କୋଲକାତା: ସମର୍ଥନ ମିଳିଲାନି। ନିର୍ବାଚନରୁ ଓହରିଗଲେ ପ୍ରାର୍ଥୀ। ଦଳୀୟ ସମର୍ଥନ ନମିଳିବାରୁ ଜଣେ ବିଜେପି ପ୍ରାର୍ଥୀ ନାମାଙ୍କନ ପ୍ରତ୍ୟାହାର କରିନେଇଛନ୍ତି। କୋଲକତା ପୌର ନିର୍ବାଚନକରେ ଏଭଳି ଘଟଣା ସାମ୍ନାକୁ ଆସିଛି। କୋଲକାତା ପୌର ନିର୍ବାଚନରେ ବିଜେପି ପ୍ରାର୍ଥୀ ମମତାଜ ଅଲି ପାର୍ଟି କ୍ୟାଡରଙ୍କ ସମର୍ଥନ ଅଭାବ ଦର୍ଶାଇ ତାଙ୍କ ପ୍ରାର୍ଥିପତ୍ର ପ୍ରତ୍ୟାହାର କରି ନେଇଛନ୍ତି।
ମମତାଜ କହିଛନ୍ତି ଯେ, ମୁଁ ନିର୍ବାଚନରୁ ଓହରିବାକୁ ଚାହୁଁ ନଥିଲି। କିନ୍ତୁ ଯେଉଁ ଦିନ ମୁଁ ମୋର ନାମାଙ୍କନ ଦାଖଲ କରିବାକୁ ଯାଇଥିଲି, ସେଦିନ ମୋର ନିର୍ବାଚନ ଏଜେଣ୍ଟ ବ୍ୟତୀତ ଅନ୍ୟ କେହି ନଥିଲେ। କୋଲକାତାର ଆଗାମୀ ପୌର ନିର୍ବାଚନ ପାଇଁ ୱାର୍ଡ଼ ନଂ ୧୩୪ରୁ ମମତାଜ ବିଜେପିରୁ ପ୍ରାର୍ଥୀ ହୋଇ ଥିଲେ। ଏନେଇ ସେ ନାମାଙ୍କନ ପତ୍ର ମଧ୍ୟ ଦାଖଲ କରିଥିଲେ। ହେଲେ ଏହାର ଦୁଇ ଦିନ ପରେ ତାଙ୍କୁ ଦଳୀୟ ସମର୍ଥନ ମିଳି ନଥିବାରୁ ସେ ନିର୍ବାଚନ ପ୍ରତିଯୋଗିତାରୁ ଓହରି ଯାଇଥିଲେ। ମମତାଜ କହିଛନ୍ତି ଯେ, ଏମିତି କି ମୁଁ ଦଳୀୟ ନେତୃତ୍ୱବୃନ୍ଦଙ୍କ ସହ ଯୋଗାଯୋଗ କରିଥିଲେ ମଧ୍ୟ କୌଣସି ଉତ୍ତର ଆସି ନଥିଲା। ନାମାଙ୍କନ ଯାଞ୍ଚ ଦିନ ମୁଁ ଏକା ଯାଇଥିଲି ବୋଲି ସେ କହିଛନ୍ତି । ମୋର ନିର୍ବାଚନ ଏଜେଣ୍ଟ ମଧ୍ୟ ଅନୁପସ୍ଥିତ ଥିଲେ।
ଅନ୍ୟ ଦଳର ପ୍ରାର୍ଥୀମାନେ ସେମାନଙ୍କ ସମର୍ଥକଙ୍କ ସହ ଆସୁଥିଲେ। ତାହା ଦେଖି ମୁଁ ଭୟ ଅନୁଭବ କଲି। ମୋର ଆଖିରୁ ଲୁହ ଆସିଗଲା ଏମିତିକି ମୁଁ ଅଫିସରେ ମଧ୍ୟ ପ୍ରବେଶ କରିନଥିଲି। ମୋର ନାମାଙ୍କନ କିପରି ପ୍ରତ୍ୟାହାର କରାଯିବ ମୁଁ ଜଣେ ହାବିଲଦାରଙ୍କୁ ପଚାରିଲି। ମୁଁ ବିଳମ୍ବିତ ଅପରାହ୍ନ ପର୍ଯ୍ୟନ୍ତ ଅପେକ୍ଷା କରି ଶେଷରେ ମୋର ନାମାଙ୍କନ ପ୍ରତ୍ୟାହାର କରିଥିଲି ବୋଲି ସେ କହିଛନ୍ତି। ତେବେ ମୁଁ ଓହରିବା ସମ୍ପର୍କରେ ବେଙ୍ଗଲ ବିଜେପିର ନେତୃବୃନ୍ଦ ଜାଣି ନାହାନ୍ତି ବୋଲି ସେ କହିଛନ୍ତି। ଗଣମାଧ୍ୟମରେ ଖବର ପ୍ରକାଶ ପାଇବାର ଦୁଇ ଦିନ ପରେ ସେମାନେ ମୋତେ ଡାକିଥିଲେ। ଏହା ପରେ ବିଜେପି ମହିଳା ମୋର୍ଚା ମୁଖ୍ୟ ଅଗ୍ନିମିତ୍ର ପଲ ମୋତେ ‘ ମମତାଜ ଦାଦା ’ ଘରେ ଅଛନ୍ତି କି କହି ଡାକିଥିଲେ। ଜଣେ ମହିଳା ହୋଇଥିଲେ ମଧ୍ୟ ସେ ଅନ୍ୟ ଜଣେ ମହିଳା ପ୍ରାର୍ଥୀଙ୍କୁ ‘ଦାଦା’ ବୋଲି କହିଥିଲେ। ନିଜ ପ୍ରାର୍ଥୀଙ୍କ ବିଷୟରେ ସେମାନଙ୍କର କୌଣସି ଧାରଣା ନାହିଁ। ତେଣୁ ସେମାନେ ଆମକୁ କିଭଳି ଗୁରୁତ୍ୱ ଦିଅନ୍ତି ତାହା ଆପଣ କଳ୍ପନା କରିପାରୁଥିବେ ବୋଲି ସେ କହିଛନ୍ତି।
The post ଟିକେଟ ଦେଇ କେହି ସାଥ୍ ଦେଲେନି, ଲଢ଼େଇରୁ ଓହରିଗଲେ ବିଜେପି ପ୍ରାର୍ଥୀ appeared first on Odisha Reporter.
from Odisha Reporter https://ift.tt/3ducEDJ
No comments:
Post a Comment