ଘରେ ଚିଠି ଛାଡ଼ି ପୁଅ ଗାଏବ, ଲେଖାଅଛି- ’ମୋତେ ଅଜଣା ରୋଗ ହୋଇଛି, କେହି ଖୋଜିବନି’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, January 24, 2022

ଘରେ ଚିଠି ଛାଡ଼ି ପୁଅ ଗାଏବ, ଲେଖାଅଛି- ’ମୋତେ ଅଜଣା ରୋଗ ହୋଇଛି, କେହି ଖୋଜିବନି’

ଜଳେଶ୍ୱର(ଅଜିତ କୁମାର ଦାସ ):“ମୋତେ ଅଜଣା ରୋଗ ହୋଇଛି। ଯାହାକି ଭଲ ହେବା ଅସମ୍ଭବ । ଯେତିକି ଟଙ୍କା ମୋ ଚିକିତ୍ସାରେ ଖର୍ଚ୍ଚ ହୋଇଥାନ୍ତା ସେତିକି ଟଙ୍କାରେ ମୋ ଝିଅ ପାଠ ପଢ଼ି ପାରିବ । ତେଣୁ ମୋତେ କେହି ଭୁଲ୍‌ ବୁଝିବନି । ଏଥିସହ ମୋତେ କେହି ଖୋଜିବାକୁ ଚେଷ୍ଟା ବି କରିବନି। ” ଏପରି ଚିଠି ଲେଖି ଘରୁ ଗତକାଲିଠୁ ଗାଏବ ହୋଇଯାଇଛନ୍ତି ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ନାମ୍ପୋ ଫାଣ୍ଡି ସରିସା ଗ୍ରାମର ଉତ୍ତମ କୁମାର ପଣ୍ଡା । ପୁଅ ନିଖୋଜ ହେବା ପରଠୁ ପରିବାରରେ କାନ୍ଦ ବୋବାଳି ପଡ଼ିଥିବା ବେଳେ ଏନେଇ ଥାନାର ଦ୍ୱାରସ୍ଥ ହୋଇଛନ୍ତି ନିଖୋଜଙ୍କ ବାପା ।

ମିଳିଥିବା ସୂଚନା ଅନୁଯାୟୀ, ସରିସା ଗ୍ରାମର ଉତ୍ତମ କୁମାର ପଣ୍ଡା ( ୩୫ )  ହରିୟାଣାସ୍ଥିତ ଏକ ଔଷଧ କମ୍ପାନିରେ ଲାବୋରୋଟାରି ଆସିଷ୍ଟାଣ୍ଟ ଭାବେ କାର୍ଯ୍ୟ କରନ୍ତି । ସେ ବିବାହିତ ହୋଇଥିବା ବେଳେ ତାଙ୍କର ବର୍ଷକର ଏକ ଝିଅ ମଧ୍ୟ ରହିଛି । ତେବେ ସେ ଦୁଇଦିନ ତଳେ ଗାଁକୁ ଛୁଟିରେ ଆସିଥିବା ବେଳେ ପତ୍ନୀ ଓ ଝିଅ ଶ୍ଵଶୁର ଘରେ ଅଛନ୍ତି ।

ଗତକାଲି ସେ ଘରେ ଥିବା ବେଳେ ମଧ୍ୟାହ୍ନ ସମୟରେ ଏଟିଏମ୍‌କୁ ଯାଉଛି କହି ଘରୁ ବାହାରି ଯାଇଥିଲେ। ମାତ୍ର ରାତି ପର୍ଯ୍ୟନ୍ତ ଫେରି ନ ଥିଲେ। ଏହାପରେ ପରିବାର ଲୋକେ ଖୋଜାଖୋଜି କରି ଫୋନ୍‌ କରିବାକୁ ଫୋନ୍‌ ଘରେ ଥିବା ଦେଖିବାକୁ ପାଇଥିଲେ।    ଫୋନ ନିକଟରେ ଏକ ଚିଠି ରହିଥିବା ପରିବାର ଲୋକେ ଦେଖିବାକୁ ପାଇଥିଲେ ।

ଚିଠିରେ ଉଲ୍ଲେଖ ରହିଛି ଯେ , “ଘରକୁ ଆସିଥିଲି ମୋ ମା’ ଓ ଛୁଆକୁ ଦେଖିବା ପାଇଁ ।  ମୋତେ କେହି ଭୁଲ୍ ବୁଝିବ ନାହିଁ । ମୋତେ ଏତେ ବଡ଼ ରୋଗ ହୋଇଛି ବୋଲି ଜାଣିଥିଲେ କେବେ ବି ବିବାହ କରିନଥାନ୍ତି, ମୋତେ କ୍ଷମା କରିଦେବ । ମୋ ରୋଗ ଏବେ ଚତୁର୍ଥ ଷ୍ଟେଜରେ ଅଛି । ଯାହା କେବେ ଠିକ ହେବନାହିଁ । ଯେତିକି ଟଙ୍କା ମୋ ଚିକିତ୍ସାରେ ଖର୍ଚ୍ଚ ହୋଇଥାନ୍ତା ସେତିକି ଟଙ୍କାରେ ମୋ ଝିଅ ପାଠ ପଢ଼ି ପାରିବ ।”  ଏଥିସହ ମୁଁ ମୋ ରାସ୍ତା ବାଛି ଚାଲି ଯାଉଛି, ମୋତେ କେହି  ଖୋଜିବାକୁ ଚେଷ୍ଟା କରିବନି ବୋଲି ବି ଉଲ୍ଲେଖ ଅଛି।

ଚିଠି ପାଇବା ପରେ ଉତ୍ତମଙ୍କ ପରିବାର ଲୋକେ ଦୁଃଖର ଭାଙ୍ଗି ପଡ଼ିଛନ୍ତି । ହସଖୁସିର ସଂସାରରେ ନିମିଷେକ ମଧ୍ୟରେ ଦୁଃଖର କଳାବାଦଲ ଘୋଟି ଯାଇଛି। ପରିବାର ଲୋକଙ୍କ ମୁହଁରୁ ହସ ଲିଭି ଯାଇଛି । ପୁଅର କେବେଠୁ ଓ କ’ଣ ରୋଗ ହୋଇଛି ସେ ସମ୍ପର୍କରେ ପରିବାର ଲୋକ ଅବଗତ ନ ଥିବା ବେଳେ ଅଚାନକ ପୁଅର ଗାଏବ ଘଟଣାକୁ ସେମାନେ ବରଦାସ୍ତ କରି ପାରୁ ନାହାନ୍ତି।

ପରିବାର ଲୋକ ଜଳେଶ୍ୱରର ବିଭିନ୍ନ ସ୍ଥାନରେ ଖୋଜାଖୋଜି କରି ମଧ୍ୟ ଉତ୍ତମଙ୍କ ସନ୍ଧାନ ପାଇ ପାରି ନାହାନ୍ତି । ପୁଅ ଏବେ କେଉଁଠି, କିପରି ଅଛି ଭାବି ଭାବି ମା’ ଆଖିରୁ ଲୁହ ଶୁଖୁନି।    ଏ ସମ୍ପର୍କରେ  ଉତ୍ତମଙ୍କ ବାପା  ନମ୍ପୋ ଫାଣ୍ଡି ଏକ ଲିଖିତ ଅଭିଯୋଗ ଦେଇଥିବା ବେଳେ ପୁଲିସ୍‌ ଖୋଜଖବର ଆରମ୍ଭ କରିଛନ୍ତି।

The post ଘରେ ଚିଠି ଛାଡ଼ି ପୁଅ ଗାଏବ, ଲେଖାଅଛି- ’ମୋତେ ଅଜଣା ରୋଗ ହୋଇଛି, କେହି ଖୋଜିବନି’ appeared first on Odisha Reporter.



from Odisha Reporter https://ift.tt/347yYla

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages