ମୁମ୍ବାଇ: ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କ ପରେ ଏବେ ଚଙ୍କି ପାଣ୍ଡେଙ୍କ ଭାଇ ଚିକି ପାଣ୍ଡେଙ୍କ ପଡିଲା ପାଳି। ଏନ୍ସିବିରୁ ଆସିଲା ଡାକରା। ମୁମ୍ବାଇ ଡ୍ରଗ୍ସ ପାର୍ଟି ମାମଲାରେ ଅନନ୍ୟା ପାଣ୍ଡେଙ୍କ ପରେ ଏବେ ଚିକି ପାଣ୍ଡେଙ୍କୁ ଏନ୍ସିବି ସମନ କରିଛି।
ଶାହରୁଖ ଖାନ୍ଙ୍କ ପୁଅ ଆର୍ଯ୍ୟନ ଖାନ ଡ୍ରଗ୍ସ ମାମଲାରେ ଏନ୍ସିବି ଗତ ମାସରେ ଚଙ୍କି ପାଣ୍ଡେଙ୍କ ଝିଅ ଅନନ୍ୟା ପାଣ୍ଡେଙ୍କୁ ପଚରାଉଚରା କରିଥିଲା। ବର୍ତ୍ତମାନ ଚଙ୍କି ପାଣ୍ଡେଙ୍କ ଭାଇ ଚିକି ପାଣ୍ଡେଙ୍କୁ ଏନସିବିର ଏସ୍ଆଇଟି ଟିମ୍ ସମନ ପଠାଇଛି। ତେବେ ଚିକି ପାଣ୍ଡେ ଏଜେନ୍ସି ଆଗରେ ହାଜର ହେବାକୁ ମନା କରି ଦେଇଛନ୍ତି। ସ୍ୱାସ୍ଥ୍ୟଗତ ସମସ୍ୟା ଦର୍ଶାଇ ସେ ଏନ୍ସିବିରେ ହାଜର ହୋଇନାହାନ୍ତି। ଅସୁସ୍ଥତା ହେତୁ ସେ ସେଠାରେ ଉପସ୍ଥିତ ହୋଇପାରିବେ ନାହିଁ ବୋଲି କହିଛନ୍ତି।
ସୂଚନା ଅନୁଯାୟୀ, ଗୋସାଭି ଆର୍ଯ୍ୟନଙ୍କ ଗିରଫ ବିଷୟରେ ସାମ ଡି’ସୁଜାଙ୍କୁ ସୂଚନା ଦେଇଥିଲେ ଏବଂ ସେମାନେ ଶାହାରୁଖ ଖାନଙ୍କ ମ୍ୟାନେଜର ପୂଜା ଦାଦଲାନୀଙ୍କ ସହ ଯୋଗାଯୋଗ କରିବାକୁ ଚାହୁଁଥିଲେ। ଏହା ପରେ ସେମାନେ ମୁମ୍ବାଇର ଏକ ରେଷ୍ଟୁରାଣ୍ଟର ମାଲିକଙ୍କୁ ଭେଟିଥିଲେ, ଯିଏ ଚଙ୍କି ପାଣ୍ଡେଙ୍କ ଭାଇ ଚିକି ପାଣ୍ଡେଙ୍କୁ ଭଲଭାବେ ଜାଣିଥିଲେ।
ରିପୋର୍ଟ ମୁତାବକ, ଚିକି ପାଣ୍ଡେଙ୍କ ଠାରୁ ହିଁ ପୂଜା ଏବଂ ତାଙ୍କ ସ୍ୱାମୀଙ୍କ କଣ୍ଟାକ୍ଟ ଡିଟେଲ ସେମାନେ ପାଇଥିଲେ। ଖବର ଅନୁଯାୟୀ, ସାମ ଡି’ସୁଜାଙ୍କ ବିବୃତ୍ତିରେ ଚିକିଙ୍କ ନାମ ଉଲ୍ଲେଖ ଅଛଝି। ସାମ୍ ତାଙ୍କ ବିବୃତ୍ତିରେ କହିଛନ୍ତି, ଚିକି ଟଙ୍କା ଭର୍ତି ବ୍ୟାଗ ନେଇ ଲୋୟର ପାରେଲକୁ ଆସିଥିଲେ। ଏନସିବି ଅଧିକାରୀଙ୍କ ବିରୋଧରେ ଲାଗିଥିବା ଲାଞ୍ଚ ଅଭିଯୋଗ ସମ୍ପର୍କରେ ହିଁ ଚଙ୍କି ପାଣ୍ଡେଙ୍କ ଭାଇଙ୍କୁ ସମନ ପଠାଯାଇଛି।
କଥିତ ରୂପେ ଏନ୍ସିବି ଚିକିଙ୍କୁ ଡି’ସୁଜା ଏବଂ ଗୋସାଭିଙ୍କ ଭିତରେ ହୋଇଥିବା କଥାବାର୍ତ୍ତା ବିଷୟରେ ପ୍ରଶ୍ନ କରିବା ପାଇଁ ଡକାଯିବ ବୋଲି ସୂଚନା ମିଳିଛି।
The post ଅନନ୍ୟାଙ୍କ ପରେ ଚଙ୍କି ପାଣ୍ଡେଙ୍କ ଭାଇଙ୍କୁ ଡାକିଲା ଏନ୍ସିବି appeared first on Odisha Reporter.
from Odisha Reporter https://ift.tt/3CY48YM
No comments:
Post a Comment