କାୟା ମେଲାଉଛି ଓମିକ୍ରନ, ହସ୍ପିଟାଲରେ ବଢ଼ୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 5, 2022

କାୟା ମେଲାଉଛି ଓମିକ୍ରନ, ହସ୍ପିଟାଲରେ ବଢ଼ୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଏବେ ସବୁ ସ୍ଥାନରେ ଆମ୍ବୁଲାନ୍ସର ସାଇରନ ନିୟମିତ ଶୁଣା ଯାଉଛି। ହସ୍ପିଟାଲର ଜରୁରୀ କାଳୀନ ୱାର୍ଡରେ ପ୍ରବଳ ଗହଳୀ ହେଉଥିବା ବେଳେ ଡାକ୍ତରମାନେ ବେଶ ବ୍ୟସ୍ତର ସହ କାମ କରୁଛନ୍ତି। କାରଣ ଏବେ ଦେଶରେ ଓମିକ୍ରନ ଜନିତ କରୋନା ସଂକ୍ରମଣ ଦ୍ରୁତ ଗତିରେ ମାଡ଼ୁଛି। ଏଥିପାଇଁ କରୋନାରେ ଆକ୍ରାନ୍ତ ହେଉଥିବା ଲୋକମାନେ ହସ୍ପିଟାଲରେ ଭର୍ତ୍ତି ହେଉଛନ୍ତି। ସ୍ଥିତି ଏପରି ହୋଇଛି ଯେ ହସ୍ପିଟାଲରେ ଆକ୍ରାନ୍ତଙ୍କ ସଂଖ୍ୟା ନିୟମିତ ବଢ଼ିବାରେ ଲାଗିଛି।

ବିଶେଷ କରି ଚେନ୍ନାଇ, ମୁମ୍ବାଇ, ଅହମଦାବାଦ, କୋଲକାତା ଓ ଦିଲ୍ଲୀ ଭଳି ବଡ଼ବଡ଼ ସହରେ ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି। ଏଠାରେ ସଂକ୍ରମଣ ରକେଟ ସ୍ପିଡରେ ବଢ଼ୁଥିବାରୁ ଲୋକମାନେ ହସ୍ପିଟାଲରେ ଭର୍ତ୍ତି ହେଉଛନ୍ତି। କିନ୍ତୁ କରୋନାରେ ଆକ୍ରାନ୍ତ ହୋଇ ହସ୍ପିଟାଲ ଆସୁଥିବା ଅଧିକାଂଶ ଲୋକଙ୍କ ଶରୀରରେ ବହୁତ କମ ଲକ୍ଷଣ ଦେଖାଯାଉଛି। ତେଣୁ ସେମାନଙ୍କୁ ଅକ୍ସିଜେନ କିମ୍ବା ଭେଣ୍ଟିଲେଟରର ଆବଶ୍ୟକ ପଡ଼ୁନି।

ଚେନ୍ନାଇରେ ପୂର୍ବାପେକ୍ଷା ପ୍ରାୟ ୩ ଗୁଣ ଅଧିକ କରୋନା ଆକ୍ରାନ୍ତ ହସ୍ପିଟାଲରେ ଭର୍ତ୍ତି ହେଉଛନ୍ତି। ଡିସେମ୍ବର ୩ରେ ଏହି ସଂଖ୍ୟା ୫୦୭ ଥିବା ବେଳେ ଜାନୁଆରୀ ୩ରେ ଏହା ୧୭୫୪କୁ ବୃଦ୍ଧି ପାଇଛି। ଜାନୁଆରୀ ୪ରେ ହସ୍ପିଟାଲରେ ଭର୍ତ୍ତି ହେଉଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୯୩୧କୁ ବଢ଼ିଥିଲା। ଏହା ତାମିଲନାଡୁରେ ଥିବା ମୋଟ ବେଡ୍‌ ସଂଖ୍ୟାର ୧୪%। ମାସକ ତଳେ ମାତ୍ର ୪% ବେଡ୍‌ରେ କରୋନା ଆକ୍ରାନ୍ତ ରହିଥିଲେ। ରାଜ୍ୟରେ ଏକ ପଞ୍ଚାମାଂଶ ଅକ୍ସିଜେନ ବେଡ୍‌ରେ ଏବେ କରୋନା ଆକ୍ରାନ୍ତ ରହିଛନ୍ତି। ମାସକ ତଳେ ଏହା ୬% ଥିଲା।

ରାଜଧାନୀ ଦିଲ୍ଲୀର ସବୁଠାରୁ ବଡ଼ କୋଭିଡ ହସ୍ପିଟାଲ ଲୋକ ନାୟକ ଜୟ ପ୍ରକାଶ ନାରାୟଣ ହସ୍ପିଟାଲରେ ମଧ୍ୟ ସମାନ ସ୍ଥିତି। ନଭେମ୍ବର ଶେଷ ସୁଦ୍ଧା ଏଠାରେ ମାତ୍ର ୧୦ ଜଣ କରୋନା ରୋଗୀ ଥିଲେ। କିନ୍ତୁ ଏବେ ଏହି ସଂଖ୍ୟା ୭୦କୁ ବଢ଼ିଲାଣି। ଦିଲ୍ଲୀରେ ପଜିଟିଭିଟି ରେଟ ୧୧% ଅତିକ୍ରମ କରିଛି। ତେଣୁ ସରକାର ସମସ୍ତ ଘରୋଇ ହସ୍ପିଟାଲ ଓ ନିର୍ସିଂ ହୋମକୁ ୪୦% ବେଡ୍‌ କରୋନା ରୋଗୀଙ୍କ ପାଇଁ ସଂରକ୍ଷିତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ମୁମ୍ବାଇରେ ମଙ୍ଗଳବାର ୮୩୪ ଜଣ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସୋମବାର ଏହା ୫୭୪ ଓ ରବିବାର ଏହି ସଂଖ୍ୟା ୫୦୩ ରହିଥିଲା। ହସ୍ପିଟାଲରେ ଭର୍ତ୍ତି ହେଉଥିବା କରୋନା ରୋଗୀଙ୍କ ହାର ବିଗତ ୫ ଦିନ ମଧ୍ୟରେ ୬୮% ବଢ଼ିଛି। ମୁମ୍ବାଇରେ ଥିବା ୩୫ ହଜାର କରୋନା ବେଡ୍‌ରୁ ୧୫%ରେ ଆକ୍ରାନ୍ତମାନେ ରହିଛନ୍ତି। ଦିନକୁ ଦିନ ହସ୍ପିଟାଲରେ ରୋଗୀଙ୍କ ସଂଖ୍ୟା ବଢ଼ୁଥିବାରୁ ସମସ୍ତଙ୍କ ଚିନ୍ତା ବଢ଼ିଛି।

ଗୋରେଗାଓଁରେ ଥିବା ନେସ୍କୋ ଜୁମ୍ବୋ ହସ୍ପିଟାଲ ଡିନ୍‌ ଡା ନୀଲମ କହିଛନ୍ତି, “ଦୈନିକ ୧୫୦ରୁ ୧୭୦ ଜଣ କରୋନା ରୋଗୀ ଆଡମିଟ ହେଉଛନ୍ତି। କିନ୍ତୁ ଅମ୍ଳଜାନର ବ୍ୟବହାର ଏଯାଏ ଆଶାତୀତ ଭାବେ ବୃଦ୍ଧି ପାଇନି।”

ଗୁଜରାଟର ଅହମଦାବାଦରେ ହସ୍ପିଟାଲରେ ଭର୍ତ୍ତି ହେଉଥିବା ଆକ୍ରାନ୍ତଙ୍କ ସଂଖ୍ୟା ପ୍ରାୟ ୧୦ ଗୁଣ ବଢ଼ିଛି। ୧୨ ଦିନ ମଧ୍ୟରେ ଏପରି ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଥିବାରୁ ଯୁଦ୍ଧକାଳୀନ ଭିତ୍ତିରେ ଏହାର ମୁକାବିଲା କରାଯାଉଛି। କୋଲକାତା, ପଞ୍ଜାବ, ହରିଆଣା ଓ ଦେଶର ବିଭିନ୍ନ ପ୍ରାନ୍ତରେ ଅଧିକରୁ ଅଧିକ ଲୋକ କରୋନାରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଭର୍ତ୍ତି ହେଉଥିବା ଦେଖିବାକୁ ମିଳୁଛି।

The post କାୟା ମେଲାଉଛି ଓମିକ୍ରନ, ହସ୍ପିଟାଲରେ ବଢ଼ୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା appeared first on Odisha Reporter.



from Odisha Reporter https://ift.tt/337G8VL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages