କଥା ମାନିଲାନି ‍ବୋଲି ଝିଅକୁ ଶିଳପୁଆରେ ଛେଚିଦେଲା ମା’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, December 18, 2021

କଥା ମାନିଲାନି ‍ବୋଲି ଝିଅକୁ ଶିଳପୁଆରେ ଛେଚିଦେଲା ମା’

ସୁନ୍ଦରଗଡ଼(ବିଜୟ ବରୁଆ): ପାରିବାରିକ କଳହର ଘଟିଛି କରୁଣ ପରିଣତି। ଜଣେ  ବିଧବା ମହିଳାଙ୍କ ଶିଳପୁଆ ମାଡ଼ରେ ତାଙ୍କ ନାବାଳିକା ଝିଅର ମୃତ୍ୟୁ ଘଟିଛି। ଝିଅର ମୃତ୍ୟୁ ପରେ ମା’ ମଧ୍ୟ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିବା ଜଣାଯାଇଛି। ତାଙ୍କୁ ଗୁରୁତର ଅବସ୍ଥାରେ ହେମଗିରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏଭଳି ଅଭାବନୀୟ ଘଟଣା ସୁନ୍ଦରଗଡ଼ ଜିଲ୍ଲା ହେମଗିରି ଥାନା ଅନ୍ତର୍ଗତ କଲାମେଘା ଥଇଥାନ କଲୋନୀରେ ଘଟିଛି ।

ମିଳିଥିବା ସୂଚନା ଅନୁସାରେ, ବାପାଙ୍କ ମୃତ୍ୟୁ ପରେ ମା’ଓ ଝିଅ କଲାମେଘା ଥଇଥାନ କଲୋନୀରେରେ ରହୁଥିଲେ। ତେବେ ଝିଅଟି ପୁଅ ପିଲାମାନଙ୍କ ସହ ମୋବାଇଲରେ ସବୁବେଳେ କଥା ହେଉଥିଲା, ଯାହାକୁ ମାଆ ବିରୋଧ କରିଆସୁଥିଲେ। ଅନ୍ୟପଟେ ବାପାର ମୃତ୍ୟୁ ପରେ ମା’ ର ହାବଭାବ ଉପରେ ଝିଅ ମଧ୍ୟ ସନ୍ଦେହ କରୁଥିଲା। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ପ୍ରାୟ ସମୟରେ ଝଗଡା ହୁଏ।

ଗତ ଶୁକ୍ରବାର ମୋବାଇଲରେ ଝିଅ କଥା ହେଉଥିବା ବେଳେ ଏହାକୁ ବାରଣ କରିଥିଲା ମା’ । ଏହାକୁ ନେଇ ମା’ଝିଅଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ମା’ ରାଗି ଯାଇ ଶିଳପୁଆରେ ଝିଅର ମୁହଁକୁ ବାଡ଼େଇ ଦେଇଥିଲେ।  ଫଳରେ ଘଟଣାସ୍ଥଳରେ ଝିଅର ମୃତ୍ୟୁ ଘଟିଥିଲା।  ଏହାପରେ ମା’ ଘର ଭିତରେ ମୃତଦେହକୁ ରଖି ଦେଇ ହେମଗିରି ଚାଲିଯାଇଥିଲା। ସେହିଦିନ ରାତିରେ ପୁଣି ଘରକୁ ଫେରିଥିଲା।

ଗତକାଲି ଝିଅକୁ କିଏ ହତ୍ୟା କରି  ଘରେ ପକାଇ ଦେଇଛି ବୋଲି ପଡୋଶୀଙ୍କୁ ଜଣାଇଥିଲା। ଏନେଇ ଗ୍ରାମବାସୀ ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚିବା ପୂର୍ବରୁ ମା’ ୟୁରିଆ ସାର ଖାଇଦେଇଥିଲା। ପୁଲିସ ପଚରାଉଚରା କରିବା ପରେ ସବୁ କଥା ମା’  ମାନିଯାଇଥିଲା। ଏପରିକି ସେ ୟୁରିଆ ସାର ଖାଇ ଦେଇଥିବା କହିଥିଲା।  ତାଙ୍କୁ ଗୁରୁତର  ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଝିଅର ମୃତଦେହକୁ ଉଦ୍ଧାର କରି ପୁଲିସ୍‌ ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି।

The post କଥା ମାନିଲାନି ‍ବୋଲି ଝିଅକୁ ଶିଳପୁଆରେ ଛେଚିଦେଲା ମା’ appeared first on Odisha Reporter.



from Odisha Reporter https://ift.tt/3GQrcdk

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages