ଗୁହାରି ଶୁଣିଲେନି ଜିଲ୍ଲାପାଳ, ବିଷ ପିଇଦେଲେ ବ୍ୟକ୍ତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 5, 2022

ଗୁହାରି ଶୁଣିଲେନି ଜିଲ୍ଲାପାଳ, ବିଷ ପିଇଦେଲେ ବ୍ୟକ୍ତି

ବାଲେଶ୍ୱର(ଓଡ଼ିଶା ରିପୋର୍ଟର):  ‘ଜାଗା ମିଶନରେ ଜାଗା ମିଳିନି। ହେଲେ ତା’ ପୂର୍ବରୁ ଘର ଖାଲି କରିବାକୁ ନୋଟିସ ମାରିଲେଣି ସରକାର। ଛୋଟ ଛୁଆ ଧରି କୁଆଡ଼େ ଯିବୁ । କେଉଁଠି ମୁଣ୍ଡ ଗୁଞ୍ଜିବୁ। ’ ଏପରି ଅଭିଯୋଗ  ଧରି ଜିଲ୍ଲାପାଳଙ୍କ ନିକଟକୁ ବାଲେଶ୍ୱର ଗୋଧିବସାର ଶତାଧିକ ବସ୍ତି ବାସିନ୍ଦା ଯାଇଥିବା ବେଳେ ଶଙ୍କର୍ଷଣ ରାଉତ ନାମକ ଜଣେ ବାସିନ୍ଦା ବିଷ ପିଇ ଦେଇଥିବା ଅଭିଯୋଗ ହୋଇଛି।

ଆସନ୍ତା ୧୦ ତାରିଖ ଉଚ୍ଛେଦ ନେଇ ନୋଟିସ ମରାଯିବା ପରେ  ଗୋଧିବସା ବସ୍ତି ବାସିନ୍ଦା ଜିଲ୍ଲାପାଳଙ୍କୁ ନିଜର ଗୁହାରି ଶୁଣାଇବାକୁ ଯାଇଥିଲେ । ହେଲେ ଜିଲ୍ଲାପାଳଙ୍କ ଅଫିସ ପରିସରରେ ଶଙ୍କର୍ଷଣ ରାଉତ ନାମକ  ବାସିନ୍ଦା  ବିଷ ପିଇ ଦେଇଥିବା ଅଭିଯୋଗ ହୋଇଛି ।  ଗୁରୁତର ଅବସ୍ଥାରେ ତାଙ୍କୁ ବାଲେଶ୍ୱର ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ଏନେଇ ଜିଲ୍ଲା କିମ୍ବା ପୋଲିସ ପ୍ରଶାସନର ପ୍ରତିକ୍ରିୟା ମିଳିପାରିନି । ତେବେ ଏହି ଘଟଣାକୁ ନେଇ ସ୍ଥିତି କ୍ରମଶଃ ଜଟିଳ ହେବାକୁ ଲାଗିବାରୁ ପ୍ରଶାସନିକ ଅଧିକାରୀ ଉତ୍ତ୍ୟକ୍ତ  ଲୋକଙ୍କୁ ବୁଝାଶୁଝା କରିଥିବା ଜଣାଯାଇଛି।

ପ୍ରଶାସନିକ ଅଧିକାରୀ ଉତ୍ତ୍ୟକ୍ତ ଏଲୋକଙ୍କୁ ବୁଝାଶୁଝା କରୁଛନ୍ତି।

ଏନେଇ ଶଙ୍କର୍ଷଣଙ୍କ ପତ୍ନୀ ଲଷ୍ମୀ ରାଉତ କହିଛନ୍ତି,  ଆମେ ଗରିବ ଲୋକ । ସରକାର ଆମକୁ ଉଠାଇଦେଲେ ଆମେ କୁଆଡେ ଯିବୁ। ଆମକୁ ଜାଗା ମିଶନରେ ଜାଗା ଦେଇଦେଲେ ଆମେ ଖୁସିରେ ପଳାଇବୁ । ନହେଲେ ଆମେ ଛୋଟ ଛୁଆ ଧରି କୁଆଡ଼େ ଯିବୁ ।

The post ଗୁହାରି ଶୁଣିଲେନି ଜିଲ୍ଲାପାଳ, ବିଷ ପିଇଦେଲେ ବ୍ୟକ୍ତି appeared first on Odisha Reporter.



from Odisha Reporter https://ift.tt/3zw0UL5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages