ୱାଶିଂଟନ: କ୍ୟାମେରୁନର ଗୋଟିଏ ଫୁଟବଲ ଷ୍ଟାଡିୟମ ବାହାରେ ପ୍ରଳବ ଭିଡ଼ ଯୋଗୁ ଦଳାଚକଟା ସ୍ଥିତି ଦେଖିବାକୁ ମିଳିଛି। ଏଥିରେ ୬ ଜଣଙ୍କ ଜୀବନ ଯାଇଥିବା ବେଳେ ୧୨ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଷ୍ଟାଡିୟମକୁ ମ୍ୟାଚ୍ ଦେଖିବା ପାଇଁ ଲୋକମାନେ ଯାଉଥିବା ବେଳେ ଏପରି ଘଟଣା ଘଟିଛି।
ମିଳିଥିବା ସୂଚନା ଅନୁଯାୟୀ, କ୍ୟାମେରୁନର ରାଜଧାନୀ Yaoundeରେ ଥିବା ଓଲେମ୍ବେ ଷ୍ଟାଡିୟମରେ ଘରୋଇ ଟିମର ମ୍ୟାଚ୍ ଥିଲା। ୬୦ ହଜାର ଦର୍ଶକ ବିଶିଷ୍ଟ ଏହି ଷ୍ଟାଡିୟମରେ କରୋନା ଯୋଗୁ ୬୦% ଲୋକଙ୍କୁ ଯିବାକୁ ଅନୁମତି ଥିଲା। ହେଲେ ସୋମବାର ଏହାକୁ ୮୦%କୁ ବୃଦ୍ଧି କରାଯାଇଥିଲା।
ତେବେ ଲୋକମାନେ ପ୍ରବେଶ ପଥରେ ଷ୍ଟାଡିୟମ ଭିତରକୁ ଯିବା ପାଇଁ ଠେଲାପେଲା କରିବାରୁ ସ୍ଥିତି ବିଗିଡ଼ି ଯାଇଥିଲା। ଜଣେ ବ୍ୟକ୍ତି ପଡ଼ି ଯିବାରୁ ଦଳାଚକଟା ସ୍ଥିତି ଦେଖିବାକୁ ମିଳିଥିଲା। ଏଥିରେ ୬ ଜଣଙ୍କ ଜୀବନ ଯାଇଥିବା ବେଳେ ୧୨ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଆହତ ମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ଘଟଣା ପରେ କ୍ୟାମେରୁନର ସ୍ୱାସ୍ଥ୍ୟମନ୍ତ୍ରୀ ହସ୍ପିଟାଲ ଯାଇ ଆହତଙ୍କୁ ଭେଟିଛନ୍ତି। ସେହିପରି ଘଟଣା କ’ଣ ପାଇଁ ଘଟିଲା, ତା’ର ତଦନ୍ତ କରାଯିବ ବୋଲି କହିଛନ୍ତି।
The post ଷ୍ଟାଡିୟମ ବାହାରେ ଦଳାଚକଟା, ୬ ଜଣଙ୍କ ଜୀବନ ଗଲା appeared first on Odisha Reporter.
from Odisha Reporter https://ift.tt/3Izsf2h
No comments:
Post a Comment