ଲାଗୁ ହେଲା ନାଇଟ କର୍ଫ୍ୟୁ, ପଇନ୍ତରା ମାରିଲା ପୁଲିସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, January 7, 2022

ଲାଗୁ ହେଲା ନାଇଟ କର୍ଫ୍ୟୁ, ପଇନ୍ତରା ମାରିଲା ପୁଲିସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କିଛି ଦିନ ହେବ ଦ୍ରୁତଗତିରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ସଂକ୍ରମଣକୁ ଦୃଷ୍ଟିରେ ରଖି ସାରା ରାଜ୍ୟରେ  କରେନା କଟକଣାକୁ କଡ଼ାକଡ଼ି କରାଯାଇଛି।

ଗତ ରାତିରୁ ରାଜଧାନୀ ସମେତ ସବୁ ସହରାଞ୍ଚଳରେ ନାଇଟ କର୍ଫ୍ୟୁ ନିୟମ ଲାଗୁ ହୋଇଛି।  ରାତି ୯ଟାରୁ ଭୋର ୫ଟା ପର୍ଯ୍ୟନ୍ତ ନାଇଟ୍ କର୍ଫ୍ୟୁ ଲାଗୁ ହୋଇଛି।

ଫଳରେ ରାତି ୯ଟା ପରେ ପୁଲିସ ଛକ ଛକରେ ପଇଁତରା ମାରିଥିଲା। ଭୁବନେଶ୍ୱରରେ ପୁଲିସ କମିଶନର ନିଜେ ଗୋଟିଏ ଜାଗାରୁ ଆଉ ଗୋଟିଏ ଜାଗା ବୁଲି ସ୍ଥିତି ଅନୁଧ୍ୟାନ କରିଥିଲେ।

ସେହିପରି କଟକ ସହରରେ ମଧ୍ୟ ନାଇଟ୍ ଯୋଗୁ ରାତି ୯ଟା ପରେ ରାସ୍ତାଘାଟ ଶୂନଶାନ୍ ହୋଇଯାଇଥିଲା।  କଟକଣାକୁ ମାନି ଲୋକେ ଘରୁ  ବାହାରି ନଥିଲେ। ଯେଉଁ ଅମାନିଆ ମାନେ ବିନା କାରଣରେ ଘରୁ ବାହାରିଥିଲେ, ସେମାନଙ୍କୁ ପୁଲିସ ଅଟକାଇ ତାଗିଦ୍ କରିଥିଲା।

ସୂଚନାଯୋଗ୍ୟ, ଗତ କିଛିଦିନ ହେଲେ ରାଜ୍ୟରେ ଡେଲ୍‌ଟା ଓ ଓମିକ୍ରନ କାୟା ବିସ୍ତାର କରୁଛି। ରାଜ୍ୟରେ ଦୁଇଟି ଯାକ ଷ୍ଟ୍ରେନ୍‌ ଦୃତଗତିରେ ମାଡ଼ି ଚାଲିଛି। ଯାହାକୁ ନେଇ ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ି ଚାଲିଛି। ତେବେ ଦ୍ରୁତ ସଂକ୍ରମଣରେ ବ୍ରେକ ଲଗାଇବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ କଟକଣାକୁ କଡ଼ାକଡ଼ି କରାଯାଇଛି।

 

 

The post ଲାଗୁ ହେଲା ନାଇଟ କର୍ଫ୍ୟୁ, ପଇନ୍ତରା ମାରିଲା ପୁଲିସ appeared first on Odisha Reporter.



from Odisha Reporter https://ift.tt/31FjPGQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages