୧୦୦ କୋଟି ଟଙ୍କା ବଟି ଅଦାୟ ମାମଲାରେ ପରମବୀର ସିଂଙ୍କ ବୟାନ ରେକର୍ଡ଼ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 5, 2021

୧୦୦ କୋଟି ଟଙ୍କା ବଟି ଅଦାୟ ମାମଲାରେ ପରମବୀର ସିଂଙ୍କ ବୟାନ ରେକର୍ଡ଼

ମୁମ୍ବାଇ: ମନି ଲଣ୍ଡରିଂ ମାମଲାରେ ମୁମ୍ବାଇର ପୂର୍ବତନ ପୁଲିସ କମିଶନର ପରମବୀର ସିଂଙ୍କ ବୟାନ ରେକର୍ଡ଼ କରିଛି ଇଡି। ମହରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ବିରୋଧରେ ପରମବୀର ସିଂ ମନିଲଣ୍ଡରିଂ ଅଭିଯୋଗ ଆଣିଥିଲେ । ୩ଥର ସମନ କରାଯିବା ପରେ ଡିସେମ୍ବର ୩ତାରିଖରେ  ପରମବୀର ସିଂ ଇଡି କାର୍ଯ୍ୟାଳୟରେ ହାଜର ହୋଇଥିଲେ।  ମୁମ୍ବାଇର ଇଡିର ଡେପୁଟି ଡାଇରେକ୍ଟରଙ୍କ ଉପସ୍ଥିତିରେ ତଦନ୍ତ ଅଧିକାରୀ, ସହକାରୀ-ନିର୍ଦ୍ଦେଶକସ୍ତରର ଅଧିକାରୀ ତାଙ୍କୁ ପଚରାଉଚରା କରିଥିଲେ।

ଅନିଲ ଦେଶମୁଖ ଏବେ  ବିଚାର ବିଭାଗୀୟ ହେପାଜତରେ ଅଛନ୍ତି। ଗତ ନଭେମ୍ବର ୨ ତାରିଖରେ ସେ ଇଡି ଅଧିକାରୀଙ୍କ ନିକଟରେ ହାଜର ହେବା ପରେ ନଭେମ୍ବର ୩ତାରିଖରେ ତାଙ୍କୁ ଗିରଫ କରାଯାଇଥିଲା। ପୂର୍ବରୁ ତାଙ୍କୁ ୫ ଥର ସମନ କରାଯାଇଥିଲେ ମଧ୍ୟ ସେ ହାଜର ହେଉନଥିଲେ।  କିଛି ପୁଲିସ ଅଫିସରଙ୍କୁ ମାସକୁ ୧୦୦ କୋଟି ଟଙ୍କା ବଟି ଅଦାୟ ନେଇ ସିବିଆଇ ପକ୍ଷରୁ ଅନିଲଙ୍କ ବିରୋଧରେ ଏତଲା ରୁଜୁ କରାଯାଇଥିଲା। ଏହା ପରେ ଇଡି ପକ୍ଷରୁ ତାଙ୍କ ବିରୋଧରେ ମାମଲା ଜୁରୁ କରାଯାଇଛି।

ଏହା ପୂର୍ବରୁ ସମାନ ମାମଲାରେ ଅନିଲଙ୍କ ପିଏ ଏବଂ ପିଏସଙ୍କୁ ଗିରଫ କରିଥିଲା ଇଡି। ଏ ବାବଦରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ   ପରମବୀର ସିଂ ଚିଠି ଲେଖି ଅନିଲ ଦେଶମୁଖଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ। ଚିଠିରେ ଦେଶମୁଖ ସଚିନ ଭାଜେ ଓ ମୁମ୍ବାଇର କିଛି ପୁଲିସ ଅଧିକାରୀଙ୍କୁ  ମାସକୁ ୧୦୦ କୋଟି ଟଙ୍କା ବଟି ମାଗୁଥିବା ଉଲ୍ଲେଖ କରିଥିଲେ।

The post ୧୦୦ କୋଟି ଟଙ୍କା ବଟି ଅଦାୟ ମାମଲାରେ ପରମବୀର ସିଂଙ୍କ ବୟାନ ରେକର୍ଡ଼ appeared first on Odisha Reporter.



from Odisha Reporter https://ift.tt/3DjYkbm

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages