ଭୟଙ୍କର ଆଗ୍ନେୟଗିରି ବିସ୍ଫୋରଣ, ୧୩ ମୃତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, December 4, 2021

ଭୟଙ୍କର ଆଗ୍ନେୟଗିରି ବିସ୍ଫୋରଣ, ୧୩ ମୃତ

ଜକର୍ତ୍ତା: ଇଣ୍ଡୋନେସିଆର ଜାଭା ଦ୍ୱୀପରେ ଭୟଙ୍କର ଆଗ୍ନେୟଗିରି ବିସ୍ଫୋରଣ ହୋଇଛି। ଫଳରେ ଏଠାରେ ୧୩ ଜଣଙ୍କ ମୃତ୍ୟୁ ହୋଇଛି। ଏନେଇ ଇଣ୍ଡୋନେସିଆର ବିପର୍ଯ୍ୟୟ ପରିଚାଳନା ଏଜେନ୍ସି ସୂଚନା ଦେଇଛି।

ଏଜେନ୍ସିର ମୁଖପାତ୍ର ଅବଦୁଲ ମୁହାରୀ କହିଛନ୍ତି ଯେ ଆଗ୍ନେୟଗିରି ବିସ୍ଫୋରଣରେ ମୃତ୍ୟୁ ହୋଇଥିବା ୧୩ ଜଣଙ୍କ ମଧ୍ୟରୁ ଦୁଇଜଣଙ୍କର ପରିଚୟ ମିଳିଛି। ଏହି ପ୍ରାକୃତିକ ବିପର୍ଯ୍ୟୟରେ ଅନେକ ଲୋକ ଆହତ ହୋଇଛନ୍ତି, ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଆଗ୍ନେୟଗିରି ବିସ୍ଫୋରଣ ହେତୁ ଅଧିକାଂଶ ଲୋକ ଜଳି ଯାଇଛନ୍ତି ବୋଲି ସେଠାକାର ସରକାରଙ୍କ ତରଫରୁ ସୂଚନା ମିଳିଛି। ଫଳରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି।

କୁହାଯାଉଛି ଯେ, ଏହି ବିସ୍ଫୋରଣରେ ପାଖାପାଖି ୪୧ ଜଣ ଆହତ ହୋଇଛନ୍ତି। ଗତ କିଛି ଦିନ ହେବ ଏହି ଆଗ୍ନେୟଗିରିରୁ ପାଉଁଶ ଓ ଧୂଆଁ ବାହାରୁଥିଲା। ଆଗ୍ନେୟଗିରିରୁ ବାହାରୁଥିବା ପାଉଁଶ ଏବଂ ଧୂଳିର ଆସ୍ତରଣ ଏତେ ମୋଟା ଥିଲା ଯେ, ଜାଭା ଦ୍ୱୀପପୁଞ୍ଜ ଦିନରେ ରାତି ପରି ଦେଖାଯାଉଥିଲା।

ସେପଟେ ଆଗ୍ନେୟଗିରି ଯୋଗୁଁ କ୍ଷତିଗ୍ରସ୍ତ ହୋଇଥିବା ଲୋକଙ୍କୁ ରହିବା ଏବଂ ଖାଇବା ଲାଗି ସହାୟତା ଯୋଗାଇବା ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏହି ପ୍ରାକୃତିକ ବିପର୍ଯ୍ୟୟ ଦ୍ୱାରା ପୂର୍ବ ଜାଭା ପ୍ରଦେଶର ଦୁଇଟି ଜିଲ୍ଲା ପ୍ରଭାବିତ ହୋଇଛି। ଏହି ଜିଲ୍ଲାଗୁଡିକ ଉପରେ ବିଶେଷ ଧ୍ୟାନ ଦିଆଯାଉଛି ବୋଲି ସରକାରଙ୍କ ତରଫରୁ କୁହାଯାଇଛି।

ସୂଚନା ଥାଉକି, ଇଣ୍ଡୋନେସିଆର ଟୋବେଲୋ ଠାରୁ ୨୫୯ କିଲୋମିଟର ଦୂରରେ ସକାଳେ ଭୂକମ୍ପ ଅନୁଭୂତ ହୋଇଥିଲା । ଆମେରିକାର ଜିଓଲୋଜିକାଲ ସର୍ଭେରୁ ମିଳିଥିବା ସୂଚନା ଅନୁଯାୟୀ, ରିଚ୍ଟର ସ୍କେଲରେ ଏହି ଭୂକମ୍ପର ମାତ୍ରା ୬.୦ ରେକର୍ଡ କରାଯାଇଛି। ତେବେ କ୍ଷୟକ୍ଷତିର କୌଣସି ଖବର ନାହିଁ।

The post ଭୟଙ୍କର ଆଗ୍ନେୟଗିରି ବିସ୍ଫୋରଣ, ୧୩ ମୃତ appeared first on Odisha Reporter.



from Odisha Reporter https://ift.tt/3dj7IBq

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages