଟାଇବା କୌଣସି ନୂଆ କଥା ନୁହେଁ। ପୂର୍ବରୁ ଅନେକ ଥର ଓ ଅନେକ ସ୍ଥାନରେ ନିରୀହ ପଶୁପକ୍ଷୀଙ୍କୁ ବିଭିନ୍ନ ଉପାୟରେ ହତ୍ୟା କରାଯିବାର ନଜିର ରହିଛି। ଗତ ମାସରେ ହାୱଡା ଠାରେ ସମାନ ଘଟଣା ଘଟିଥିଲା। ଦୀପାବଳି ରାତିରେ କିଛି ଅଜଣା ଲୋକ ରାସ୍ତାକଡ଼ରେ ବୁଲୁଥିବା କୁକୁରଙ୍କୁ ଖାଇବା ଦେବା ନାଁରେ ବିଷ ଦେଇଥିଲେ। ତେବେ ସୌଭାଗ୍ୟବଶତଃ ଏଥିରେ କୌଣସି କୁକୁର ପ୍ରାଣ ହରାଇ ନଥିଲେ। ସେହିପରି ପଶ୍ଚିମ ମେଦିନାପୁରରେ ମଧ୍ୟ କିଛି ପିଲା ଗୋଟିଏ କୁକୁରର ଗୋଡ଼ରେ ବାଣ ବାନ୍ଧି ଫୁଟାଇଥିଲେ। ଫଳରେ କୁକୁରଟି ପୋଡ଼ି ଯିବା ସହ ପଙ୍ଗୁ ହୋଇଯାଇଥିଲା।
The post ଖାଇବାରେ ବିଷ ଦେଇ ୫ କୁକୁର ଛୁଆଙ୍କୁ ହତ୍ୟା appeared first on Odisha Reporter.
from Odisha Reporter https://ift.tt/3nowhmq
No comments:
Post a Comment