ଦିଲ୍ଲୀରୁ ଆସିଥିଲେ ଯବାନ, କଟକ ଷ୍ଟେଶନରୁ ନିଖୋଜ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, December 8, 2021

ଦିଲ୍ଲୀରୁ ଆସିଥିଲେ ଯବାନ, କଟକ ଷ୍ଟେଶନରୁ ନିଖୋଜ

କଟକ(ଓଡ଼ିଶା ରିପୋର୍ଟର): କଟକ ରେଳ ଷ୍ଟେସନରୁ ସେନାର ଜଣେ ଯବାନ ନିଖୋଜ ହୋଇଯାଇଛନ୍ତି । ଚୌଦ୍ୱାର ଚାରବାଟିଆକୁ ଟ୍ରେନିଂ ପାଇଁ ନିଜ ଗ୍ରୁପ୍‌ ସହ ଆସିଥିବା ବେଳେ ଯବାନଜଣକ ନିଖୋଜ ହୋଇ ଯାଇଛନ୍ତି। ନିଖୋଜ ଯୁବକଜଣକ ହେଲେ ପ୍ରେମଜି ଜୌଲା । ସେ ଦିଲ୍ଲୀରୁ ଆସିଥିଲେ  । ଏନେଇ ଜିଆରପି ଥାନାରେ ଏତଲା ଦିଆଯିବା ପରେ ପୋଲିସ ଘଟଣାର ତଦନ୍ତ କରୁଛି ।

ସୂଚନାଯୋଗ୍ୟ, ଦିଲ୍ଲୀରୁ ପ୍ରାୟ ଦେଢଶ’ ଯବାନ ଟ୍ରେନିଂ ପାଇଁ କଟକ ଚାରିବାଟିଆକୁ ଆସିଥିଲେ। ସେମାନେ ଗତକାଲି କଟକ ଷ୍ଟେଶନରେ ଓହ୍ଲାଇଥିଲେ। ଏହାପରେ ଗ୍ରୁପ କଲିଂ ବେଳେ ସେମାନଙ୍କ ମଧ୍ୟରୁ ପ୍ରେମଜି ଜୌଲା ନିଖୋଜ ଥିବା ଜଣାପଡ଼ିଥିଲା। ଏନେଇ ଯବାନଙ୍କ ଟିମ୍‌ ହେଡ ଗତକାଲି ଜିଆରପି ଥାନାରେ ଏତଲା ଦେଇଛନ୍ତି। ଜିଆରପି ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି।

ତେବେ ଏତେ ସଂଖ୍ୟକ ଯବାନ ଏକସଙ୍ଗେ ଆସିବା ସମୟରେ ଜଣେ କିପରି ଓ କେଉଁଠୁ ନିଖୋଜ ହୋଇଗଲେ, ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି।   ଟ୍ରେନ ଷ୍ଟେଶନରେ ପହଞ୍ଚିବା ପରେ ଯବାନଜଣକ ନିଖୋଜ ହୋଇଯାଇଥିବା ଏଫଆଇଆରରେ ଉଲ୍ଲେଖ ଅଛି। ଏନେଇ ତାଙ୍କ ପରିବାରବର୍ଗଙ୍କୁ ଅବଗତ କରାଯାଇଛି।

ତେବେ ଯବାନ ପ୍ରେମଜି ଜୌଲାଙ୍କୁ କିଏ ଅପହରଣ କରି ନେଲା ନା ସିଏ ନିଜ ଇଚ୍ଛାରେ କେଉଁ ଆଡ଼େ ଚାଲି ଯାଇଛନ୍ତି ତାହା ସସ୍‌ପେନ୍ସ ସୃଷ୍ଟି କରିଛି। ପୂର୍ବରୁ ପ୍ରେମଜି ଓଡ଼ିଶା ସମ୍ପର୍କରେ ଅବଗତ ଅଛନ୍ତି କି, ଯଦି ନାହାନ୍ତି କିପରି କୁଆଡ଼େ ଗଲେ ସେ ନେଇ ତଦନ୍ତ ଆରମ୍ଭ କରିଛି ଜିଆରପି ପୁଲିସ୍‌  । ଏପରିକି  ଫୋନ ଟ୍ରାକିଂ କରି ତାଙ୍କୁ ଠାବ କରିବାକୁ ଚେଷ୍ଟା କରାଯାଉଛି।

ଏହାବାଦ  କଟକରେ ଶେଷ ଥର ପାଇଁ ତାଙ୍କୁ କିଏ ଦେଖିଥିଲା, ସେ କୌଣସି ମାନସିକ ଚାପରେ ଥିଲେ କି ନା ଟ୍ରେନିଂ ପାଇଁ ଭୟଭୀତ ହୋଇ ଏପରି ପଦକ୍ଷେପ ନେଇଥାଇପାରନ୍ତି ସେ ସବୁ ଦିଗ ଉପରେ ମଧ୍ୟ ଖୋଳତାଡ଼ କରୁଛି ପୁଲିସ୍‌। ଏପରିକି ତାଙ୍କ ସାଥୀ ଯବାନଙ୍କୁ ବି ପଚରାଉଚରା କରୁଛି।

The post ଦିଲ୍ଲୀରୁ ଆସିଥିଲେ ଯବାନ, କଟକ ଷ୍ଟେଶନରୁ ନିଖୋଜ appeared first on Odisha Reporter.



from Odisha Reporter https://ift.tt/3lKFZ1e

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages