ନୂଆଦିଲ୍ଲୀ: ଦୀର୍ଘ ୮ ଦିନ ହେଲା ୩ ଲକ୍ଷ ଉପରେ ରହୁଥିବା ଦୈନିକ ସଂକ୍ରମଣ ହଠାତ୍ ହ୍ରାସ ପାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୨,୫୫,୮୭୪ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ଗତକାଲି ତୁଳନାରେ ଏହାଳ ୫୦,୧୯୦ କମ। ସେହିପରି ପଜିଟିଭିଟି ରେଟ୍ ମଧ୍ୟ ହ୍ରାସ ପାଇଛି।
ସୋମବାର ଟିପିଆର ୨୦% ଉପରେ ଥିବା ବେଳେ ଆଜି ଏହା ୧୫.୫୨%କୁ ଖସି ଆସିଛି। ଦୈନିକ ସଂକ୍ରମଣ ଓ ପଜିଟିଭିଟି ରେଟ୍ ହ୍ରାସ ପାଉଥିବାରୁ ଲୋକମାନେ ସାମାନ୍ୟ ଆଶ୍ୱସ୍ତ ହୋଇଛନ୍ତି।
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ସୋମବାର ତୁଳନାରେ ମଙ୍ଗଳବାର ୧୬.୩୯% କମ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଟିପିଆର ୨୦.୭୫%ରୁ ହ୍ରାସ ପାଇ ୧୫.୫୨%ରେ ପହଞ୍ଚିଛି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩.୯୮ କୋଟି ଛୁଇଁଛି। କରୋନା ଦ୍ୱାରା ପ୍ରଭାବିତ ଦେଶଗୁଡ଼ିକ ମଧ୍ୟରେ ଭାରତ ଦ୍ୱିତୀୟରେ ରହିଛି। ୧ନଂ ସ୍ଥାନରେ ପୂର୍ବଭଳି ଆମେରିକା ଅଛି।
ଅନ୍ୟପକ୍ଷରେ ୨୪ ଘଣ୍ଟା ଭିତରେ କରୋନା ୬୧୪ ଜଣଙ୍କ ଜୀବନ ନେଇଛି। ଏହାକୁ ମିଶାଇ ଦେଶରେ ମୋଟ କରୋନା ଜନିତ ମୃତ୍ୟୁସଂଖ୍ୟା ୪,୯୦,୪୬୨କୁ ବୃଦ୍ଧି ପାଇଛି। ଦିନକରେ ୨,୬୭,୭୫୩ ଜଣ କରୋନାକୁ ମାତ ଦେବାରୁ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୩,୭୦,୭୧,୮୯୮ରେ ପହଞ୍ଚିଛି।
ସୋମବାର ତୁଳନାରେ ମଙ୍ଗଳବାର ସକ୍ରିୟ ରୋଗୀଙ୍କ ସଂଖ୍ୟା ହ୍ରାସ ପାଇଛି। ଏବେ ଦେଶରେ ୨୨,୩୬,୮୪୨ ସକ୍ରିୟ ରୋଗୀ ରହିଛନ୍ତି। ଗତକାଲି ତୁଳନାରେ ଆକ୍ଟିଭ କେସ୍ ସଂଖ୍ୟା ୧୨,୪୯୩ ହ୍ରାସ ପାଇଛି।
India reports less than 3 lakh COVID cases- 2,55,874 new cases (50,190 less than yesterday), 614 deaths and 2,67,753 recoveries in the last 24 hours
Active case: 22,36,842
Daily positivity rate: 15.52% pic.twitter.com/IW8LijHuru— ANI (@ANI) January 25, 2022
The post ହଠାତ୍ କମିଲା ଦୈନିକ ସଂକ୍ରମଣ appeared first on Odisha Reporter.
from Odisha Reporter https://ift.tt/3IB29Mo
No comments:
Post a Comment