ବିଜେପି ନେତାଙ୍କ ବିବାଦୀୟ ବୟାନ: ବ୍ରାହ୍ମଣ ଓ ବଣିଆ ମୋ ପକେଟ୍‌ରେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 9, 2021

ବିଜେପି ନେତାଙ୍କ ବିବାଦୀୟ ବୟାନ: ବ୍ରାହ୍ମଣ ଓ ବଣିଆ ମୋ ପକେଟ୍‌ରେ

ଭୋପାଲ: ବିଜେପି ନେତା ପି ମୁରଲିଧର ରାଓଙ୍କ ବିବାଦୀୟ ବୟାନ ମଧ୍ୟପ୍ରଦେଶ ରାଜନୀତିକୁ ସରଗରମ କରିଛି। ବ୍ରାହ୍ମଣ ଓ ବଣିଆ ସଂପ୍ରଦାୟର ଲୋକ ମୋ ପକଟରେ ବୋଲି ଶ୍ରୀ ରାଓ କହିବା ପରେ କଂଗ୍ରେସ ଆଟାକିଂ ମୁଡକୁ ଚାଲି ଆସିଛି। କଂଗ୍ରେସ ଶ୍ରୀ ରାଓଙ୍କ ପାଇଁ ବିଜେପି କ୍ଷମା ମାଗୁ ବୋଲି ଦାବି କରିଛି। ଏଥିସହ ଦୁଇ ସଂପ୍ରଦାୟ ଉପରେ ବିଜେପି ନିଜର ଅଧିକାର ଦାବି କରିବାକୁ ଘଟଣାକୁ କଂଗ୍ରେସ ତୀବ୍ର ସମାଲୋଚନା କରିଛି।

ବିଜେପିର ସାଧାରଣ ସମ୍ପାଦକ ତଥା ଦଳର ରାଜ୍ୟ ଇନଚାର୍ଜ ଶ୍ରୀ ରାଓ କଂଗ୍ରେସକୁ କାଉଣ୍ଟର କରିଛନ୍ତ। କଂଗ୍ରେସ ତାଙ୍କ ଭାଷଣକୁ ବିକୃତି କରି ଭାଇରାଲ କରୁଛି। କଂଗ୍ରେସ ସବୁ ବର୍ଗର ଲୋକଙ୍କୁ ଧୋକା ଦେଇ ବିଭାଜନର ରାଜନୀତି କରୁଛି ବୋଲି ସେ ଅଭିଯୋଗ କରିଛନ୍ତି। ସେହିପରି ଆଜି ଯଦି ଅନୁସୂଚିତ ଜାତି ପଛୁଆ ବର୍ଗର ଶ୍ରେଣୀରେ ଅଛନ୍ତି, ସେଥିପାଇଁ କଂଗ୍ରେସ ହିଁ ଦାୟୀ ବୋଲି ଶ୍ରୀ ରାଓ କହିଛନ୍ତି।

ଜଣେ ସାମ୍ବାଦିକ ପ୍ରଶ୍ନ କରିଥିଲେ ଯେ ବିଜେପି ସବକା ସାଥ, ସବକା ବିକାଶ ନାରା ଦେଉଛି। ହେଲେ ଦଳ ଭିତରେ କେବଳ କିଛି ନିର୍ଦ୍ଦିଷ୍ଟ ସଂପ୍ରଦାୟର ଲୋକଙ୍କୁ ଫୋକସ କରାଯାଉଛି? ଏହାର ଜବାବରେ ଶ୍ରୀ ରାଓ କହିଥିଲେ ଯେ “ଶୁଣନ୍ତୁ..ଶୁଣନ୍ତୁ। ମୋର ଗୋଟିଏ ପକେଟରେ ବ୍ରାହ୍ମଣ ରହିଥିବା ବେଳେ ଆଉ ଗୋଟିଏ ପକେଟରେ ବଣିଆ ରହିଛନ୍ତି।”

ଏହା ଶୁଣିବା ପରେ ସାମ୍ବାଦିକମାନେ ତାଙ୍କୁ ପ୍ରଶ୍ନ ଉପରେ ପ୍ରଶ୍ନ କରି ଚାଲିଥିଲେ। ସେ ଏ ସମ୍ପର୍କରେ ସଫେଇ ଦେଇ କହିଥିଲେ ଯେ “ଗୋଟିଏ ନିର୍ଦ୍ଦିଷ୍ଟ ବର୍ଗର ଲୋକଙ୍କ ସଂଖ୍ୟା ଯେତେବେଳେ ଅଧିକ ରହିଥାଏ ସେତେବେଳେ ଲୋକମାନେ ଦଳ ଉକ୍ତ ବର୍ଗର ବୋଲି କହନ୍ତି। ଯେତେବେଳେ ଆମ ଦଳରେ ବ୍ରାହ୍ମଣଙ୍କ ସଂଖ୍ୟା ଅଧିକ ଥିଲା ଆପଣମାନେ ଆମକୁ ବ୍ରାହ୍ମଣଙ୍କ ଦଳ ବୋଲି କହୁଥିଲେ। ଯେତେବେଳେ ବଣିଆଙ୍କ ସଂଖ୍ୟା ବଢ଼ିଲା, ଆପଣମାନେ ଆମକୁ ବଣିଆ କହିଥିଲେ।

ଆମ ଦଳ ସମସ୍ତଙ୍କ ପାଇଁ ଆରମ୍ଭ ହୋଇଛି। ଆମେ ଏବେ ଏସ୍‌ସି/ଏସଟି ବର୍ଗର ଅଧିକରୁ ଅଧିକ ଲୋକଙ୍କୁ ଆମ ଦଳରେ ସାମିଲ କରିବାକୁ ଚାହୁଁଛୁ। କାରଣ ସେମାନଙ୍କ ସଂଖ୍ୟା କମ ରହିଛି। ଆମେ ସବୁ ଲୋକଙ୍କ ପାଖରେ ପହଞ୍ଚି ବିଜେପ ସବୁ ବର୍ଗର ଲୋକଙ୍କ ଦଳ ବୋଲି ପ୍ରମାଣ କରିବାକୁ ଚାହୁଁଛୁ। ଏହାର ଅର୍ଥ ଆମେ ବ୍ରାହ୍ମଣ, ବଣିଆ କିମ୍ବା ଅନ୍ୟ କୌଣସି ସଂପ୍ରଦାୟର ଲୋକଙ୍କୁ ଛାଡ଼ିବୁ ନାହିଁ। ପୂର୍ବରୁ ଆପଣ ଆମକୁ ଦିଲ୍ଲୀ ପାର୍ଟି ପରେ ଗଲି ପାର୍ଟି କହୁଥିଲେ। ଏବେ ଆମେ ଗାଁ ଓ ବସ୍ତିକୁ ଯାଉଛୁ। ଆମେ ଜାତୀୟସ୍ତରର ରାଜନୀତିକ ଦଳ।”

ତେବେ ବ୍ରାହ୍ମଣ ଓ ବଣିଆଙ୍କ ଉପରେ ବିଜେପି ତା’ର ଅଧିକାର ଜାହିର କରିଥିବାରୁ ଏହାକୁ କଂଗ୍ରେସ ଓ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଳନାଥ ତୀବ୍ର ସମାଲୋଚନା କରିଛନ୍ତି। ସେ କହିଛନ୍ତି, ବିଜେପି ଦୁଇ ସଂପ୍ରଦାୟର ଲୋକଙ୍କ ଉପରେ ଅଧିକାର ଜାହିର କରି ସେମାନଙ୍କୁ ଅପମାନିତ କରିଛି।

ବିଜେପି ଗଠନ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ସଂପ୍ରଦାୟର ଲୋକଙ୍କୁ ଦଳର ନେତା ଏମିତି ସମ୍ମାନ ଦିଅନ୍ତି? କ୍ଷମତା ହାସଲ ଯୋଗୁ ବିଜେପି ନେତାମାନେ ଏବେ ଅହଂକାରୀ ହୋଇଗଲେଣି। ଏବେ ବିଜେପି ଯେଉଁମାନଙ୍କୁ ଅପମାନିତ କରିଛି, ସେମାନଙ୍କୁ କ୍ଷମା ମାଗୁ ବୋଲି ସେ ଦାବି କରିଛନ୍ତି।

The post ବିଜେପି ନେତାଙ୍କ ବିବାଦୀୟ ବୟାନ: ବ୍ରାହ୍ମଣ ଓ ବଣିଆ ମୋ ପକେଟ୍‌ରେ appeared first on Odisha Reporter.



from Odisha Reporter https://ift.tt/3H4g7Gq

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages