କେନ୍ଦ୍ରମନ୍ତ୍ରୀଙ୍କ ବଡ଼ ବୟାନ: ରାହୁଲ ଗାନ୍ଧି ହିନ୍ଦୁ ନୁହନ୍ତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, December 24, 2021

କେନ୍ଦ୍ରମନ୍ତ୍ରୀଙ୍କ ବଡ଼ ବୟାନ: ରାହୁଲ ଗାନ୍ଧି ହିନ୍ଦୁ ନୁହନ୍ତି

ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କ ‘ହିନ୍ଦୁ ବନାମ ହିନ୍ଦୁତ୍ୱ’ ବୟାନକୁ କାଉଣ୍ଟର କରିବାକୁ ଯାଇ କେନ୍ଦ୍ରମନ୍ତ୍ରୀ ଏ ନାରାୟଣସ୍ୱାମୀ ବଡ଼ ବୟାନ ଦେଇଛନ୍ତି। ରାହୁଲ ଗାନ୍ଧି ହିନ୍ଦୁ ନୁହନ୍ତି ଓ ସେ ନିର୍ବାଚନ ଯେତେବେଳେ ବି ଆସୁଛି, ସେ ଏପରି ବୟାନ ଦେଉଥିବା କେନ୍ଦ୍ରମନ୍ତ୍ରୀ କହିଛନ୍ତି।

ବିଗତ କିଛି ଦିନ ହେଲାଣି ରାହୁଲ ଗାନ୍ଧି ନିଜର ବୟାନ ମାଧ୍ୟମରେ ହିନ୍ଦୁ ଓ ହିନ୍ଦୁତ୍ୱ ମଧ୍ୟରେ ଥିବା ପାର୍ଥକ୍ୟକୁ ସମସ୍ତଙ୍କୁ ଜଣାଇବାକୁ ଚେଷ୍ଟା କରୁଛନ୍ତି। ସେ ହିନ୍ଦୁମାନେ ସହନଶୀଳ ହୋଇଥିବା ବେଳେ ହିନ୍ଦୁତ୍ୱ କ୍ଷମତା ଲୋଭି ବୋଲି କହିଚାଲିଛନ୍ତି।

ଏହାକୁ ଆଜି ଉତ୍ତର ପ୍ରଦେଶର ବଲ୍ଲିଆ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ନାରାୟଣସ୍ୱାମୀ କାଉଣ୍ଟର କରିଛନ୍ତି। ସେ କହିଛନ୍ତି, “ଯେତେବେଳେ ନିର୍ବାଚନ ଆସୁଛି ସେ(ରାହୁଲ ଗାନ୍ଧି) କେବଳ ଏମିତି କହୁଛନ୍ତି। କିନ୍ତୁ ସେ ଜଣେ ହିନ୍ଦୁ ନୁହନ୍ତି।” ମବ ଲିଞ୍ଚିଂକୁ ନେଇ ରାହୁଲ ଗାନ୍ଧି ସରକାରଙ୍କୁ କରିଥିବା ଟାର୍ଗେଟକୁ ମଧ୍ୟ କେନ୍ଦ୍ରମନ୍ତ୍ରୀ ଖଣ୍ଡନ କରିଛନ୍ତି।

ସେ କହିଛନ୍ତି, “ଏପରି ଘଟଣା ଆଦୌ ଘଟୁନି। ରାହୁଲ ଗାନ୍ଧି ଦେଶରେ କ’ଣ ଘଟୁଛି, ସେକଥା ଆଦୌ ଜାଣି ପାରୁନାହାନ୍ତି।” ପଞ୍ଜାବରେ ଅପବିତ୍ରକରଣ ମାମଲାରେ ପିଟିପିଟି ହତ୍ୟା ଘଟଣାକୁ ନାରାୟଣସ୍ୱାମୀ ଦୁଃଖଦାୟକ ବୋଲି କହିଛନ୍ତି। ଏଥିସହ ଘଟଣାର ତଦନ୍ତ ଚାଲିଛି ଓ ସବୁ କିଛି ଖୁବଶୀଘ୍ର ସାମ୍ନାକୁ ଆସିବ ବୋଲି କହିଛନ୍ତି।

କିଛି ଦିନ ତଳେ ପଞ୍ଜାବର ଦୁଇ ଭିନ୍ନ ଅପବିତ୍ରକରଣ ଘଟଣାରେ ୨ ଜଣଙ୍କୁ ପିଟିପିଟି ହତ୍ୟା କରାଯାଇଥିଲା। ଏହାପରେ ରାହୁଲ ଗାନ୍ଧି ଟ୍ୱିଟ କରି କହିଥିଲେ ଯେ, “୨୦୧୪ ପୂର୍ବରୁ ଲିଞ୍ଚିଂ ଶବ୍ଦ ବହୁତ କମ ଶୁଣିବାକୁ ମିଳୁଥିଲା। ଧନ୍ୟବାଦ ମୋଦିଜୀ।” ଏହାପରେ ବିଜେପି ଆଟାକିଂ ମୋଡକୁ ଆସି ରାହୁଲ ଗାନ୍ଧି ଓ କଂଗ୍ରେସ ଉପରେ ବର୍ଷି ଥିଲା। ଏପରି କି ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କୁ ବିଜେପି ଫାଦର ଅଫ ଲିଞ୍ଚିଂ ବୋଲି କହିବାକୁ ପଛାଇ ନଥିଲା।

ଇନ୍ଦିରା ଗାନ୍ଧିଙ୍କ ହତ୍ୟା ପରେ ଶିଖଙ୍କ ନରସଂହାର ହେବା ଘଟଣାକୁ କଂଗ୍ରେସ ଯଥାର୍ଥ ବୋଲି କହିଥିବା ବିଜେପି ଆଇଟି ୱିଙ୍ଗ ହେଡ୍‌ ଅମିତ ମାଲବ୍ୟ ଦାବି କରିଛନ୍ତି। ଏଥିସହ ‘ଯେତେବେଳେ ବଡ଼ ଗଛ ପଡ଼ିବ ସେତେବେଳେ ମାଟି ଦୋହଲିବ’ ବୋଲି ରାଜୀବ ଗାନ୍ଧି ଦେଇଥିବା ବୟାନକୁ ମଧ୍ୟ ମାଲବ୍ୟ ପୋଷ୍ଟ କରିଥିଲେ।

ଇନ୍ଦିରା ଗାନ୍ଧିଙ୍କ ହତ୍ୟା ପରେ ରାଜୀବ ଗାନ୍ଧି ସେତେବେଳେ ଏପରି ବୟାନ ଦେଇଥିଲେ। ତେଣୁ ଅମିତ ମାଲବ୍ୟ ଉକ୍ତ ବୟାନକୁ ପୋଷ୍ଟ କରି ରାଜୀବ ଗାନ୍ଧିଙ୍କୁ ମବ ଲିଞ୍ଚିଂର ବାପା ବୋଲି କହି କଂଗ୍ରେସକୁ ସମାଲୋଚନା କରିଥିଲେ। ୧୯୯୬୯ରୁ ୧୯୯୩ ମଧ୍ୟରେ କେଉଁ ସବୁ ସ୍ଥାନରେ ଦଙ୍ଗା ଘଟିଥିଲା, ସେକଥା ମଧ୍ୟ ମାଲବ୍ୟ ଟ୍ୱିଟ କରିଥିଲେ। ଏହି ସମୟରେ କଂଗ୍ରେସ ଶାସନରେ ଥିଲା।

The post କେନ୍ଦ୍ରମନ୍ତ୍ରୀଙ୍କ ବଡ଼ ବୟାନ: ରାହୁଲ ଗାନ୍ଧି ହିନ୍ଦୁ ନୁହନ୍ତି appeared first on Odisha Reporter.



from Odisha Reporter https://ift.tt/3Jc9vHc

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages