୧୭ ଦଶମ ଛାତ୍ରୀଙ୍କୁ ରାତିସାରା ଅଟକ ରଖି ଖରାପ କାମ କଲେ ମାଲିକ    - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, December 8, 2021

୧୭ ଦଶମ ଛାତ୍ରୀଙ୍କୁ ରାତିସାରା ଅଟକ ରଖି ଖରାପ କାମ କଲେ ମାଲିକ   

ମୁଜାଫରନଗର: ୧୭ ଜଣ ସ୍କୁଲ ଛାତ୍ରୀଙ୍କୁ  ଅସଦାଚରଣ କରିବା ଅଭିଯୋଗରେ ଉତ୍ତରପ୍ରଦେଶ ପୁଲିସ ଜଣେ ସ୍କୁଲ ମ୍ୟାନେଜରଙ୍କୁ ଗିରଫ କରିଛି। ଗତ ନଭେମ୍ବର ୧୭ ତାରିଖରେ ଏହି ଘଟଣା ଘଟିଥିଲେ ମଧ୍ୟ ଗତ ସୋମବାର ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଏମିତିକି ପୁଲିସ ୨ ଜଣ ଛାତ୍ରୀଙ୍କ ବିବୃତ୍ତି ରେକର୍ଡ଼ ପାଇଁ କୋର୍ଟରେ ଉପସ୍ଥାପନ କରିଛି। କିନ୍ତୁ ସେମାନଙ୍କ ମଧ୍ୟରୁ ୨ ଜଣଙ୍କର ବୟାନ ରେକର୍ଡ଼ ହୋଇପାରିଛି।  ଉତ୍ତରପ୍ରଦେଶର ମୁଜାଫରନଗରରେ  ଏକ ସ୍କୁଲର  ୧୭ ଜଣ ଦଶମଶ ଶ୍ରେଣୀ ଛାତ୍ରୀଙ୍କୁ  ଗତ ନଭେମ୍ବର ୧୭ ତାରିଖରେ ସ୍କୁଲକୁ ଡକାଯାଇଥିଲା।

ସିବିଏସଇ ପ୍ରିଟେକ୍ସ ପରୀକ୍ଷା ପାଇଁ ସେମାନଙ୍କୁ ରାତିସାରା ରହିବାକୁ କୁହାଯାଇଥିଲା। ସେହି ରାତିରେ ସେମାନଙ୍କୁ ନିମ୍ନମାନର ଖାଦ୍ୟ  ଦିଆ ଯିବା ସହ ସ୍କୁଲ ମାଲିକ ସମ୍ପୃକ୍ତ ଛାତ୍ରୀଙ୍କୁ ଅସଦାଚଣ କରିଥିଲେ। ସମ୍ପୃକ୍ତ ଛାତ୍ରୀମାନଙ୍କୁ ପର ଦିନ ସକାଳେ ଛଡ଼ା ଯାଇଥିଲା।

ଏହି ଘଟଣାରେ ଅଭିଯୁକ୍ତ  ଯୋଗେଶ କୁମାରଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ସେଦିନ ଛାତ୍ରୀମାନଙ୍କ ସହ ଯାହା ଘଟିଛି ତାହା ପ୍ରଘଟ କଲେ ସେମାନଙ୍କୁ ଜୀବନରୁ ମାରିଦେବାକୁ ଅଭିଯୁକ୍ତ ଧମକ ଦେଇଥିଲେ।

ଏହି ଛାତ୍ରୀମାନେ ଅତ୍ୟନ୍ତ ଗରିବ ପରିବାରର ହୋଇଥିବା ଜଣାପଡ଼ିଛି। ତେବେ ଏହି ଘଟଣାକୁ ନେଇ ପୁର୍‌କାଜି ପୁଲିସ ଷ୍ଟେସନରେ ଅଭିଯୋଗ କରାଯାଇଥିଲେ ମଧ୍ୟ ଥାନା ଅଧିକାରୀ ଅବହେଳା କରିଥିଲେ। ଏନେଇ ସମ୍ପୃକ୍ତ ପୁଲିସ ଅଧିକାରୀ ବିନୋଦ କୁମାର ସିଂଙ୍କ ବିରୋଧରେ ବିଭାଗୀୟ ତଦନ୍ତ ହୋଇଥିଲା । ତାଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠନ ଗ୍ରହଣ କରାଯାଇଛି।

The post ୧୭ ଦଶମ ଛାତ୍ରୀଙ୍କୁ ରାତିସାରା ଅଟକ ରଖି ଖରାପ କାମ କଲେ ମାଲିକ    appeared first on Odisha Reporter.



from Odisha Reporter https://ift.tt/3rMX8eC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages