ଅମାନିଆ ରେଭେନ୍ସା ଛାତ୍ରଛାତ୍ରୀ, ପୁଣି ଉଡ଼ାଇଲେ କରୋନା ନିୟମର ଧଜିଆ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, December 24, 2021

ଅମାନିଆ ରେଭେନ୍ସା ଛାତ୍ରଛାତ୍ରୀ, ପୁଣି ଉଡ଼ାଇଲେ କରୋନା ନିୟମର ଧଜିଆ

କଟକ(ଓଡ଼ିଶା ରିପୋର୍ଟର):  ସମଗ୍ର ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଥିବା ବେଳେ ଲାଗୁ ହେଲାଣି କଟକଣା। ଏପରି ସ୍ଥିତିରେ ଅଧିକ ସଂଖ୍ୟକ ଲୋକ ଏକତ୍ରିତ ହେବାକୁ କେନ୍ଦ୍ର ଓ ରାଜ୍ୟ ସରକାର ବାରମ୍ବାର ବାରଣ କରୁଥିବା ବେଳେ ଏହାକୁ ଖାତିର କରୁ ନାହାନ୍ତି ରେଭେନ୍ସା ଛାତ୍ରଛାତ୍ରୀ । ଦୁଇ ଦିନ ତଳେ ଆୟୋଜିତ କାର୍ଯ୍ୟକ୍ରମ ପାଇଁ ରେଭେନ୍ସା ବିଶ୍ୱବିଦ୍ୟାଳୟକୁ ନୋଟିସ କରାଯାଇଥିବା ବେଳେ ପୁଣି ସେହି ଘଟଣାର ପୁନରାବୃତ୍ତି କରିଛନ୍ତି ଛାତ୍ରଛାତ୍ରୀ। ବିଶ୍ୱବିଦ୍ୟାଳୟ ପରିସରରେ ଛାତ୍ରଛାତ୍ରୀ ଏପରି କରୋନା ନିୟମର ଧଜିଆ ଉଡ଼ାଉଥିବା ବେଳେ ସମସ୍ତେ ସାଜିଛନ୍ତି ଦେଖଣାହାରୀ।

ଦୁଇ ଦିନ ତଳେ ଆୟୋଜିତ କାର୍ଯ୍ୟକ୍ରମ ପାଇଁ ଗତକାଲି ବିଶ୍ୱବିଦ୍ୟାଳୟକୁ ନୋଟିସ କରିଥିଲେ କଟକ ମହାନଗର ନିଗମ କର୍ତ୍ତୃପକ୍ଷ ।  ଏହି ଘଟଣାକୁ ନେଇ ଉପୁଜିଥିବା ବିବାଦର ଅନ୍ତ ନ ହେଉଣୁ ଗତକାଲି ଇଷ୍ଟ ହଷ୍ଟେଲର ଶତବାର୍ଷିକୀ ଉତ୍ସବ ପାଳନ ବେଳେ ଦେଖିବାକୁ ମିଳିଛି ଏହି ଦୃଶ୍ୟ ।

କ୍ୟାମ୍ପସରେ ପୁଣି ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରି କୋଭିଡ୍ ନିୟମର ଧଜିଆ ଉଡାଇଲେ  ଅମାନିଆ ରେଭେନ୍ସା ଛାତ୍ରଛାତ୍ରୀ । ଶହ ଶହ ଛାତ୍ରଛାତ୍ରୀ ଏକାଠି ହୋଇ ନାଚଗୀତରେ ମସଗୁଲ ହେଲେ।  ନା କୌଣସି କଟକଣାକୁ ଡର, ନା କାହାକୁ ଖାତିର। ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଏପରି ଖାମଖିଆଲି କାର୍ଯ୍ୟକଳାପକୁ ତୀବ୍ର ସମାଲୋଚନା କରାଯାଇଛି।

୨ ଦିନ ତଳେ ଆୟୋଜିତ କାର୍ଯ୍ୟକ୍ରମ ପାଇଁ ବିଭିନ୍ନ ଆଡ଼ୁ ସମାଲୋଚିତ ହେବା ସତ୍ତ୍ୱେ ପୁଣଇ କିପରି ଏପରି କାର୍ଯ୍ୟକ୍ରମ ଆୟୋଜନକୁ କର୍ତ୍ତୃପକ୍ଷ ଅନୁମତି ଦେଲେ ତାକୁ ନେଇ ଉଠିଛି ପ୍ରଶ୍ନ ।   ସେପଟେ ଗତକାଲିର ଏହି ଘଟଣାକୁ ନେଇ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନିା

The post ଅମାନିଆ ରେଭେନ୍ସା ଛାତ୍ରଛାତ୍ରୀ, ପୁଣି ଉଡ଼ାଇଲେ କରୋନା ନିୟମର ଧଜିଆ appeared first on Odisha Reporter.



from Odisha Reporter https://ift.tt/3yUU6X0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages