ନୂଆଦିଲ୍ଲୀ: ମୁମ୍ବାଇ ପରେ ଦେଶର ରାଜଧାନୀ ଦିଲ୍ଲୀରେ ପଶିଲା କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ୍। ଦିଲ୍ଲୀରେ ପ୍ରଥମ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତାଞ୍ଜାନିଆରୁ ଫେରିଥିବା ଜଣେ ଯୁବକଙ୍କ ଠାରେ ଓମିକ୍ରନ୍ ଭୂତାଣୁ ଥିବା ମାମଲା ସାମ୍ନାକୁ ଆସିଛି। ସଂକ୍ରମିତ ଯୁବକଙ୍କୁ ଏଲ୍ଏନ୍ଜେପି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏନେଇ ଦିଲ୍ଲୀ ସ୍ୱାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ୍ ସୂଚନା ଦେଇଛନ୍ତି। ଏହାକୁ ମିଶାଇ ଦେଶରେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟାରେ ୫ରେ ପହଞ୍ଚିଛି।
ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ସୂଚନା ମୁତାବକ, ୧୨ ସନ୍ଦିଗ୍ଧ ବିଦେଶ ଫେରନ୍ତାଙ୍କୁ ଠାରେ କରୋନାର ସାମାନ୍ୟ ଲକ୍ଷଣ ଚିହ୍ନଟ ହୋଇଥିଲା। ଏମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇ ତାଙ୍କର ଜିନୋମ ସିକ୍ୱେନ୍ସିଂ ପାଇ ପଠାଯାଇଥିଲା। ଯେଉଁଥିରୁ ଜଣଙ୍କ ଠାରେ ଓମିକ୍ରନ୍ ଭାରିଏଣ୍ଟ ଚିହ୍ନଟ ହୋଇଛି। ମନ୍ତ୍ରୀ କହିଛନ୍ତି ଯେ ଯେଉଁମାନେ ବାହାରୁ ଆସୁଛନ୍ତି ସେମାନଙ୍କୁ ପରୀକ୍ଷା କରାଯାଉଛି। ଏପର୍ଯ୍ୟନ୍ତ ୧୭ଟି ପଜିଟିଭ୍ ରୋଗୀ LNJP ରେ ଭର୍ତ୍ତି ହୋଇଛନ୍ତି, ୬ ଜଣ ସେମାନଙ୍କର ସମ୍ପର୍କୀୟ ରହିଛନ୍ତି। ଆସନ୍ତାକାଲି ଫାଇଲ୍ ରିପୋର୍ଟ ଆସିବ। ଦିଲ୍ଲୀର ଏହା ହେଉଛି ପ୍ରଥମ ଓମିକ୍ରନ୍ ମାମଲା ବୋଲି ସେ କହିଛନ୍ତି।
ଏହାପୂର୍ବରୁ କର୍ଣ୍ଣାଟକରୁ ୨, ଗୁଜରାଟରୁ ଜଣେ, ମୁମ୍ବାଇରୁ ଜଣେ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। କର୍ଣ୍ଣାଟକରେ ଚିହ୍ନଟ ହୋଇଥିବା ରୋଗୀଙ୍କ ବୟସ ୬୬ ଏବଂ ୪୬ ବର୍ଷ ରହିଛି। ଉଭୟଙ୍କର ସାମାନ୍ୟ ଲକ୍ଷଣ ଅଛି ଏବଂ ଉଭୟ ଦକ୍ଷିଣ ଆଫ୍ରିକା ଫେରନ୍ତା। ସେହିପରି ଗୁଜୁରାଟରେ ମଧ୍ୟ ୭୨ ବର୍ଷ ବୟସ୍କା ରୋଗୀଙ୍କଠାରେ ଓମିକ୍ରନ୍ ଭାରିଏଣ୍ଟ ଚିହ୍ନଟ ହୋଇଛି। ଏହି ରୋଗୀ ଜିମ୍ବାୱେରୁ ଫେରି ଥିଲେ | ଏଥିସହିତ ମୁମ୍ବାଇରେ ଦକ୍ଷିଣ ଆଫ୍ରିକା ଏବଂ ଦୁବାଇ ଦେଇ ଆସିଥିବା ଜଣେ ବ୍ୟକ୍ତି ଓମିକ୍ରନ୍ରେ ସଂକ୍ରମିତ ହୋଇଥିବା ଜଣାପଡିଛି।
First omicron case detected in Delhi. The patient admitted to LNJP Hospital had returned from Tanzania. Till now, 17 people who tested positive for Covid have been admitted to the hospital: Delhi Health Minister Satyendar Jain pic.twitter.com/TwbXFpt3jV
— ANI (@ANI) December 5, 2021
The post ରାଜଧାନୀରୁ ଚିହ୍ନଟ ହେଲେ ଓମିକ୍ରନ୍ ଆକ୍ରାନ୍ତ appeared first on Odisha Reporter.
from Odisha Reporter https://ift.tt/3Gl4olX
No comments:
Post a Comment