୧୪ ଜଣଙ୍କ ମୃତ୍ୟୁ ପରେ ଇଣ୍ଟରନେଟ୍‌ ବନ୍ଦ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 5, 2021

୧୪ ଜଣଙ୍କ ମୃତ୍ୟୁ ପରେ ଇଣ୍ଟରନେଟ୍‌ ବନ୍ଦ

କୋହିମା: ନାଗାଲାଣ୍ଡର ମୋନ୍‌ ଜିଲ୍ଲାରେ ହୋଇଥିବା ଅଭାବନୀୟ ଗୁଳିକାଣ୍ଡ  ଘଟଣାରେ ଜଣେ ସୁରକ୍ଷାର୍କୀଙ୍କ ସମେତ ୧୪ ଜଣ ସାଧାରଣ ଲୋକଙ୍କ ମୃତ୍ୟୁ ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ସେନା ପକ୍ଷରୁ ଘଟଣାକୁ ଦୁର୍ଭାଗ୍ୟଜନକ କୁହାଯିବା ସହ ଉଚ୍ଚସ୍ଥରୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଘଟଣା ପଛରେ ଯିଏ ଦାୟୀ ସେମାନଙ୍କ ବିରୋଧରେ ଆଇନ୍ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି। ଘଟଣା ପରେ କୋହିମାରେ ହର୍ଣ୍ଣବିଲ ଉତ୍ସବକୁ ବାତିଲ କରାଯାଇଛି। ଏଥିସହ ସ୍ଥାନୀୟ ଅଞ୍‌ଳରେ ଇଣ୍ଟରନଟ ସସପେଣ୍ଡ କରାଯାଇଛି। ସ୍ଥାନୀୟ ଲୋକଙ୍କ କହବି ଅନୁଯାୟୀ, ଶନିବାର ରାତି ୪ଟାରେ ଏହି ଘଟଣା ଘଟିଛି। ନାଗାଲାଣ୍ଡ ମୁଖ୍ୟମନ୍ତ୍ରୀ  ନେପିଡ୍ୟୁ  ରିଓ  କୋହିମା ଦିଲ୍ଲୀରୁ ତୁରନ୍ତ କୋହିମା ଫେରି ଆସଇଥିବା ବେଳେ ଜରୁରୀ କାଳୀନ ବୈଠକ ପାଇଁ ଯୋଜନା ରହିଛି।

ସ୍ଥାନୀୟ ସୂତ୍ର ଅନୁସାରେ, ଓଟିଙ୍ଗ୍‌ ଗାଁର କେତେକ ଦିନ ମଜୁରିଆ ଗୋଟାଏ କୋଇଲା ଖଣିରୁ ପିକ୍‌-ଅପ୍‌ ଭ୍ୟାନ୍‌ ଯୋଗେ ଫେରୁଥିବା ବେଳେ ନିରାପତ୍ତା ବଳ ସେମାନଙ୍କ ଉପରକୁ ଗୁଳି ଚଳାଇଥିଲେ। ସ୍ୱାଭାବିକ ସମୟ ଠାରୁ ଅନେକ ସମୟ ଅତିବାହିତ ହୋଇଯାଇଥିଲେ ସୁଦ୍ଧା ଗାଁକୁ ଫେରିବାକୁ ଥିବା କେତେକ ମଜୁରିଆ ନ ଫେରିବାରୁ ଗ୍ରାମବାସୀମାନେ ସେମାନଙ୍କୁ ଖୋଜିବାକୁ ଯାଇ ଗାଡ଼ିରେ ସେମାନଙ୍କ ଦେଖିଲେ। ଏଥିରେ ଉତ୍ତ୍ୟକ୍ତ ହୋଇ ଗ୍ରାମବାସୀମାନେ ନିରାପତ୍ତାବଳଙ୍କୁ ଘେରିଯାଇ ସେମାନଙ୍କ ଗାଡ଼ିରେ ନିଆଁ ଲଗାଇ ଦେଇଥିଲେ। ଆତ୍ମରକ୍ଷା କରିବାକୁ ବାଧ୍ୟ ହୋଇ ନିରାପତ୍ତା ବଳ ଗୁଳି ଚଳାଇବାରୁ ଅଧିକ ସାଧାରଣ ନାଗରିକଙ୍କର ମୃତ୍ୟୁ ଘଟିଥିଲା।

ଘଟଣାସ୍ଥଳରେ ପୁଲିସ ପହଞ୍ଚିବାରୁ ପରସ୍ଥିତି ନିୟନ୍ତ୍ରଣାଧୀନ ଅଛି। ଏବେବି ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଲାଗି ରହିଛି। ସେପଟେ ନାଗାଲାଣ୍ଡ ମୁଖ୍ୟମନ୍ତ୍ରୀ ନେଫିଓ ରିଓ ଶାନ୍ତି ପାଇଁ ଲୋକଙ୍କୁ ନିବେଦନ କରିଛନ୍ତି। ଏହି ଘଟଣାର ଅନୁସନ୍ଧାନ ପାଇଁ ସେ ଏସଆଇଟି ଗଠନ କରିଛନ୍ତି। ସେପଟେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ଏହି ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି। ସେ ଟ୍ୱିଟ୍‌ କରି କହିଛନ୍ତି, ‘ନାଗାଲାଣ୍ଡର ଓଟିଙ୍ଗରେ ଘଟିଥିବା ଦୁର୍ଭାଗ୍ୟଜନକ ଘଟଣାକୁ ନେଇ ମୁଁ ଦୁଃଖିତ। ଯେଉଁମାନେ ପ୍ରାଣ ହରାଇଛନ୍ତି ସେମାନଙ୍କ ପରିବାର ପ୍ରତି ମୁଁ ଗଭୀର ସମବେଦନା ଜଣାଉଛି। ରାଜ୍ୟ ସରକାରଙ୍କ ଦ୍ୱାରା ସ୍ଥାପିତ ଏକ ଉଚ୍ଚ ସ୍ତରୀୟ SIT ଏହି ଘଟଣାର ପୁଙ୍ଖାନୁପୁଙ୍ଖ ଅନୁସନ୍ଧାନ କରିବ ଯାହାଦ୍ୱାରା ଶୋକସନ୍ତପ୍ତ ପରିବାର ନ୍ୟାୟ ପାଇବେ।’ ସୂଚନା ମୁତାବକ, ଆତଙ୍କବାଦୀ ଲୁଚି ରହିଥିବା ନେଇ ଏକ ଗୁପ୍ତ ସୂଚନା ପାଇ ସୁରକ୍ଷା ବାହିନୀ ତିରୁ-ଓଟିଙ୍ଗ ରାସ୍ତାରେ ଆକ୍ରମଣ କରିବାକୁ ଯୋଜନା କରିଥିଲେ। ଏତିକି ବେଳେ ସେହି ରାସ୍ତାଦେଇ କିଛି ଗ୍ରାମବାସୀ ମିନି ପିକ୍‌ ଅପ୍‌ ଟ୍ରକ୍‌ରେ ଘରକୁ ଫେରୁଥିଲେ।

କିନ୍ତୁ ଭୁଲରେ ଗ୍ରାମବାସୀଙ୍କୁ ଆତଙ୍କୀ ବୋଲି ଭାବି ନେଇଥିଲେ। ଏହାପରେ ତାଙ୍କ ଉପରେ ଗୁଳିମାଡ କରିଦେଇଥିଲେ। ଫଳରେ ଘଟଣାସ୍ଥଳରେ ହିଁ ୧୨ରୁ ଅଧିକ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିଲା।

The post ୧୪ ଜଣଙ୍କ ମୃତ୍ୟୁ ପରେ ଇଣ୍ଟରନେଟ୍‌ ବନ୍ଦ appeared first on Odisha Reporter.



from Odisha Reporter https://ift.tt/3GanHhq

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages