ୟୁକ୍ରେନ ପରେ ତାଇୱାନ୍‌ ପାଳି! ଭୟ ବଢ଼ାଇଲା ରୁଷ ଚେସ୍‌ ଗ୍ରାଣ୍ଡମାଷ୍ଟରଙ୍କ ବୟାନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, February 26, 2022

ୟୁକ୍ରେନ ପରେ ତାଇୱାନ୍‌ ପାଳି! ଭୟ ବଢ଼ାଇଲା ରୁଷ ଚେସ୍‌ ଗ୍ରାଣ୍ଡମାଷ୍ଟରଙ୍କ ବୟାନ

ନୂଆଦିଲ୍ଲୀ: ୟୁକ୍ରେନ ପରେ ଟାର୍ଗେଟ୍‌ରେ ତାଇୱାନ୍‌। ଯଦି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟୁକ୍ରେନ୍‌ ଉପରେ ସମ୍ପୂର୍ଣ୍ଣ କବ୍‌ଜା କରି ନିଅନ୍ତି ଏବଂ ନିଜ ଉଦ୍ଦେଶ୍ୟରେ ସଫଳ ହୁଅନ୍ତି ତେବେ ପରବର୍ତ୍ତୀ ଟାର୍ଗେଟ୍ ତାଇଓ୍ୱାନ ହେବ। ଏଭଳି କିଛି ଦାବି କରିଛନ୍ତି ରୁଷର ଚେସ୍‌ ଗ୍ରାଣ୍ଡମାଷ୍ଟର ଗ୍ୟାରୀ କ୍ୟାସପରୋଭ୍‌।

ସେ ଆହୁରି କହିଛନ୍ତି ଯେ, ଆଗକୁ ପୁଟିନ ବଡ ଯୁଦ୍ଧ ପାଇଁ ଯୋଜନା କରୁଛନ୍ତି । ଯଦି ତାଙ୍କ ଯୋଜନା ସଫଳ ହୁଏ ତେବେ ତାଇଓ୍ୱାନ ପ୍ରତି ବିପଦ ରହିଛି। ଚୀନ୍‌ ମଧ୍ୟ ରୁଷର ସମାନ ପନ୍ଥା ଆପଣାଇପାରେ। କେବଳ ୟୁକ୍ରେନ ସଙ୍କଟରେ ନୁହେଁ ବରଂ ସାରା ବିଶ୍ୱର ସୁରକ୍ଷା ପ୍ରତି ଏହା ଏକ ବଡ ଚେତାବନୀ।

ଇଣ୍ଡିଆ ଟୁଡେର ରିପୋର୍ଟ ଅନୁଯାୟୀ, ଯଦି ୟୁକ୍ରେନକୁ ପୁଟିନ ସମ୍ପୂର୍ଣ୍ଣ ଦଖଲ କରିନିଅନ୍ତି ତେବେ ଚୀନ ଆଗକୁ ତାଇଓ୍ୱାନ ବିପକ୍ଷରେ କିଛି ଏଭଳି ସମାନ ପଦକ୍ଷେପ ନେଇପାରେ। ୟୁକ୍ରେନର କ୍ଷତ୍ରୀୟ ଅଖଣ୍ଡତାକୁ ମାନ୍ୟତା ଦେବା ଭାରତର ହିତ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ। ୟୁକ୍ରେନ ଉପରେ ଆକ୍ରମଣ ରୁଷ ଓ ରୁଷ ନାଗରିକଙ୍କ ଅପମାନ ସହ ସମାନ। ପୁଟିନ ଏବେ ଯାହା କହୁଛନ୍ତି ପୂର୍ବରୁ ଆଡଲଫ ହିଟଲର ଓ ବେନିଟୋ ମୁସୋଲିନି ତାହା କରୁଥିଲେ। ପୁଟିନ ମିଛ କହିବାରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି।

ସେ ଆହୁରି କହିଛନ୍ତି ଯେ, ପୁଟିନ ଏକ ଗ୍ୟାଙ୍ଗ୍ ଚଳାଉଛନ୍ତି ଏବଂ ଜଣେ ମାଫିଆ ମୋ ଦେଶକୁ ନିୟନ୍ତ୍ରଣ କରିଛନ୍ତି ଏବଂ ସେ ଯାହା କରୁଛନ୍ତି ତାହା ଏହି ଗ୍ୟାଙ୍ଗର ସପକ୍ଷରେ ଅଛି। ଦେଶକୁ କଳଙ୍କିତ କରିଛନ୍ତି ପୁଟିନ। ୟୁକ୍ରେନ ଆକ୍ରମଣର ଫଳ ପୁଟିନଙ୍କୁ ଆଗକୁ ଭୋଗିବାକୁ ପଡିବ। ପୁଟିନ ନାଟୋକୁ ନେଇ ବାରମ୍ବାର ମିଛ କହୁଛନ୍ତି।

ନାଟୋରେ ୟୁକ୍ରେନ ସାମିଲ ହେବା ପାଇଁ ଚାହୁଁଥିବାରୁ ୟୁକ୍ରେନ ଉପରେ ଆକ୍ରମଣ ହୋଇଥିବା ମିଛ କଥା। ସେ କହିଛନ୍ତି ଯେ ପୁଟିନ ବହୁ ବର୍ଷ ଧରି ମୋ ଦେଶର ପ୍ରତିଷ୍ଠାକୁ କ୍ଷୁର୍ଣ୍ଣ କରିଛି। ସବୁ ଦେଶର ଅନ୍ତର୍ଜାତୀୟ ଅଧିକାର ରହିଛି। ୟୁକ୍ରେନରେ ବର୍ତ୍ତମାନର ସଙ୍କଟ ହେଉଛି “ରୁଷ ବିସ୍ତାରବାଦ ଏବଂ ପୁଟିନଙ୍କ ଗ୍ୟାଙ୍ଗଷ୍ଟରବାଦ”ର ଫଳାଫଳ ବୋଲି ଗ୍ୟାରୀ କ୍ୟାସପୋରଭ୍‌ କହିଛନ୍ତି।

The post ୟୁକ୍ରେନ ପରେ ତାଇୱାନ୍‌ ପାଳି! ଭୟ ବଢ଼ାଇଲା ରୁଷ ଚେସ୍‌ ଗ୍ରାଣ୍ଡମାଷ୍ଟରଙ୍କ ବୟାନ appeared first on Odisha Reporter.



from Odisha Reporter https://ift.tt/sJcCQzy

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages