ମୁମ୍ବାଇ: ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା ଭଳି ଘଟଣା ଘଟିଛି। ଜଣେ ୨୫ ବର୍ଷୀୟ ଯୁବକ ତାଙ୍କ ପଡ଼ୋଶୀଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରିଛନ୍ତି। ପଡ଼ୋଶୀ ଜଣଙ୍କ ଘର ବାହାରରେ ଜୋର୍ରେ ସାଉଣ୍ତ ଦେଇ ଗୀତ ବଜାଉଥିଲେ। ଏହି କାରଣ ପାଇଁ ୨୫ ବର୍ଷୀୟ ଯୁବକ ଜଣଙ୍କ ତାଙ୍କୁ ହତ୍ୟା କରିଥିବା ଜଣାପଡ଼ିଛି। ମୁମ୍ବାଇର ମାଲୱାନି ଅଞ୍ଚଳରେ ଘଟିଥିବା ଏହି ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି।
ମିଳିଥିବା ସୂଚନା ଅନୁଯାୟୀ, ବୁଧବାର ସୁରେନ୍ଦ୍ର କୁମାର ଗୁନ୍ନାର ତାଙ୍କ ଘର ବାରଣ୍ଡାରେ ବସି ଗୋଟିଏ ରେକର୍ଡର୍ରୁ ଗୀତ ଶୁଣିବା ଆରମ୍ଭ କରିଥିଲେ। ସେ ଏତେ ଜୋର୍ରେ ସାଉଣ୍ଡ ଦେଇଥିଲେ ଯେ ଏହା ତାଙ୍କ ପଡ଼ୋଶୀ ଭାବେ ରହୁଥିବା ୨୫ ବର୍ଷୀୟ ସୈଫ ଅଲୀ ଚାନ୍ଦ ଅଲୀ ଶେଖଙ୍କୁ ଡିଷ୍ଟର୍ବ କରିଥିଲା।
ପ୍ରଥମେ ସେ ସୁରେନ୍ଦ୍ରଙ୍କ ପାଖକୁ ଆସି ସାଉଣ୍ଡ କମ କରିବାକୁ ଅନୁରୋଧ କରିଥିଲେ। ହେଲେ ସୁରେନ୍ଦ୍ର ଏହାକୁ କର୍ଣ୍ଣପାତ କରି ନଥିଲେ। ବରଂ ଆହୁରି ଜୋର୍ରେ ସାଉଣ୍ଡ ଦେଇ ଗୀତ ଶୁଣିବା ଆରମ୍ଭ କରିଥିଲେ।
ଏଥିରେ ରାଗି ଯାଇ ସୈଫ ତୁରନ୍ତ ସୁରେନ୍ଦ୍ରଙ୍କୁ ଶକ୍ତ ଚାପୁଡ଼ା ମାରିଥିଲେ। ଏଥିସହ ତାଙ୍କ ମୁଣ୍ଡକୁ ଚଟାଣରେ ପିଟି ଦେଇଥିଲେ। ଏଥିଯୋଗୁ ପ୍ରବଳ ରକ୍ତଶ୍ରାବ ହୋଇଥିଲା ଓ ସୁରେନ୍ଦ୍ର ସେହି ସ୍ଥାନରେ ଅଚେତ ହୋଇଯାଇଥିଲେ।
ଅନ୍ୟ ପଡ଼ୋଶୀଙ୍କ ସହାୟତାରେ ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆ ଯାଇଥିଲା। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ୍ ଘଟଣା ସମ୍ପର୍କରେ ଖବର ପାଇ ସୈଫଙ୍କୁ ହତ୍ୟା ଓ ଅନ୍ୟାନ୍ୟ ଦଫାରେ ଗିରଫ କରିଛି।
The post ଜୋରରେ ସାଉଣ୍ଡ ଦେଇ ଗୀତ ଶୁଣିବାରୁ ପଡ଼ୋଶୀଙ୍କୁ ହତ୍ୟା କଲେ ଯୁବକ appeared first on Odisha Reporter.
from Odisha Reporter https://ift.tt/3rU97XK
No comments:
Post a Comment