‘ମୋତେ ଦୁର୍ବ୍ୟବହାର କଲେ ଜୁଏଲ୍ ଓରାମ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, January 24, 2022

‘ମୋତେ ଦୁର୍ବ୍ୟବହାର କଲେ ଜୁଏଲ୍ ଓରାମ’

ରାଉରକେଲା(ଓଡ଼ିଶା ରିପୋର୍ଟର): ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଓରାମଙ୍କ ବିରୋଧରେ ଦୁର୍ବ୍ୟବହାର ପରି ସାଂଘାତିକ ଅଭିଯୋଗ ଆଣିଛନ୍ତି ଜଣେ ଯୁବତୀ। ଏପରିକି ଉତ୍ତ୍ୟକ୍ତ ହୋଇ ଯୁବତୀଜଣକ ରାଉରକେଲା ସେକ୍ଟର-୩ସ୍ଥିତ ବିଜେପି ପାର୍ଟି ଅଫିସକୁ ଭଙ୍ଗାରୁଜା କରିଛନ୍ତି ।  ଯୁବତୀଜଣଙ୍କ ହେଲେ ଗୌରୀ ମୁଣ୍ଡା।

ଗୌରୀ ମୁଣ୍ଡା।ଙ୍କ ଅଭିଯୋଗ ଅନୁସାରେ, ମୁଁ ସରପଞ୍ଚ ପ୍ରାର୍ଥୀ ଭାବେ ଛିଡ଼ା ହେଉଥିବାରୁ, ମୋତେ ସହଯୋଗ କରିବାକୁ ଜୁଏଲ୍ ଓରାମଙ୍କୁ ଫୋନ୍ କରିଥିଲି। ସେ ହଁ ମାରିଥିଲେ। ସେ ରାଉରକେଲା ଆସିବାର ପ୍ରୋଗାମ ଥିବାରୁ ମୁଁ  ତାଙ୍କୁ ଫୋନ୍ କରିଥିଲି। ହେଲେ ସେ ଫୋନରେ ମୋତେ ଗାଳିଗୁଲଜ କରିଥିଲେ।

ଅନ୍ୟପକ୍ଷରେ ବିଜେପି ପାନପୋଷ ସାଂଗଠନିକ ଜିଲ୍ଲା ସଭାନେତ୍ରୀ କହିଛନ୍ତି, ଏହା ପ୍ରାୟୋଜିତ ମିଥ୍ୟା ଅଭିଯୋଗ। ଜୁଏଲ୍ ଓରାମଙ୍କୁ ବଦନାମ କରିବା ପାଇଁ ଏପରି କରାଯାଇଛି। ଟିକେଟ ନ ମିଳିବାରୁ ଯୁବତୀଜଣଙ୍କ  ଏପରି କରିଛି।  କୌଣସି ଏକ ନିର୍ଦ୍ଦିଷ୍ଟ ପାର୍ଟି ଦ୍ୱାରା ଏଭଳି ସୁଚିନ୍ତିତ ଷଡଯନ୍ତ୍ର କରାଯାଇଛି।

ତେବେ ଏନେଇ ଜୁଏଲଙ୍କ ପ୍ରତିକ୍ରିୟା ମିଳିନଥିବାବେଳେ ପାର୍ଟି ଅଫିସରେ ଭଙ୍ଗାରୁଜାକୁ ନେଇ ସେକ୍ଟର-୩ ଥାନାରେ ଅଭିଯୋଗ କରିଛି ବିଜେପି ।

 

The post ‘ମୋତେ ଦୁର୍ବ୍ୟବହାର କଲେ ଜୁଏଲ୍ ଓରାମ’ appeared first on Odisha Reporter.



from Odisha Reporter https://ift.tt/3GYpw1Z

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages