ରୁଷରେ ଯୁଦ୍ଧକୁ ବିରୋଧ, ୩୦୦୦ରୁ ଅଧିକ ବିକ୍ଷୋଭକାରୀ ଗିରଫ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, February 26, 2022

ରୁଷରେ ଯୁଦ୍ଧକୁ ବିରୋଧ, ୩୦୦୦ରୁ ଅଧିକ ବିକ୍ଷୋଭକାରୀ ଗିରଫ

ମସ୍କୋ: ୟୁକ୍ରେନ୍‌ରେ ଉପରେ ଆକ୍ରମଣ ଜାରି ରଖିଛି ରୁଷ। ଏପରି ଆକ୍ରମଣକୁ ବିରୋଧ କରୁଛନ୍ତି ରୁଷବାସୀ। ରୁଷରେ ଗତ ତିନି ଦିନ  ହେଲା ଯୁଦ୍ଧ ବିରୋଧୀ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଛି। ତେବେ ଏଥିରେ ଭାଗ ନେଇଥିବା ୩୦୦୦ରୁ ଅଧିକ ବିକ୍ଷୋଭକାରୀଙ୍କୁ ପୁଟିନ ପୁଲିସ ଗିରଫ କରିଛି।

ସମଗ୍ର ରୁଷରେ ବିରୋଧ ପ୍ରଦର୍ଶନ ବେଳେ ଗିରଫଦାରୀ ଉପରେ ନଜର ରଖୁଥିବା ଏକ ଗୋଷ୍ଠୀ ‘OVD-Info Monitor’ ଟ୍ୱିଟ୍ କରି କହିଛି, ଗତ ତିନି ଦିନ ମଧ୍ୟରେ ପୂରା ରୁଷରେ ଯୁଦ୍ଧ ବିରୋଧୀ ବିକ୍ଷୋଭ ପ୍ରଦର୍ଶନରେ ଭାଗ ନେଇଥିବା ଅତିକମରେ ୩୦୯୩ ଲୋକଙ୍କୁ ଗିରଫ କରାଯାଇଛି। ପୁଲିସ ଗତ ଫେବ୍ରୁଆରୀ ୨୪ ତାରିଖରେ ଅତିକମରେ ୧୯୬୭, ଫେବ୍ରୁଆରୀ ୨୫ରେ ୬୩୪ ଓ ଫେବ୍ରୁଆରୀ ୨୬ରେ ୪୯୨ ଲୋକଙ୍କୁ ଗିରଫ କରିଛି।

ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଦ୍ୱାରା ଗୁରୁବାର ଘୋଷଣା କରାଯାଇଥିବା ସାମରିକ କାର୍ଯ୍ୟକଳାପକୁ ବିରୋଧ କରି ରୁଷର ବିଭିନ୍ନ ସହରଗୁଡ଼ିକରେ ବିରୋଧ ପ୍ରଦର୍ଶନ ହେଉଛି। ବିକ୍ଷୋଭକାରୀମାନେ ଆମେରିକାର ହ୍ୱାଇଟ୍‌ ହାଉସ ବାହାରେ ମଧ୍ୟ ରାଲି କରିଥିଲେ ଏବଂ ଦିନସାରା ରୁଷର ଦୂତାବାସ ବାହାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

ହ୍ୱାଇଟ୍‌ ହାଉସର ପ୍ରେସ୍‌ ସଚିବ ଜେନ ସାକି କହିଛନ୍ତି, ‘ରୁଷ ରାଷ୍ଟ୍ରପତି ପୁଟିନ ଏବଂ ତାଙ୍କ ଯୁଦ୍ଧ ବିରୋଧରେ ସର୍ବସାଧାରଣରେ ବିରୋଧ କରିବା ଅତ୍ୟନ୍ତ ସାହସିକ କାର୍ଯ୍ୟ। ଏହାଦ୍ୱାରା ଜଣାପଡିଛି ଯେ, ୟୁକ୍ରେନ୍‌ରେ ପୁଟିନ୍‌ ଯାହା କରୁଛନ୍ତି, ତାକୁ କିଛି ରୁଷବାସୀ ସମର୍ଥନ କରୁନାହାନ୍ତି। ସେମାନେ ଏଥିରେ ସହମତି ନୁହନ୍ତି।’

The post ରୁଷରେ ଯୁଦ୍ଧକୁ ବିରୋଧ, ୩୦୦୦ରୁ ଅଧିକ ବିକ୍ଷୋଭକାରୀ ଗିରଫ appeared first on Odisha Reporter.



from Odisha Reporter https://ift.tt/sq1FDJz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages