ପୁଅ ନାଁରେ କଳଙ୍କ; ପରିବାର ଲୋକଙ୍କୁ ଘରେ ପୂରାଇ ଲଗାଇ ଦେଲା ନିଆଁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, January 24, 2022

ପୁଅ ନାଁରେ କଳଙ୍କ; ପରିବାର ଲୋକଙ୍କୁ ଘରେ ପୂରାଇ ଲଗାଇ ଦେଲା ନିଆଁ

କାମାକ୍ଷାନଗର(ବିଦ୍ୟାଧର ବରାଳ):  ମଦ୍ୟପ ପୁଅ ଘଟାଇଲା ଉନ୍ମୁକ୍ତକାଣ୍ଡ । ନିଜ ପରିବାର ଲୋକଙ୍କୁ ଘରେ ତାଲା ପକାଇ ନିଆଁ ଲଗାଇଦେଲା। ସୌଭାଗ୍ୟବଶଃତ ଗ୍ରାମବାସୀ ପରିବାର ଲୋକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିବା ବେଳେ ଥାନାରେ ଅଟକ ଅଛି ଏପରି କାଣ୍ଡ ଘଟାଇଥିବା ଅଭିଯୁକ୍ତ । ଏଭଳି ଅଭାବନୀୟ ଘଟଣା  ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଖୋକସା ଗାଁରେ ଘଟିଛି । ଅଭିଯୁକ୍ତଜଣକ ହେଲେ ଶତ୍ରୁଘ୍ନ ବେହେରା ।

ସୂଚନା ଅନୁଯାୟୀ, ଶତ୍ରୁଘ୍ନ ବେହେରା ଗାଡ଼ି ଚଳାଉଥିବା ବେଳେ ସବୁବେଳେ ମଦ୍ୟପାନ କରି ଘରେ ଝଗଡ଼ା କରିଥାନ୍ତି। ପୂର୍ବରୁ ପତ୍ନୀ ସୀମାଙ୍କୁ   ନିର୍ଯାତନା ଦେଇ ୪ ମାସ ଧରି ଜେଲରେ ରହିଥିଲେ । ଗତକାଲି ମଧ୍ୟ ପତ୍ନୀଙ୍କ ସହ ତାଙ୍କର ଝଗଡ଼ା ହୋଇଥିଲା। ଏହାପରେ ନିଶାସକ୍ତ ଅବସ୍ଥାରେ ଉତ୍ତ୍ୟକ୍ତ ହୋଇ ବାପା, ମା’, ପତ୍ନୀ, ପିଲାଙ୍କୁ ଘରେ ପୂରାଇ ବାହାରୁ କବାଟ ଦେଇଦେଇଥିଲା। ଏହାପରେ ଘରେ ନିଆଁ ଲଗାଇ  ଦେଇଥିଲା।

ଉଦ୍ଧାର ହୋଇଥିବା ପରିବାର ଲୋକ ।

ପରିବାର ଲୋକଙ୍କ ଚିତ୍କାର ଶୁଣି ଗ୍ରାମବାସୀ ସେମାନଙ୍କୁ ଅକ୍ଷତ ଅବସ୍ଥାରେ ଉଦ୍ଧାର କରିଥିଲେ। ଏହି ଅଗ୍ନିକାଣ୍ଡରେ ୩ ବଖରା ସମ୍ପୂର୍ଣ୍ଣ ଜଳିପୋଡ଼ି ପାଉଁଶ ହୋଇଯାଇଛି।  ଏନେଇ ପରିବାର ଲୋକ ଥାନାରେ ଅଭିଯୋଗ କରିଛନ୍ତି । କାମାକ୍ଷାନଗର ପୁଲିସ୍‌ ଅଭିଯୁକ୍ତ ମଦ୍ୟପ ପୁଅକୁ ଅଟକ ରଖି ଅଧିକ ପଚରାଉଚରା ଚଳାଇଛି ।

The post ପୁଅ ନାଁରେ କଳଙ୍କ; ପରିବାର ଲୋକଙ୍କୁ ଘରେ ପୂରାଇ ଲଗାଇ ଦେଲା ନିଆଁ appeared first on Odisha Reporter.



from Odisha Reporter https://ift.tt/3ID9CKD

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages