ଅସହ୍ୟ ହେଲା ନିର୍ଯାତନା, ବିଷ ପିଇଦେଲେ ବୃଦ୍ଧ ଦମ୍ପତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 3, 2021

ଅସହ୍ୟ ହେଲା ନିର୍ଯାତନା, ବିଷ ପିଇଦେଲେ ବୃଦ୍ଧ ଦମ୍ପତି

ସମ୍ୱଲପୁର(ଓଡ଼ିଶା ରିପୋର୍ଟର): ଅସହ୍ୟ ହେଲେ ପାରିବାରିକ କଳହ ।  ଶେଷରେ ଆତ୍ମହତ୍ୟା କରିବାର ଚରମ ନିଷ୍ପତ୍ତି ନେଲେ ଦମ୍ପତି। ହେଲେ ସେଥିରେ ବି ଭାଗ୍ୟ ସାଥ ଦେଲାନି।  ବିଷ ପିଇ ସ୍ୱାମୀଙ୍କ ମୃତ୍ୟୁ ଘଟିଥିବା ବେଳେ ମହିଳା ଜଣଙ୍କୁ ଗୁରୁତର ଅବସ୍ଥାରେ ବୁର୍ଲା ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ଏପରି ଦୁଃଖଦ ଘଟଣା ଘଟିଛି ସମ୍ୱଲପୁର ଜିଲ୍ଲା ବୁର୍ଲା ଥାନା ଅଞ୍ଚଳରେ।

ମୃତ ବ୍ୟକ୍ତି ଜଣଙ୍କ ହେଲେ ଝାର ମୁଣ୍ଡା ଗାଁର ଟଙ୍କଧର ମହାକୁର। ତାଙ୍କୁ ୬୮ ବର୍ଷ ହୋଇଥିଲା। ଟଙ୍କଧରଙ୍କ ସ୍ତ୍ରୀ ବୄନ୍ଦାବତୀଙ୍କ ଅବସ୍ଥା ଗୁରୁତର ରହିଛି।

ମିଳିଥିବା ସୂଚନା  ଅନୁସାରେ, ଗତକାଲି ସଂଧ୍ୟା ସମୟରେ ଗୋଶାଳା ଆଇଆଇଏମ୍ ରାସ୍ତା ଅଞ୍ଚଳର ଏକ ଧାନ କ୍ଷେତରେ ବୄଦ୍ଧ ଦମ୍ପତି ସଜ୍ଞାହୀନ ଅବସ୍ଥାରେ ପଡ଼ିଥିଲେ। ପରିବାର ଲୋକ ଏହା ଦେଖି ପୁଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ଟଙ୍କଧରଙ୍କର ମୃତ୍ୟୁ  ଘଟିଥିବା ବେଳେ  ବୄନ୍ଦାବତୀଙ୍କ ଅବସ୍ଥା ଗୁରୁତର ଥିଲା।

ତେବେ ପାରିବାରିକ କଳହ  କାରଣରୁ ଦମ୍ପତ୍ତି ଘରୁ ବାହାରି ଯାଇ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ପୁଲିସ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

The post ଅସହ୍ୟ ହେଲା ନିର୍ଯାତନା, ବିଷ ପିଇଦେଲେ ବୃଦ୍ଧ ଦମ୍ପତି appeared first on Odisha Reporter.



from Odisha Reporter https://ift.tt/3wcvgjW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages