ଆଖି ପିଛୁଳାକେ ଲାଗିଲା ନିଆଁ, ଜଳିଗଲେ ବାପପୁଅ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, December 22, 2021

ଆଖି ପିଛୁଳାକେ ଲାଗିଲା ନିଆଁ, ଜଳିଗଲେ ବାପପୁଅ

କାମାକ୍ଷାନଗର(ବିଦ୍ୟାଧର ବରାଳ): ଆଖି ପିଛୁଳାକେ ଘରେ ଲାଗିଗଲା ନିଆଁ । ଏହି ନିଆଁରେ ଜଳିଗଲେ ଉଭୟ ବାପପୁଅ। ଉଭୟଙ୍କୁ ଗୁରୁତର ଅବସ୍ଥାରେ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଏପରି ଅଭାବନୀୟ ଘଟଣା ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଖଇରପଶି ଗାଁରେ ଘଟିଛି। ଗୁରୁତର ବାପପୁଅ ହେଲେ ଚତୁର୍ଭୁଜ ନାୟକ ଏବଂ ପୁଅ ରାଜେଶ ନାୟକ ।

ବିଦ୍ୟୁତ୍‌ ସର୍ଟ ସର୍କିଟ ଯୋଗୁଁ ଖଇରପଶି ଗାଁର ହରିଜନ ସାହିସ୍ଥିତ ଚତୁର୍ଭୁଜଙ୍କ ଘରେ ନିଆଁ ଲାଗି ଯାଇଥିଲା। ଆଖି ପିଛୁଳାକେ ନିଆଁ ଲାଗିବାରୁ ପରିବାର ଲୋକେ ଘରୁ ବାହାରି ପାରି ନ ଥିଲେ। ଏଥିରେ ଉଭୟ ବାପପୁଅ  ଚତୁର୍ଭୁଜ ଏବଂ  ରାଜେଶ  ଗୁରୁତର ହୋଇଥିବା ବେଳେ ସ୍ଥାନୀୟ ଲୋକେ ତୁରନ୍ତ ପରିବାରର ଅନ୍ୟମାନଙ୍କ ଉଦ୍ଧାର କରିଥିଲେ।  ଅଗ୍ନିକାଣ୍ଡ ଯୋଗୁଁ ଘରର ଆସବାବପତ୍ର, ଧାନ ଓ ଚାଉଳ ସହ ଅନେକ ଆବଶ୍ୟକ କାଗଜପତ୍ର ଜଳି ପୋଡି ନଷ୍ଟ ହୋଇଯାଇଛି ।

ପରଜଙ୍ଗ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ତେବେ ଅଗ୍ନି ବିପନ୍ନଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ସ୍ଥାନୀୟ ଲୋକ ଦାବି କରିଛନ୍ତି ।

The post ଆଖି ପିଛୁଳାକେ ଲାଗିଲା ନିଆଁ, ଜଳିଗଲେ ବାପପୁଅ appeared first on Odisha Reporter.



from Odisha Reporter https://ift.tt/3eg9vrs

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages