ବମ୍ବେ: ପୁଣି ଥରେ ବଲିଉଡକୁ ଲାଗିଛି ଝଟକା । କିଛଇ ଦିନ ପୂର୍ବେ ବଲିଉଡର ଜଣାଶୁଣା ପ୍ରଡ୍ୟୁସର ତଥା ଆକ୍ଟର ୟୁସୁଫ ହୁସେନଙ୍କ ଦେହାନ୍ତ ହୋଇଥିବା ବେଳେ ଗତକାଲି ବିଳମ୍ବିତ ରାତିରେ ଆଖି ବୁଜିଛନ୍ତି ବଲିଉଡର ସୁପ୍ରସିଦ୍ଧ ସ୍କ୍ରିପ୍ଟ-ରାଇଟର ସଫିକ ଅନସାରୀ । ସଫିକ ଅମିତାଭ-ହେମାମାଲିନୀ ଷ୍ଟାର ‘ବାଗବାନ’ ଫିଲ୍ମରେ ସ୍କ୍ରିପ୍ଟ ରାଇଟର ଭାବେ କାମ କରିଥିଲେ।
ଦୀର୍ଘ ଦିନ ଧରି ଅସୁସ୍ଥ ଥିବା ସଫିକଙ୍କୁ ମୁମ୍ବାଇର କୋକିଳାବେନ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ତାଙ୍କର ଗତରାତିରେ ମୃତ୍ୟୁ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୪ ବର୍ଷ ହୋଇଥିଲା। ସଫିକଙ୍କ ପୁଅ ମୋହସିନ ଅନସାରୀ ଏ ନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
ମୋହସିନଙ୍କ କହିବାନୁଯାୟୀ, ତାଙ୍କ ପିତା ୧୯୯୭ ମସିହାରେ ଧର୍ମେନ୍ଦ୍ର ଓ ଶତ୍ରୁଘ୍ନ ସିହ୍ନାଙ୍କ ଫିଲ୍ମ ‘ଦୋସ୍ତ’ରୁ ନିଜ କ୍ୟାରିଅର ଆରମ୍ଭ କରିଥିଲେ । ଏହାବାଦ ସେ ଦିଲୀପ କୁମାର, ଗୋବିନ୍ଦା ଓ ମାଧୁରୀ ଦିକ୍ଷିତଙ୍କ ଅଭିନୀତ ‘ଇଜ୍ଜତଦାର’ ରେ ବି ସ୍କ୍ରିନ୍ ରାଇଟର ଦାୟିତ୍ୱ ତୁଲାଇଥିଲା। ଏପରିକି ଫିଲ୍ମମେକର ସ୍ୱର୍ଗତ ବି.ଆର ଚୋପ୍ରାଙ୍କ ସହ ମଧ୍ୟ ସେ କାମ କରିଥିଲେ। ସଫିକ ଅନସାରୀଙ୍କ ମୃତ୍ୟୁରେ ବଲିଉଡର ବହୁ ସେଲିବ୍ରିଟି ଶୋକ ବ୍ୟକ୍ତ କରିଛନ୍ତି । ବଲିଉଡ ସବୁବେଳେ ସଫିକଙ୍କୁ ମନେ ରଖିବ ବୋଲି ବହୁ କଳାକାର ଟ୍ୱିଟ କରିଛନ୍ତି।
The post ଆଖି ବୁଜିଲେ ‘ବାଗବାନ’ର ସ୍କ୍ରିପ୍ଟ ରାଇଟର ସଫିକ ଅନସାରୀ appeared first on Odisha Reporter.
from Odisha Reporter https://ift.tt/3odZjV9
No comments:
Post a Comment