ଷ୍ଟେଜ ଉପରେ ବିଜେପି ବିଧାୟକଙ୍କୁ ଚାପୁଡ଼ା ମାରିଲେ ଚାଷୀ, ଭିଡିଓ ଭାଇରାଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, January 7, 2022

ଷ୍ଟେଜ ଉପରେ ବିଜେପି ବିଧାୟକଙ୍କୁ ଚାପୁଡ଼ା ମାରିଲେ ଚାଷୀ, ଭିଡିଓ ଭାଇରାଲ

ଉନ୍ନାଓ: ସୋଶାଲ ମିଡିଆରେ ଗୋଟିଏ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ବିଜେପି ବିଧାୟକ ପଙ୍କଜ ଗୁପ୍ତାଙ୍କୁ ଗୋଟିଏ କାର୍ଯ୍ୟକ୍ରମରେ ଜଣେ ଚାଷୀ ଚାପୁଡ଼ା ମାରିବା ବେଳର ଦୃଶ୍ୟ ରହିଛି। ଏହାକୁ ନେଇ ବିରୋଧୀ ଉତ୍ତର ପ୍ରଦେଶର କ୍ଷମତାସୀନ ଯୋଗୀ ଆଦିତ୍ୟନାଥ ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି।

ବିବାଦ ବଢ଼ୁଥିବାରୁ ଭିଡିଓରେ ଥିବା ବିଧାୟକ ପଙ୍କଜ ଗୁପ୍ତା ପୂରା ଘଟଣାରେ ତାଳି ପକାଇବାକୁ ଚେଷ୍ଟା କରିଛନ୍ତି। ଏଥିସହ ତାଙ୍କୁ ଚାପୁଡ଼ା ମାରିଥିବା ବୃଦ୍ଧ ଚାଷୀଙ୍କୁ ମଧ୍ୟ ପାଖରେ ବସାଇ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ଚାଷୀ ଜଣଙ୍କ ତାଙ୍କୁ ଚାପୁଡ଼ା ମାରି ନଥିଲେ ବରଂ ସେହ୍ନରେ ଗାଲରେ ହାତ ମାରି ଦେଇଥିଲେ ବୋଲି ବିଧାୟକ ଜଣଙ୍କ କହିଛନ୍ତି।

ସାମ୍ନାକୁ ଆସିଥିବା ୨୧ ସେକେଣ୍ଡର ଭିଡିଓଟି ପ୍ରାୟ ୩ଦିନ ତଳର। ଏଥିରେ ବିଜେପିର ଉନ୍ନାଓ ବିଧାୟକ ପଙ୍କଜ ଗୁପ୍ତା ଗୋଟିଏ ପ୍ରତିମୂର୍ତ୍ତିର ଉନ୍ମୋଚନ ପାଇଁ ଷ୍ଟେଜ ଉପରେ ବସିଥିଲେ। ଏହି ସମୟରେ ଜଣେ ବୃଦ୍ଧ ଚାଷୀ ହାତରେ ବାଡ଼ ଧରି ଷ୍ଟେଜ ଉପରକୁ ଆସିଥିଲେ।

ସେ ବିଧାୟକ ପଙ୍କଜ ଗୁପ୍ତାଙ୍କ ପାଖରେ ପହଞ୍ଚି ହଠାତ୍‌ ତାଙ୍କୁ ଶକ୍ତ ଚାପୁଡ଼ା ମାରିଥିଲେ। ଏହା ଦେଖି ଷ୍ଟେଜ ଉପରେ ଥିବା ଅନ୍ୟ ବ୍ୟକ୍ତିମାନେ ଓ ସୁରକ୍ଷାକର୍ମୀମାନେ ଚାପୁଡ଼ା ମାରିଥିବା ବୃଦ୍ଧଙ୍କୁ ଘେରି ଯାଇଥିଲେ। ତାଙ୍କୁ ଏକାଧିକ ପ୍ରଶ୍ନ କରିବା ସହ ବଳପୂର୍ବକ ଷ୍ଟେଜରୁ ଓହ୍ଲାଇ ଦେଇଥିଲେ। ତେବେ ବୃଦ୍ଧ ଜଣଙ୍କ କାହିଁକି ଏପରି କଲେ ସେକଥା ଜଣାପଡ଼ିନି।

ଏହି ଘଟଣାର ଭିଡିଓକୁ ଅଖିଲେଶ ଯାଦବଙ୍କ ସମାଜବାଦୀ ପାର୍ଟି ଶେୟାର କରି ୟୁପି ସରକାରଙ୍କୁ ଟାର୍ଗେଟ କରିଛି। ଦଳ ପକ୍ଷରୁ ଭିଡିଓକୁ ଟ୍ୱିଟ କରି କୁହାଯାଇଛି ଯେ “ବିଧାୟକ ପଙ୍କଜ ଗୁପ୍ତା ଆୟୋଜନ କରିଥିବା ଗୋଟିଏ ସର୍ବସାଧାରଣ ସଭାରେ ଜଣେ ଚାଷୀ ତାଙ୍କୁ ଚାପୁଡ଼ା ମାରିଛନ୍ତି। ଏହା ବିଧାୟକଙ୍କୁ ନୁହେଁ ବରଂ ବିଜେପି ନେତୃତ୍ୱାଧୀନ ଯୋଗୀ ଆଦିତ୍ୟନାଥ ସରକାରଙ୍କ ଦୁର୍ବଳ ନୀତି, ନିମ୍ନମାନର ଶାସନ ଓ ଅତ୍ୟାଚାରକୁ ଶକ୍ତ ଚାପୁଡ଼ା।”


ବିବାଦ ବଢ଼ୁଥିବାରୁ ବିଜେପି ବିଧାୟକ ପଙ୍କଜ ଗୁପ୍ତା ଶୁକ୍ରବାର ତାଙ୍କୁ ଚାପୁଡ଼ା ମାରିଥିବା ଚାଷୀଙ୍କୁ ଧରି ସାମ୍ବାଦିକ ସମ୍ମିଳନୀ କରି ଘଟଣାକୁ ହାଲୁକା କରିବାକୁ ଚେଷ୍ଟା କରିଛନ୍ତି। ଏହି ଭିଡିଓରେ ଚାଷୀ ଜଣଙ୍କ ସେହ୍ନ ଓ ଶ୍ରଦ୍ଧାର ସହ ବିଧାୟକଙ୍କୁ ଚାପୁଡ଼ା ମାରିଥିବା କହିଛନ୍ତି। ତେବେ ଏହି ସମୟରେ ସାମ୍ବାଦିକମାନେ ତାଙ୍କୁ ଏପରି ଚାପୁଡ଼ା କ’ଣ ଭୁଲ ବାର୍ତ୍ତା ଦେଉନାହିଁ କି ବୋଲି ପ୍ରଶ୍ନ କରିଥିଲେ।

ଏହାର ଜବାବରେ ସେ କହିଛନ୍ତି, “ମୁଁ ତାଙ୍କୁ ମାରି ନାହିଁ। ମୁଁ କେବଳ ତାଙ୍କ ନିକଟକୁ ଯାଇଥିଲି ଓ କିଛି ମାଗିବା ପାଇଁ ବାସ ଗାଲରେ ହାତ ମାରି ଦେଇଥିଲି। ତାଙ୍କୁ ମୁଁ ପୁଅ ବୋଲି ସମ୍ବୋଧନ ମଧ୍ୟ କରିଥିଲି।”

ବିଧାୟକ ଜଣଙ୍କ ଚାଷୀଙ୍କ କଥାକୁ ଅଧାର ବନ୍ଦ କରି କହିଥିଲେ ଯେ “ଏହି ଘଟଣାକୁ ବିରୋଧୀ କେବଳ ରାଜନୀତିକ ରଙ୍ଗ ଦେବାକୁ ଚେଷ୍ଟା କରୁଛନ୍ତି। ସେମାନଙ୍କ ପାଖରେ ଆଉ କୌଣସି ପ୍ରସଙ୍ଗ ନାହିଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଚାଷୀମାନେ ରହିଛନ୍ତି ବୋଲି ବିରୋଧୀ ଗୋଟିଏ ବାର୍ତ୍ତା ଦେବାକୁ ଚେଷ୍ଟା କରୁଛନ୍ତି। ସେ( ବୃଦ୍ଧ ଚାଷୀ ଜଣଙ୍କ) ମୋ ବାପା ଭଳି। ସେ ପୂର୍ବରୁ ମଧ୍ୟ ମୋ ସହ ଏମିତି କରିଛନ୍ତି।”

The post ଷ୍ଟେଜ ଉପରେ ବିଜେପି ବିଧାୟକଙ୍କୁ ଚାପୁଡ଼ା ମାରିଲେ ଚାଷୀ, ଭିଡିଓ ଭାଇରାଲ appeared first on Odisha Reporter.



from Odisha Reporter https://ift.tt/3F6hqmb

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages