ଏଣିକି ଚାଷୀ ଉଡ଼ାଇବେ ଡ୍ରୋନ୍: ଜାଣନ୍ତୁ କାମ କ’ଣ   - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, December 22, 2021

ଏଣିକି ଚାଷୀ ଉଡ଼ାଇବେ ଡ୍ରୋନ୍: ଜାଣନ୍ତୁ କାମ କ’ଣ  

ନୂଆଦିଲ୍ଲୀ: ଏଣିକି କୃଷି କ୍ଷେତ୍ରରେ ବ୍ୟବହାର ହେବ ଡ୍ରୋନ୍। କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଏନେଇ ମଙ୍ଗଳବାର ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିୟର (SOP) ଜାରି କରିଛନ୍ତି। ଜମିରେ ଫସଲ ସମ୍ବନ୍ଧୀୟ ସାର, କୀଟନାଶକ ଓ ଅନ୍ୟାନ୍ୟ ପୁଷ୍ଟିକର ଔଷଧ ଏହି ଡ୍ରୋନ୍‌ ଦ୍ୱାରା ସ୍ପ୍ରେ କରାଯାଇ ପାରିବ ବୋଲି କେନ୍ଦ୍ର ମନ୍ତ୍ରୀ କହିଛନ୍ତି। ବର୍ତ୍ତମାନ ସମୟରେ କୃଷି କ୍ଷେତ୍ରରେ ଡ୍ରୋନ୍ ଟେକ୍ନୋଲୋଜିର ବ୍ୟବହାର ଆବଶ୍ୟକ ରହିଛି । ଏହା କୃଷକମାନଙ୍କ ପାଇଁ ବେଶ  ଲାଭଦାୟକ ହେବ ବୋଲି କେନ୍ଦ୍ର ମନ୍ତ୍ରୀ ତୋମାର ଏକ ଅଫିସଆଲ ବିବୃତ୍ତିରେ କହିଛନ୍ତି।

ମୁଖ୍ୟତଃ ଆବଶ୍ୟକୀୟ ଆଇନଗତ ପଦକ୍ଷେପ, ଉଡ଼ିବା ପାଇଁ ଅନୁମତି, ଦୂରତା ସୀମା, ଓଜନ ବର୍ଗୀକରଣ, ଜନବହୁଳ ଅଞ୍ଚଳରେ ପ୍ରତିବନ୍ଧକ, ଡ୍ରୋନ୍ ପଞ୍ଜିକରଣ, ସୁରକ୍ଷା ବୀମା, ପାଇଲଟ୍ ସାର୍ଟିଫିକେଟ୍, ଉଡ଼ାଣ କ୍ଷେତ୍ର, ପାଣିପାଗ ଭଳି ବୁହୁ ଗୁରୁତ୍ୱପୂର୍ଣ  SOPରେ ରହିବ। ତୋମାର କହିଛନ୍ତି ଯେ, ୨୦୧୪ ପରଠାରୁ  ସରକାର କୃଷକଙ୍କ ଉନ୍ନତି ଦିଗରେ ଗୁରୁତ୍ୱ ଦେଇ ଆସୁଛନ୍ତି। ସରକାରଙ୍କ କୃଷିନୀତିରେ ୨୦୨୨ ସୁଦ୍ଧା ଚାଷୀଙ୍କ ଆୟକୁ ଦ୍ୱିଗୁଣିତ କରିବା ଲକ୍ଷ ରଖାଯାଇଛି ବୋଲି ତୋମାର କହିଛନ୍ତି।  ସେ କହିଛନ୍ତି ଯେ, କୃଷି ଭିତ୍ତିଭୂମି ପାଣ୍ଠି କ୍ଷୁଦ୍ର ଚାଷୀଙ୍କ ଜୀବନରେ ବୈପ୍ଲବିକ ପରିବର୍ତ୍ତନ ଆଣିବ। ମୁଖ୍ୟତଃ  ପଙ୍ଗପାଳ ଆକ୍ରମଣରୁ ରକ୍ଷା କରିବା ପାଇଁ ଡ୍ରୋନ୍ ବ୍ୟବହାର କରାଯିବ।

ବିଭିନ୍ନ ରୋଗ ପୋକ ଦାଉରେ ନଷ୍ଟ ହେଉଥିବା ଫସଲକୁ ଏହି  ଡ୍ରୋନ୍ ଟେକ୍ନଲୋଲି ରକ୍ଷା କରିପାରିବ ବୋଲି ସେ କହିଛନ୍ତି।  ସେ କହିଛନ୍ତି ଯେ, ଦେଶରେ ପ୍ରଥମ ଥର ପାଇଁ ପଙ୍ଗପାଳ ଆକ୍ରମଣରୁ ରକ୍ଷା କରିବା ପାଇଁ ଡ୍ରୋନ୍ ବ୍ୟବହାର କରାଯିବ। କୃଷି କ୍ଷେତ୍ରରେ ନୂତନ ପ୍ରଯୁକ୍ତିବିଦ୍ୟା ପ୍ରଣୟନ ପାଇଁ ସରକାର ନିରନ୍ତର ପ୍ରୟାସ କରୁଛନ୍ତି । ଯାହା କୃଷି କ୍ଷେତ୍ରରେ ଉତ୍ପାଦନ ଏବଂ ଦକ୍ଷତା ବୃଦ୍ଧି ହୋଇପାରିବ। କୃଷି ବୈଜ୍ଞାନିକ ଏବଂ ବିଶେଜ୍ଞଙ୍କ ସହ ଆଲୋଚନା କରି  କୃଷି କ୍ଷେତ୍ରରେ ଡ୍ରୋନ୍ ବ୍ୟବହାର ପାଇଁ ମନ୍ତ୍ରଣାଳୟ SOP ପ୍ରସ୍ତୁତ କରିଛି ବୋଲି ସେ କହିଛନ୍ତି।

The post ଏଣିକି ଚାଷୀ ଉଡ଼ାଇବେ ଡ୍ରୋନ୍: ଜାଣନ୍ତୁ କାମ କ’ଣ   appeared first on Odisha Reporter.



from Odisha Reporter https://ift.tt/3pgfymc

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages