ମୋଦି ସରକାରଙ୍କ ମୁଣିକୁ ଯିବନି ୧.୪ ଲକ୍ଷ କୋଟି ଟଙ୍କା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 3, 2021

ମୋଦି ସରକାରଙ୍କ ମୁଣିକୁ ଯିବନି ୧.୪ ଲକ୍ଷ କୋଟି ଟଙ୍କା

ନୂଆଦିଲ୍ଲୀ: ଗୁରୁବାର ସାରା ଦେଶରେ ପେଟ୍ରୋଲ  ଏବଂ ଡିଜେଲ ଦର ହ୍ରାସ ପାଇଛି। ତେଲ ଉପରୁ କେନ୍ଦ୍ର ସରକାର ଟ୍ୟାକସ୍ ହ୍ରାସ ପରେ ଦର ସାମାନ୍ୟ କମିଛି। ଦୀପାବଳି ଭେଟି ସ୍ୱରୂପ କେନ୍ଦ୍ର ସରକାର ଏଭଳି ନିଷ୍ପତ୍ତି ନେଇଥିବା ଚର୍ଚ୍ଚା ହେଉଛି। ଭାରତୀୟ ତୈଳନିଗମ ଅନୁଯାୟୀ, ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଦର ଲିଟର ପିଛା ୬.୦୭ ଟଙ୍କା କମିବା ପରେ  ତେଲ ମୂଲ୍ୟ ୧୦୩.୯୭ ଟଙ୍କା ହୋଇଛି।

ଡିଜେଲରୁ ୧୧.୭୫ ଟଙ୍କା କମିବା ପରେ ଦର ୮୬.୬୭ ଟଙ୍କା ହୋଇଛି। ଏହା ପର୍ବରୁ ବୁଧବାର ପେଟ୍ରୋଲ ଲିଟର ୧୧୦.୦୪ ଟଙ୍କା ଏବଂ ଡିଜେଲ ଲିଟର ୯୮.୪୨ ଟଙ୍କା ଥିଲା। ଯାହା ସର୍ବକାଳୀନ ରେକର୍ଡ଼ ବୋଲି କୁହାଯାଛି। ସରକାର ଏକ୍ସାଇଜ୍‌ ଡ୍ୟୁଟି ହ୍ରାସ କରିବା ପରେ ବାର୍ଷିକ ୧.୪ ଲକ୍ଷ କୋଟି ଟଙ୍କା ରାଜସ୍ୱ ହରାଇବେ ବୋଲି କୁହାଯାଉଛି।

ଅନ୍ତର୍ଜାତୀୟ ବଜାରରେ  ଅଶୋଧିତ ତୈଳ ଦରକୁ ନେଇ  ଭାରତୀୟ ତୈଳ ବିଶୋଧନାଗାର ଇଣ୍ଡିଆନ ଅଏଲ, ଭାରତ ପେଟ୍ରୋଲିୟମ ଏବଂ ହିନ୍ଦୁସ୍ତାନ ପେଟ୍ରୋଲିୟମ ଦର ପରିବର୍ତ୍ତନ କରିଥାଆନ୍ତି। ତୈଳ ଦର ପରିବର୍ତ୍ତନ ହେବା ଏକ ଦୈନିକ ବ୍ୟାପାର। ତୈଳ ଦରରେ ଯେ କୌଣସି ପରବର୍ତ୍ତନ ଘଟିଲେ ତାହା ସକାଳ ୬ଟାରୁ ଲାଗୁ ହୋଇଥାଏ।

ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଳ ଦର ହ୍ରାସ ପାଉଛି। ଆମେରିକା ଡଲାରରେ ଏବେ ବ୍ୟାରେଲ ପିଛା ୮୦ ଡଲାରରେ ବିକ୍ରି ହେଉଛି। ଇରାନ ଏବଂ ବିଶ୍ୱ ଶକ୍ତିମାନେ ଚଳିତ ମାସରେ ଆଣବିକ ଆଲୋଚନା ଆରମ୍ଭ କରିବାକୁ ରାଜି ହେବା ପରେ ଇରାନର ତୈଳ ଉପରେ  ଆମେରିକା ପ୍ରତିବନ୍ଧକ ହଟିଛି । ଫଳରେ ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ହ୍ରାସ ପାଇବାରେ ଲାଗିଛି।

The post ମୋଦି ସରକାରଙ୍କ ମୁଣିକୁ ଯିବନି ୧.୪ ଲକ୍ଷ କୋଟି ଟଙ୍କା appeared first on Odisha Reporter.



from Odisha Reporter https://ift.tt/3nPsPA0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages