ୟୁକ୍ରେନ ବିରୋଧରେ ରୁଷର ସମରସଜ୍ଜା, ଆଲର୍ଟ ମୋଡରେ ନାଟୋ ବାହିନୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, January 24, 2022

ୟୁକ୍ରେନ ବିରୋଧରେ ରୁଷର ସମରସଜ୍ଜା, ଆଲର୍ଟ ମୋଡରେ ନାଟୋ ବାହିନୀ

ବ୍ରୁସେଲ୍ସ: ୟୁକ୍ରେନ ଉପରେ ରୁଷ କୌଣସି ମୁହୂର୍ତ୍ତରେ ମଧ୍ୟ ଆକ୍ରମଣ କରିପାରେ। ୟୁକ୍ରେନ ସୀମାରେ ରୁଷ ସୈନ୍ୟ ଠାରୁ ଆରମ୍ଭ କରି ଯୁଦ୍ଧାସ୍ତ୍ର ଖଞ୍ଜିବା ଆରମ୍ଭ କରିଛି। ରୁଷର ଏପରି ଆଭିମୁଖ୍ୟ ଦେଖି ନାଟୋ ବାହିନୀ ମଧ୍ୟ ନିଜର ପ୍ରସ୍ତୁତି ଆରମ୍ଭ କରିଛି। ରୁଷ ଆକ୍ରମଣକୁ ପ୍ରତିହିତ କରିବା ପାଇଁ ନାଟୋ ପକ୍ଷରୁ ଅଧିକରୁ ଧିକ ଜାହାଜ ଓ ଯୁଦ୍ଧ ବିମାନକୁ ଷ୍ଟାଣ୍ଡବାଇରେ ରଖାଯାଇଛି। ନାଟୋ ପକ୍ଷରୁ ସୋମବାର ଏହି ସୂଚନା ଦିଆଯାଇଛି।

ରୁଷ ୟୁରୋପୀୟ ଦେଶ ୟୁକ୍ରେନ ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରୁଥିବା ବେଳେ ଏହାକୁ ଆମେରିକା ଜୋରଦାର ବିରୋଧ କରୁଛି। ଯଦି ରୁଷ ଆକ୍ରମଣାତ୍ମକ ପଦକ୍ଷେପ ନେବ, ତା’ହେଲେ ଏହାର ପରିଣାମ ଭୟଙ୍କର ହେବ ବୋଲି ଆମେରିକା ଚେତାବନୀ ଦେଇଛି। ଏଥିସହ ୟୁକ୍ରେନରେ ଉତ୍ତେଜନା ବଢ଼ୁଥିବାରୁ ଦୂତାବାସ କର୍ମଚାରୀ ଓ ସେମାନଙ୍କ ପରିବାର ସଦସ୍ୟଙ୍କୁ ଆମେରିକା ତୁରନ୍ତ ସ୍ୱଦେଶ ଫେରି ଆସିବାକୁ କହିଛି। ସେହିପରି ୟୁକ୍ରେନରେ ଥିବା ଆମେରିକୀୟ ନାଗରିକମାନଙ୍କ ପାଇଁ ମଧ୍ୟ ସତର୍କ ସୂଚନା ଜାରି କରାଯାଇଛି।

କେବଳ ଆମେରିକା ନୁହେଁ, ବ୍ରିଟେନ ମଧ୍ୟ ୟୁକ୍ରେନରେ ଥିବା ନିଜ ଦୂତାବାସରୁ କର୍ମଚାରୀ ଓ ସେମାନଙ୍କ ପରିବାର ସଦସ୍ୟଙ୍କୁ ପ୍ରତ୍ୟାହାର କରିବା ଆରମ୍ଭ କରିଛି। ଦିନକୁ ଦିନ ରୁଷର ଭୟ ବଢ଼ୁଥିବାରୁ ଡେନମାର୍କ, ସ୍ପେନ, ବୁଲଗେରିଆ, ନେଦରଲାଣ୍ଡ ସମେତ ନାଟୋର ଅନ୍ୟ ସଦସ୍ୟ ରାଷ୍ଟ୍ରମାନେ ମୁକାବିଲା ପାଇଁ ପ୍ରସ୍ତୁତ ହେଉଛନ୍ତି। ୟୁକ୍ରେନର ସହାୟତା ପାଇଁ ନାଟୋ ବାହିନୀ ପ୍ରସ୍ତୁତ ଥିବା ଏହାର ମୁଖ୍ୟ ଘୋଷଣା କରିଛନ୍ତି।

The post ୟୁକ୍ରେନ ବିରୋଧରେ ରୁଷର ସମରସଜ୍ଜା, ଆଲର୍ଟ ମୋଡରେ ନାଟୋ ବାହିନୀ appeared first on Odisha Reporter.



from Odisha Reporter https://ift.tt/3FSz7Gc

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages