ନୂଆଦିଲ୍ଲୀ: ଗତ ନଭେମ୍ବର ୨୭ ତାରିଖରେ ଭାରତୀୟ ବାୟୁସେନାର ଲଢ଼ୁଆ ବିମାନ ‘ମିରାଜ’ର ଟାୟାର ଚୋରି ହୋଇଥିଲା। ଉତ୍ତର ପ୍ରଦେଶର ଲକ୍ଷ୍ନୌରେ ଥିବା ବକ୍ସି-କା-ତଲାବ ଏୟାରବେସ୍ରୁ ଟ୍ରକ୍ ଯୋଗେ ଯୋଧପୁର ଯାଉଥିବା ବେଳେ ଅଧା ବାଟରୁ ଏପରି ଟାୟାର ଚୋରି ଘଟଣା ସାମ୍ନାକୁ ଆସିଥିଲା। ଏହାକୁ ନେଇ ଚାରିଆଡେ ହଇଚଇ ସୃଷ୍ଟି ହୋଇଯାଇଥିଲା। ଏବେ ଏହି ଲଢ଼ୁଆ ବିମାନ ଟାୟାର ଚୋରି କରିଥିବା ଚୋର ଧରାପଡିଛି। ଚୋର ଖୋଦ୍ ଟାୟାର ନେଇ ଆଇଏଏଫ୍ ଷ୍ଟେସନରେ ପହଞ୍ଚିଛି।
ଏନେଇ ଉତ୍ତର ପ୍ରଦେଶ ପୁଲିସ ସୂଚନା ଦେଇଛି। ଲକ୍ଷ୍ନୌ ପୁଲିସର କହିବା ମୁତାବକ, ଗତକାଲି ତଥା ୪ ତାରିଖ ଦିନ ବକ୍ସି-କା-ତାଲାବା ବାୟୁ ସେନା ଷ୍ଟେସନକୁ ଟାୟାର ଧରି ୨ ଜଣ ବ୍ୟକ୍ତି ପହଞ୍ଚିଥିଲେ। ଯେଉଁଠାରୁ କଥିତ ରୂପେ ଚୋରି ହୋଇଥିବା ସୂଚନା ମିଳିଥିଲା ସେହି ସ୍ଥାନର ରାସ୍ତା ପାର୍ଶ୍ୱରୁ ଟାୟାରଟି ତାଙ୍କୁ ମିଳିଥିବା ଉଭୟ ଦାବି କରିଥିଲେ। ଏଥିସହିତ ସେ ଏହାକୁ ଟ୍ରକ୍ ଟାୟାର ବୋଲି ଭାବି ଘରକୁ ନେଇଯାଇଥିବା କହିଥିଲେ। ଏବେ ଉକ୍ତ ଟାୟାରଟି ବାୟୁସେନା ଷ୍ଟେସନ ଡିପୋର ଏବଂ ଏହା ମିରାଜ ଜେଟ୍ର ବୋଲି ବାୟୁସେନା ପକ୍ଷରୁ ସ୍ପଷ୍ଟ କରାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ନଭେମ୍ବର ୨୭ ବିଳମ୍ବିତ ରାତିରେ ଲକ୍ଷ୍ନୌରେ ଥିବା ଶହୀଦ ପଥ ଦେଇ ଟ୍ରକଟି ଯାଉଥିବା ବେଳେ ମିରାଜ ଯୁଦ୍ଧ ବିମାନର ଟାୟାର ଚୋରି ହୋଇଥିଲା। ଟ୍ରକ୍ ଡ୍ରାଇଭର ହେମ ସିଂହ ରାୱତ ଚୋରି କଥାକୁ ନିଶ୍ଚିତ କରିଥିଲେ। ଡିସେମ୍ବର ୧ରେ ଏନେଇ ଏଫଆଇଆର ରୁଜୁ କରାଯାଇଥିଲା। ମିରାଜ ୨୦୦୦ ଯୁଦ୍ଧ ବିମାନର ୫ଟି ଟାୟାର ଲକ୍ଷ୍ନୌରୁ ଯୋଧପୁର ଯାଉଥିଲା। ଏହା ମଧ୍ୟରୁ ଗୋଟିଏ ଟାୟାର ଚୋରି ହୋଇଯାଇଥିଲା।
The post ଲଢ଼ୁଆ ବିମାନ ‘ମିରାଜ’ର ଟାୟାର ଚୋରି, ଆଇଏଏଫ୍ ଷ୍ଟେସନରେ ପହଞ୍ଚିଲା ଚୋର appeared first on Odisha Reporter.
from Odisha Reporter https://ift.tt/3lBSHPM
No comments:
Post a Comment