ଯାଜପୁର(ଅଭୟ ପତି): ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଧନପୁର ଛକ ନିକଟରେ ଗତ ରାତିରେ ଏକ ମର୍ମନ୍ତୁଦ ଦୁର୍ଘଟଣାରେ ୨ ଜଣ ଆଖି ବୁଜିଛନ୍ତି। ଏହି ଦୁର୍ଘଟଣାରେ ଆଉ ୨ ଜଣ ଗୁରୁତର ଅବସ୍ଥାରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ।
ସୂଚନା ମୁତାବକ, ଗତକାଲି ବିଳମ୍ବିତ ରାତିରେ ଏକ କାର୍ରେ ୪ ଜଣ ଯୁବକ କୌଣସି କାମସାରି ଯାଜପୁର ରୋଡ ନିକଟବର୍ତ୍ତୀ ନିଜ ଗାଁକୁ ଫେରୁଥିଲେ। ମାତ୍ର ପାଣିକୋଇଲି ଥାନା ଧନପୁର ଛକ ନିକଟରେ ଏକ ଟ୍ରଲର କାରକୁ ସାଇଡ଼ ମାରିଥିଲା। ଫଳରେ କାର୍ଟି ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ଏକ ଡିଭାଇଡରରେ ପିଟିହୋଇ ରାସ୍ତା କଡରେ ପୋଖରୀ ଭିତରେ ପଡ଼ିଥିଲା। ଯାହାଫଳରେ କାର୍ ଭିତରେ ଥିବା ୪ ଜଣ ଯୁବକ ଗାଡିରୁ ବାହାରି ପାରିନଥିଲେ।
ତେବେ ଦୁର୍ଘଟଣା ଖବର ପାଇ ସ୍ଥାନୀୟ ଲୋକେ ଉଦ୍ଧାର ପାଇଁ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚିଥିଲେ। କଟର ମେସିନ ସାହାଯ୍ୟରେ ଗାଡି ଡୋର କାଟି ସମସ୍ତଙ୍କୁ ବାହାର କରିଥିଲେ। ତେବେ ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ଦୁଇଜଣ ମୃତ୍ୟୁ ବରଣ କରିଥିବା ବେଳେ ଦୁଇ ଜଣ ଆହତଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଚିକିତ୍ସା ପାଇଁ ୧୦୮ ଆମ୍ବୁଲାନ୍ସ ଯୋଗେ ଯାଜପୁରରୋଡ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ।
ମୃତ ଯୁବକଦ୍ୱୟ ହେଲେ ଯାଜପୁର ରୋଡ ଥାନା ଝାଟିଆସାହି ଗାଁର ପ୍ରେମାନନ୍ଦ ମହାଳିକଙ୍କ ପୁଅ ଚନ୍ଦନ ମହାଳିକ ଓ କୋରେଇ ଥାନା କନ୍ତର ଗାଁର ଜୟନ୍ତ ନାୟକଙ୍କ ପୁଅ ଦେବାଶିଷ ନାୟକ । ଦେବାଶିଷ ବୁଲିବା ପାଇଁ ନିଜ ମାମୁଁଘର ଝାଟିଆସାହି ଆସିଥିବା ବେଳେ ଦୁର୍ଘଟଣାରେ ଆଖି ବୁଜିଛନ୍ତି। ପାଣିକୋଇଲି ପୁଲିସ୍ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
The post ଘରକୁ ଫେରୁଥିଲେ ୪ ସାଙ୍ଗ; ପିଟିଲା ଟ୍ରଲର, ପୋଖରୀକୁ ଛିଟିକିଲା ଗାଡ଼ି appeared first on Odisha Reporter.
from Odisha Reporter https://ift.tt/34wsht4
No comments:
Post a Comment