ଧରାପୃଷ୍ଠରେ ପ୍ରଭୁ ଯୀଶୁ, କଟକଣା ଭିତରେ ପାଳିତ ହେଉଛି ବଡ଼ଦିନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, December 24, 2021

ଧରାପୃଷ୍ଠରେ ପ୍ରଭୁ ଯୀଶୁ, କଟକଣା ଭିତରେ ପାଳିତ ହେଉଛି ବଡ଼ଦିନ

ନୂଆଦିଲ୍ଲୀ: ଧରାପୃଷ୍ଠକୁ ଅବତରଣ କରିଛନ୍ତି ପ୍ରଭୁ ଯୀଶୁ। ନୂଆ ଦିଶା, ନୂଆ ରାହା ଦେଖାଇବାକୁ ପୃଥିବୀ ପୃଷ୍ଠକୁ ଓହ୍ଲାଇଛନ୍ତି। ଆଜିର ଦିନକୁ ବଡ଼ ଦିନ ଭାବେ ପାଳନ କରୁଛନ୍ତି ବିଶ୍ୱର କୋଣ ଅନୁକୋଣରେ ରହୁଥିବା କୋଟି କୋଟି ଖ୍ରୀଷ୍ଟ ଧର୍ମାବଳମ୍ବୀ। ଦେଶର ବିଭିନ୍ନ ସ୍ଥାନରେଗତକାଲି ମଧ୍ୟରାତ୍ରୀରୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଦିଲ୍ଲୀ, ମୁମ୍ବାଇ, କୋଲକାତା, ଚେନ୍ନାଇ, କୋଚି ଓ ହିମାଚଳପ୍ରଦେଶର ଚର୍ଚ୍ଚରେ ପ୍ରଭୁଙ୍କୁ ଆରାଧନା କରାଯାଇଛି।

ହେଲେ ଗତବର୍ଷ ଭଳି ଏବର୍ଷ ବି କୋଭିଡ୍ କଟକଣା ଯୋଗୁ ସେଲିବ୍ରେସନ୍ ଫିକା ପଡ଼ିଛି। ଦିଲ୍ଲୀ, ମୁମ୍ବାଇ, ବେଙ୍ଗାଲୁରୁ ସମେତ ଓଡ଼ିଶାରେ ମଧ୍ୟରାତ୍ରୀର ସମସ୍ତ କାର୍ଯ୍ୟକ୍ରମ ଉପରେ କଟକଣା ଲାଗିଛି। ସେହିଭଳି ଚର୍ଚ୍ଚକୁ ସାଧାରଣ ଶ୍ରଦ୍ଧାଳୁଙ୍କ ବାରଣ ଥିବାରୁ ଲୋକେ ଚର୍ଚ୍ଚ ବାହାରୁ ଫେରିଛନ୍ତି।

ସେହିପରି ସଜେଇ ହୋଇଛି ପୁରା ଭାଟିକାନ୍ ସିଟି। ପ୍ରଭୁ ଯୀଶୁଙ୍କ ଆଗମନ ପାଇଁ ଏଠାରେ  ସ୍ୱତନ୍ତ୍ର ବ୍ୟବସ୍ଥାହୋଇଥିଲା। ସେଣ୍ଟ ପିଟର୍ ବାସିଲିକାରେ ପୋପ୍ ଫ୍ରାନସିସ୍ କୁନି ଯୀଶୁଙ୍କ ପ୍ରତିକୃର୍ତ୍ତିକୁ ଅନାବରଣ କରିଥିଲେ। ଏହାପରେ ବିଧି ଅନୁସାରେ କ୍ୟାରୋଲ୍ ଗାଇଥିଲେ ଉପସ୍ଥିତ ଥିବା ଶ୍ରଦ୍ଧାଳୁ। ଗତ ବର୍ଷ ଅପେକ୍ଷା ଏବର୍ଷ ସେଣ୍ଟ ପିଟର୍ ବାସିଲିକାରେ ଶ୍ରଦ୍ଧାଳୁଙ୍କ ସଂଖ୍ୟାକୁ ବଢ଼ାଇ ୨ ହଜାରକୁ କରାଯାଇଥିଲା। ଗତବର୍ଷ ଇଟାଲିରେ ଲକଡାଉନ୍ ଥିବାରୁ ମାତ୍ର ୨ ଶହ ଜଣରେ କାର୍ଯ୍ୟକ୍ରମ ହୋଇଥିଲା।

 

The post ଧରାପୃଷ୍ଠରେ ପ୍ରଭୁ ଯୀଶୁ, କଟକଣା ଭିତରେ ପାଳିତ ହେଉଛି ବଡ଼ଦିନ appeared first on Odisha Reporter.



from Odisha Reporter https://ift.tt/3FznwN6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages