କ୍ୱାରେଣ୍ଟାଇନ୍‌ରେ କରିନା, କହିଲେ-କୋଭିଡ ଆଇ ହେଟ୍‌ ୟୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, December 18, 2021

କ୍ୱାରେଣ୍ଟାଇନ୍‌ରେ କରିନା, କହିଲେ-କୋଭିଡ ଆଇ ହେଟ୍‌ ୟୁ

ମୁମ୍ବାଇ: କରୋନା କବଳରେ ପଡ଼ିଥିବା କରିନା କପୁର ଏବେ କ୍ୱାରେଣ୍ଟାଇନ୍‌ରେ ଅଛନ୍ତି। ନିଜକୁ ସେଲ୍ଫ ଆଇସୋଲେଟ କରି ରଖିଛନ୍ତି ବଲିଉଡର ବେବୋ ।  ଗୋଟିଏ ଘରେ ରହି ବି  ନିଜ ଛୁଆଙ୍କଠାରୁ ଦୂରେଇ ରହିବା ଭାରି କଷ୍ଟକର । ଏଥିପାଇଁ ଦାୟୀ ହେଉଛି କରୋନା। ତେଣୁ କୋଭିଡ ଆଇ ହେଟ୍‌ ୟୁ ବୋଲି ଇନଷ୍ଟାରେ ପୋଷ୍ଟ କରିଛନ୍ତି କରିନା। ଯାହାକି ଏବେ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଏଥିସହ ଆଇ ମିସ୍‌ ମାଇ ବେବିଜ୍‌ ବୋଲି ବି ଉଲ୍ଲେଖ କରିଛନ୍ତି।

ପ୍ରାୟ ସପ୍ତାହେ ପୂର୍ବେ କରୋନାର ସଂକ୍ରମିତ ହେଲେ ବଲିଉଡର ବେବୋ ଓରଫ କରୀନା କପୁର ଖାନ୍‌। ତାଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଲା। ତାଙ୍କ ବ୍ୟତୀତ ତାଙ୍କ ପ୍ରିୟ ବାନ୍ଧବୀ ଅମୃତା ଅରୋରା ମଧ୍ୟ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ବଲିଉଡର ବହୁ ସେଲିବ୍ରିଟି କରନ ଜୋହରଙ୍କ ଘରେ ଆୟୋଜିତ ପାର୍ଟିରେ ଯୋଗ ଦେବା ପରେ ପଜିଟିଭ ଚିହ୍ନଟ ହୋଇଥିଲେ। କରିନା, ଅମୃତାଙ୍କ ପରେ ସୋହେଲ ଖାନଙ୍କ ପତ୍ନୀ ସୀମା ଖାନ, ସଞ୍ଜୟ କପୁରଙ୍କ ପତ୍ନୀ ମହିପ କପୁର ଓ ତାଙ୍କ ଝିଅ ସୟାନା କପୁର ବି ପଜିଟିଭ ଚିହ୍ନଟ ହେଲେ। ଏବେ କରିନାଙ୍କ ଘରର ଜଣେ ସହାୟିକା ମଧ୍ୟ  ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡ଼ିଛି ।

ପରିବାର ସହ କରିନା।

ବଲିଉଡରେ କରୋନା କୋପ ବଢ଼ୁଥିବା ବେଳେ ବିଏମ୍‌ସି ପକ୍ଷରୁ କରିନାଙ୍କ ଘରକୁ ସିଲ୍‌ କରି ଦିଆଯାଇଛି। ଏଥିସହ ସୁରକ୍ଷା ଦୃଷ୍ଟିରୁ କରିନା ମଧ୍ୟ ନିଜକୁ ଘରେ ଆଇସୋଲେଟ କରି ରଖିଛନ୍ତି। ଇତି ମଧ୍ୟରେ ସେ ସୁସ୍ଥ ହେଉଥିବା ବେଳେ ଇନଷ୍ଟାରେ ଖୁବ୍‌ ଆକ୍ଟିଭ ଅଛନ୍ତି। ହେଲେ ସ୍ୱାମୀ ସେଫ ଓ ୨ ଛୁଆ ତୈମୁର ଓ ଜାହଙ୍ଗିରଙ୍ଗଠାରୁ ଦୂରେଇ ରହିବାକୁ ବରଦାସ୍ତ କରିପାରୁ ନାହାନ୍ତି ବେବୋ । ଏପରିକି ନିଜ ମନର ଭାବନାକୁ ଇନଷ୍ଟାରେ ପୋଷ୍ଟ କରୁଛନ୍ତି।

ବଲିଉଡରେ କରୋନା ବ୍ୟାପିବା ପଛରେ ଫିଲ୍ମ ନିର୍ମାତା କରନ ଜୋହରଙ୍କ ହାତ ଥିବା ଅଭିଯୋଗ କରି ସୋଶାଲ ମିଡିଆରେ ତାଙ୍କୁ ଖୁବ୍‌ ଟ୍ରୋଲ ବି କରାଗଲା। ଏଥିରେ ରାଗି ଯାଇ କରନ ମୋ ଘର  କୋଭିଡର ଏକ ହଟସ୍ପଟ୍ ନୁହେଁ ବୋଲି ପୋଷ୍ଟ କରିଥିଲେ।  ଏଥିସହ ଘରେ ଆମେ ସମସ୍ତେ ସବୁବେଳେ ମାସ୍କ ପିନ୍ଧୁ। ମହାମାରୀକୁ କେହି ହାଲୁକା ଭାବେ ଗ୍ରହଣ କରିନାହାଁନ୍ତି। ମୁଁ ଗଣମାଧ୍ୟମର କିଛି ସଦସ୍ୟଙ୍କୁ ନିବେଦନ କରେ ଯେ ସେମାନଙ୍କ ରିପୋର୍ଟ ଉପରେ କିଛି ପ୍ରତିବନ୍ଧକ ଲଗାନ୍ତୁ, ବିନା ତଥ୍ୟରେ ରିପୋର୍ଟ ଛାପିବା ଠାରୁ ଦୂରେଇ ରୁହନ୍ତୁ ବୋଲି ଉଲ୍ଲେଖ କରିଥିଲେ।

The post କ୍ୱାରେଣ୍ଟାଇନ୍‌ରେ କରିନା, କହିଲେ-କୋଭିଡ ଆଇ ହେଟ୍‌ ୟୁ appeared first on Odisha Reporter.



from Odisha Reporter https://ift.tt/3J2wnsr

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages