କୋହିମା: ଭାରତର ପୂର୍ବୋତ୍ତର ରାଜ୍ୟ ନାଗାଲାଣ୍ଡରେ ଶନିବାର ସନ୍ଧ୍ୟାରେ ଏକ ଭୟଙ୍କର ଗୁଳିକାଣ୍ଡ ଘଟଣା ସାମ୍ନାକୁ ଆସିଛି। ସୁରକ୍ଷାକର୍ମୀଙ୍କ ଗୁଳିମାଡରେ ପ୍ରାୟ ୧୩ ଜଣ ସାଧାରଣ ନାଗରିକ ପ୍ରାଣ ହରାଇଛନ୍ତି। ନାଗାଲାଣ୍ଡରେ ସୁରକ୍ଷା ବାହିନୀ ଦ୍ୱାରା ଆତଙ୍କବାଦୀ ବିରୋଧୀ ଅପରେସନରେ ‘ଭୁଲ ତଥ୍ୟ’ ଯୋଗୁଁ ଅନେକ ସ୍ଥାନୀୟ ଲୋକଙ୍କର ମୃତ୍ୟୁ ହୋଇଛି। ଏହି ଘଟଣାରେ ସୁରକ୍ଷାକର୍ମୀଙ୍କ ଜଣେ ଯବାନ ମଧ୍ୟ ସହିଦ ହୋଇଛନ୍ତି। ଅନେକ ଲୋକେ ଆହତ ହୋଇଛନ୍ତି। ନାଗାଲାଣ୍ଡର ମୋନା ଜିଲ୍ଲାର ଓଟିଙ୍ଗ ଅଞ୍ଚଳରେ ଏଭଳି ଅଘଟଣ ଘଟିଛି।
ରିପୋର୍ଟ ମୁତାବକ, ଏହି ଘଟଣା ପରେ ଗ୍ରାମବାସୀ ରାଗି ଯାଇ ସୁରକ୍ଷାକର୍ମୀଙ୍କ ଗାଡିରେ ନିଆଁ ଲଗାଇ ଦେଇଛନ୍ତି। ଏବେବି ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଲାଗି ରହିଛି। ସେପଟେ ନାଗାଲାଣ୍ଡ ମୁଖ୍ୟମନ୍ତ୍ରୀ ନେଫିଓ ରିଓ ଶାନ୍ତି ପାଇଁ ଲୋକଙ୍କୁ ନିବେଦନ କରିଛନ୍ତି। ଏହି ଘଟଣାର ଅନୁସନ୍ଧାନ ପାଇଁ ସେ ଏସଆଇଟି ଗଠନ କରିଛନ୍ତି।
ମୁଖ୍ୟମନ୍ତ୍ରୀ ଟ୍ୱିଟ୍ କରି କହିଛନ୍ତି, ‘ମୋନ ଜିଲ୍ଲାର ଓଟିଙ୍ଗରେ ସାଧାରଣ ନାଗରିକଙ୍କ ହତ୍ୟା ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଏହା ଅତ୍ୟନ୍ତ ନିନ୍ଦନୀୟ। ଶୋକ ସନ୍ତପ୍ତ ପରିବାରବର୍ଗଙ୍କୁ ମୁଁ ସମବେଦନା ଜଣାଉଛି ଏବଂ ଆହତମାନଙ୍କୁ ଶୀଘ୍ର ଆରୋଗ୍ୟ କାମନା କରୁଛି। ଏହି ଘଟଣାର ଉଚ୍ଚ ସ୍ତରୀୟ SIT ଦ୍ୱାରା ଅନୁସନ୍ଧାନ କରାଯିବ ଏବଂ ଦେଶର ଆଇନ ଅନୁଯାୟୀ ନ୍ୟାୟ କରାଯିବ, ମୁଁ ଶାନ୍ତି ପାଇଁ ସମାଜର ସମସ୍ତ ବିଭାଗକୁ ନିବେଦନ କରୁଛି।’
The unfortunate incident leading to killing of civilians at Oting, Mon is highly condemnable.Condolences to the bereaved families & speedy recovery of those injured. High level SIT will investigate & justice delivered as per the law of the land.Appeal for peace from all sections
— Neiphiu Rio (@Neiphiu_Rio) December 5, 2021
ସେପଟେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ଏହି ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି। ସେ ଟ୍ୱିଟ୍ କରି କହିଛନ୍ତି, ‘ନାଗାଲାଣ୍ଡର ଓଟିଙ୍ଗରେ ଘଟିଥିବା ଦୁର୍ଭାଗ୍ୟଜନକ ଘଟଣାକୁ ନେଇ ମୁଁ ଦୁଃଖିତ। ଯେଉଁମାନେ ପ୍ରାଣ ହରାଇଛନ୍ତି ସେମାନଙ୍କ ପରିବାର ପ୍ରତି ମୁଁ ଗଭୀର ସମବେଦନା ଜଣାଉଛି। ରାଜ୍ୟ ସରକାରଙ୍କ ଦ୍ୱାରା ସ୍ଥାପିତ ଏକ ଉଚ୍ଚ ସ୍ତରୀୟ SIT ଏହି ଘଟଣାର ପୁଙ୍ଖାନୁପୁଙ୍ଖ ଅନୁସନ୍ଧାନ କରିବ ଯାହାଦ୍ୱାରା ଶୋକସନ୍ତପ୍ତ ପରିବାର ନ୍ୟାୟ ପାଇବେ।’
Anguished over an unfortunate incident in Nagaland’s Oting, Mon. I express my deepest condolences to the families of those who have lost their lives. A high-level SIT constituted by the State govt will thoroughly probe this incident to ensure justice to the bereaved families.
— Amit Shah (@AmitShah) December 5, 2021
ସୂଚନା ମୁତାବକ, ଆତଙ୍କବାଦୀ ଲୁଚି ରହିଥିବା ନେଇ ଏକ ଗୁପ୍ତ ସୂଚନା ପାଇ ସୁରକ୍ଷା ବାହିନୀ ତିରୁ-ଓଟିଙ୍ଗ ରାସ୍ତାରେ ଆକ୍ରମଣ କରିବାକୁ ଯୋଜନା କରିଥିଲେ। ଏତିକି ବେଳେ ସେହି ରାସ୍ତାଦେଇ କିଛି ଗ୍ରାମବାସୀ ମିନି ପିକ୍ ଅପ୍ ଟ୍ରକ୍ରେ ଘରକୁ ଫେରୁଥିଲେ। କିନ୍ତୁ ଭୁଲରେ ଗ୍ରାମବାସୀଙ୍କୁ ଆତଙ୍କୀ ବୋଲି ଭାବି ନେଇଥିଲେ। ଏହାପରେ ତାଙ୍କ ଉପରେ ଗୁଳିମାଡ କରିଦେଇଥିଲେ। ଫଳରେ ଘଟଣାସ୍ଥଳରେ ହିଁ ୧୨ରୁ ଅଧିକ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିଲେ।
ଯେତେବେଳେ ଏହି ଲୋକମାନେ ଦୀର୍ଘ ସମୟ ପର୍ଯ୍ୟନ୍ତ ଘରକୁ ଫେରି ନଥିଲେ, ଗାଁର ସ୍ୱେଚ୍ଛାସେବୀମାନେ ସେମାନଙ୍କୁ ଖୋଜିବାକୁ ବାହାରିଥିଲେ। ତା’ପରେ ସେମାନେ ରାସ୍ତା ଉପରେ ସେମାନଙ୍କର ମୃତଦେହ ପଡିଥିବା ପାଇଥିଲେ। ଏହି ଘଟଣା ପରେ ଅଞ୍ଚଳରେ ଉତ୍ତେଜନା ବଢ଼ିଥିଲା ଗ୍ରାମବାସୀମାନେ ରାଗି ସୁରକ୍ଷା ବାହିନୀଙ୍କ ଗାଡି ନିଆଁ ଲଗାଇ ଜାଳି ଦେଇଥିଲେ।
The post ଆତଙ୍କୀ ଭାବି ସାଧାରଣ ନାଗରିକଙ୍କ ଉପରକୁ ଗୁଳିମାଡ଼ କଲେ ସୁରକ୍ଷାକର୍ମୀ, ୧୩ ମୃତ appeared first on Odisha Reporter.
from Odisha Reporter https://ift.tt/3EqdjC3
No comments:
Post a Comment