‘ନୁଡୁଲ୍ସ ପକୋଡ଼ା’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 9, 2021

‘ନୁଡୁଲ୍ସ ପକୋଡ଼ା’

ଆବଶ୍ୟକ ସାମଗ୍ରୀ: ନୁଡୁଲ୍ସ, ବନ୍ଧା କୋବି, କ୍ୟାପ୍‌ସିକମ୍, ଗାଜର, ଧନିଆ ପତ୍ର, ପିଆଜ, ମଇଦା, ରିଫାଇନ ତେଲ, ବେସନ, ଚାଉଳ ଗୁଣ୍ଡ, ଅଦା ଓ ରସୁଣ ପେଷ୍ଟ, ନୁଡୁଲ୍ସ ମସଲା, ଲଙ୍କା ଗୁଣ୍ଡ, ଲୁଣ ।

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ କରେଇରେ ପାଣି ଗରମ କରନ୍ତୁ। ସେଥିରେ ନୁଡୁଲ୍ସ ପକାଇ ସିଝାନ୍ତୁ । ନୁଡୁଲ୍ସ ପଚାଶ ପ୍ରତିଶତ ସିଝିଗଲା ଗଲା ପରେ ଏହାକୁ ଏକ ପାତ୍ରକୁ କାଢ଼ି ଦିଅନ୍ତୁ। ତା’ପରେ ସେଥିରେ କଟା ବନ୍ଧା କୋବି, କଟା ପିଆଜ, କଟା ଗାଜର, କଟା ଧନିଆ ପତ୍ର ଏବଂ ଅଦା-ରୁସଣ ପେଷ୍ଟ ପକାନ୍ତୁ। ଏହାପରେ ସେଥିରେ ବେସନ, ଚାଉଳ ଗୁଣ୍ଡ, ଗରମ ମସଲା, ନୁଡୁଲ୍ସ ମସଲା ଓ ସ୍ୱାଦ ଅନୁସାରେ ଲୁଣ ପକାଇ ଭଲ ଭାବେ ଗୋଳେଇ ଦିଅନ୍ତୁ।

ତା’ପରେ ନୁଡୁଲ୍ସ ମସଲାର ମିଶ୍ରଣକୁ ବଲ୍‌ ଆକାରରେ ଗୋଲ ଗୋଲ କରି ଏକ ପ୍ଲେଟ୍‌ରେ ରଖନ୍ତୁ। ଏହାପରେ ମଇଦାରେ ପାଣି ଦେଇ ବହଳିଆ ଘୋଳ ପ୍ରସ୍ତୁତ କରନ୍ତୁ ଓ କଞ୍ଚା ନୁଡୁଲ୍ସକୁ ଗୁଣ୍ଡ କରି ଏକ ପାତ୍ର ରଖନ୍ତୁ । ତା‘ଉପରେ ପରେ ନୁଡୁଲ୍ସ ବଲ୍ ଗୁଡିକ ଗୋଟି ଗୋଟି କରି ମଇଦା ଘୋଳ ବୁଡ଼ାଇ ଦି‌ଅନ୍ତୁ । ଏହାପରେ  କଞ୍ଚା ନୁଡୁଲ୍ସ ଗୁଡ଼ିକୁ ତାର ଚାରିପଟେ ଲଗାଇ ଦିଅନ୍ତୁ ।

ପରେ ଗ୍ୟାସରେ ତେଲ ଗରମ କରନ୍ତୁ । ତେଲ ଗରମ ହୋଇଗଲା ପରେ ନୁଡୁଲ୍ସ ବଲ୍ ଗୁଡିକ ଛାଣନ୍ତୁ। ଲାଲ ହୋଇଗଲା ପର୍ଯ୍ୟନ୍ତ ସେଗୁଡ଼ିକୁ ଛାଣନ୍ତୁ। ଏହାପରେ ତାକୁ ଏକ ପାତ୍ରକୁ କାଢ଼ି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ‘ନୁଡୁଲ୍ସ ପକୋଡ଼ା’।

 

The post ‘ନୁଡୁଲ୍ସ ପକୋଡ଼ା’ appeared first on Odisha Reporter.



from Odisha Reporter https://ift.tt/3EVGyfG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages