ଆମେରିକା ଦୂତାବାସ ନିକଟରେ ରକେଟ୍‌ ମାଡ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 19, 2021

ଆମେରିକା ଦୂତାବାସ ନିକଟରେ ରକେଟ୍‌ ମାଡ

ବାଗଦାଦ: ଇରାକର ରାଜଧାନୀ ବାଗଦାଦ ସ୍ଥିତ ଆମେରିକା ଦୂତାବାସ ନିକଟରେ ରକେଟ୍‌ ମାଡ। ବାଗଦାଦର ସୁରକ୍ଷିତ ଗ୍ରୀନ ଜୋନ୍‌ ଉପରେ କତ୍ୟାଷା ରକେଟ୍‌ ମାଡ ହୋଇଛି। ଏନେଇ ଇରାକ୍‌ ସରକାରୀ ନ୍ୟୁଜ ଏଜେନ୍ସି ପକ୍ଷରୁ ସୂଚନା ମିଳିଛି।

ଇରାକ୍‌ର ଗ୍ରୀନ୍‌ ଜୋନ୍‌ରେ ଆମେରିକା ଦୂତାବାସ ସମେତ ଅନେକ ସରକାରୀ ଅଫିସ ରହିଛି। ଏଥିପାଇଁ ଗ୍ରୀନ୍‌ ଜୋନ୍‌କୁ ଆତଙ୍କବାଦୀମାନେ ଟାର୍ଗେଟ କରିଥାଇପାରନ୍ତି ବୋଲି କୁହାଯାଉଛି। ତେବେ ଗୋଟିଏ ରକେଟ୍‌କୁ ସି-ରାମ୍‌ ଡିଫେନ୍ସ ସିଷ୍ଟମ ସହାୟତାରେ ନଷ୍ଟା କରାଯାଇଥିବା ବେଳେ ଅନ୍ୟଟି ଉକ୍ତ ଅଞ୍ଚଳରେ ମାଡ ହୋଇଛି। ଫଳରେ ଦୁଇଟି କାର୍‌ କ୍ଷତିଗ୍ରସ୍ତ ହୋଇଛି।

ବର୍ତ୍ତମାନ ଏହି ଘଟଣାରେ ମୃତହତା ନେଇ କୌଣସି ସୂଚନା ମିଳିନାହିଁ। ରକେଟ୍‌ ମାଡ଼ରେ କେହି ମୃତାହତ ହୋଇଥିବା ଖବର ମିଳିନାହିଁ। କିନ୍ତୁ, ‘ଗ୍ରିନ୍‌ ଜୋନ୍‌’ରେ ସାଇରନ୍‌ ବାଜି ଉଠିଥିଲା। ଏହାଛଡ଼ା, ଏହି ଅକ୍ରମଣ ପାଇଁ କିଏ ଦାୟୀ, ତାହା ମଧ୍ୟ ଏଯାବତ୍‌ କୌଣସି ସଙ୍ଗଠନ ଦାବି କରି ନାହାନ୍ତି। ଏଜେନ୍ସି କହିଛି ଯେ ରକେଟର ଉତକ୍ଷେପଣ ସ୍ଥାନ ଖୋଜିବା ପାଇଁ ସୁରକ୍ଷା ବାହିନୀ ତଦନ୍ତ ଆରମ୍ଭ କରିଛି।

ଉଲ୍ଲେଖଯୋଗ୍ୟ, ‘ଗ୍ରିନ୍‌ ଜୋନ୍‌’ରେ ଯୁକ୍ତରାଷ୍ଟ୍ର ଆମେରିକାର ଦୂତାବାସ ସମେତ ବହୁ ବିଦେଶୀ ଦୂତାବାସ ଏବଂ ସରକାରୀ କୋଠାବାଡ଼ି ରହିଛି। ଇରାନ୍‌ ପୃଷ୍ଠପୋଷକତାରେ ସେ ଅଞ୍ଚଳରେ ନିୟମିତ ରକେଟ୍‌ ମାଡ଼ ହେଉଥିବା କଥା ଯୁକ୍ତରାଷ୍ଟ୍ର ଆମେରିକା ଏବଂ ଇରାକୀୟ ସରକାରୀ ଅଧିକାରୀମାନେ କହି ଆସୁଛନ୍ତି।

The post ଆମେରିକା ଦୂତାବାସ ନିକଟରେ ରକେଟ୍‌ ମାଡ appeared first on Odisha Reporter.



from Odisha Reporter https://ift.tt/3e7eScs

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages