ଖାର୍‌କିଭ୍‌ରେ ଭୟଙ୍କର ବିସ୍ଫୋରଣ, ଗ୍ୟାସ୍‌ ପାଇପ୍‌ଲାଇନ୍‌ ଉଡାଇଲା ରୁଷ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, February 26, 2022

ଖାର୍‌କିଭ୍‌ରେ ଭୟଙ୍କର ବିସ୍ଫୋରଣ, ଗ୍ୟାସ୍‌ ପାଇପ୍‌ଲାଇନ୍‌ ଉଡାଇଲା ରୁଷ

ନୂଆଦିଲ୍ଲୀ: ଦିନକୁ ଦିନ ଭୟଙ୍କର ହୋଇ ଚାଲିଛି ରୁଷ-ୟୁକ୍ରେନ ଯୁଦ୍ଧ। ଚତୁର୍ଥ ଦିନ ପାଇଁ ରୁଷ ଲଗାତର ଭାବରେ ୟୁକ୍ରେନ ଉପରେ ରକେଟ୍‌ ସାଙ୍ଗକୁ ଗୁଳି ମାଡ ବର୍ଷା କରି ଚାଲିଛି। ଧୀରେ ଧୀରେ ୟୁକ୍ରେନ୍‌ର ରାଜଧାନୀ କିଭ୍‌କୁ ଦଖଲ କରିବା ପାଇଁ ଆଗକୁ ବଢ଼ି ଚାଲିଛି ରୁଷ। ଏହାରି ଭିତରେ ଆଜି ରୁଷ ସେନା ୟୁକ୍ରେନର ଦ୍ୱିତୀୟ ବୃହତ୍ତମ ସହର ଖାର୍‌କିଭରେ ଏକ ଗ୍ୟାସ ପାଇପଲାଇନ ଉଡ଼ାଇ ଦେଇଛନ୍ତି। ସେପଟେ ରାଜଧାନୀ କିଭ୍‌ ଠାରୁ ୪ କିଲୋମିଟର ଦୂରରେ ରୁଷ ସେନା ରହି ଗୁଳିମାଡ ଜାରି ରଖିଛି।

ସେହିପରି ଦକ୍ଷିଣ ପୂର୍ବ ୟୁକ୍ରେନ୍‌ରେ ଥିବା ଏକ ପ୍ରମୁଖ ସହରକୁ ଗତରାତିରେ ରୁଷ୍‌ ବାହିନୀ ଅକ୍ତିଆର କରିନେଇଥିବା ଜଣାପଡିଛି। ମେଲିଟୋପଲ୍‌ ସହରକୁ ରୁଷ୍‌ ଅକ୍ତିଆର କରିବା ସହ ସବୁ ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନକୁ ନିଜ ନିୟନ୍ତ୍ରଣକୁ ନେଇଛି। ରୁଷ୍‌ କିଭ୍‌ ସମେତ ୟୁକ୍ରେନ୍‌ର ସମସ୍ତ ପ୍ରମୁଖ ସହରରେ ମିସାଇଲ୍‌ ଏବଂ ବୋମା ମାଡ଼ ଜାରି ରଖିଛି ଏବଂ ୟୁକ୍ରେନ୍‌ ସେନାର ସମସ୍ତ ପ୍ରମୁଖ ପ୍ରତିଷ୍ଠାନକୁ ଧ୍ୱଂସ କରିଥିବା ଦାବି କରିଛି।

୧୫୦,୦୦୦ ଜନସଂଖ୍ୟା ବିଶିଷ୍ଟ ମେଲିଟୋପଲ ସହରକୁ ରୁଷ୍‌ ଦଖଲ କରିବା ପରେ ଏହା ସହିତ ୟୁକ୍ରେନ୍‌ର ସମସ୍ତ ସାମରିକ ଯୋଗାଯୋଗ୍ୟ ବ୍ୟବସ୍ଥାକୁ ନଷ୍ଟ କରିଦେଇଛି। ଅନ୍ୟପକ୍ଷେ ୟୁକ୍ରେନ ରାଷ୍ଟ୍ରପତି ଭୋଲଡିମିର ଜେଲେନସ୍କି ଗତରାତିରେ ଏକ ଭିଡିଓ ବାର୍ତ୍ତା ଜାରି କରି କହିଛନ୍ତି, ଆମେ ଅସ୍ତ୍ର ତ୍ୟାଗ କରିବୁନି। ଆମେ ଦେଶକୁ ସୁରକ୍ଷା ଦେବୁ।

ସେପଟେ ଆଜି ରୁଷ ପ୍ରତିରକ୍ଷା ମନ୍ତ୍ରାଳୟ ୧୧୮ ସାମରିକ ପ୍ରତିଷ୍ଠାନକୁ ଧ୍ୱସ୍ତ କରି ଦେଇଥିବା ଦାବି କରିଛି। ୟୁକ୍ରେନ୍‌ ସେନାବାହିନୀର ୧୩ଟି କମାଣ୍ଡ୍ ପୋଷ୍ଟ୍‌ ୧୪ ଏସ୍‌-୩୦୦ ଏବଂ ଓସା ଆଣ୍ଟି-ଏୟାରକ୍ରାଫ୍ଟ ମିସାଇଲ ସିଷ୍ଟମ, ୩୬ଟି ରାଡାର ଷ୍ଟେସନ୍‌କୁ ରୁଷ୍‌ ଅଚଳ କରିଦେଇଛି। ଏଥିସହ ୫ଟି ଯୁଦ୍ଧ ବିମାନ, ‌ଗୋଟିଏ ହେଲିକପ୍ଟର ଏବଂ ୟୁକ୍ରେନ୍‌ର ୫ଟି ଡ୍ରୋନ୍‌କୁ ଖସାଇ ଦେଇଛି ବୋଲି ରୁଷ ଦାବି କରୁଛି।

ଫେବୃଆରୀ ୨୪ ରୁ ୟୁକ୍ରେନ ଏବଂ ରୁଷ ମଧ୍ୟରେ ଯୁଦ୍ଧ କ୍ରମାଗତ ଭାବରେ ଚାଲିଛି। ସମସ୍ତ ପ୍ରତିବନ୍ଧକ ସତ୍ତ୍ୱେ ରୁଷ ୟୁକ୍ରେନ୍‌ ଉପରେ ଆକ୍ରମଣ ବନ୍ଦ କରୁନାହିଁ। ରୁଷ ବାରମ୍ବାର ୟୁକ୍ରେନକୁ ଅସ୍ତ୍ରଶସ୍ତ୍ର ପକାଇ ହାତଟେକି ଦେବାପାଇଁ ରଖିବାକୁ କହୁଛି, କିନ୍ତୁ ୟୁକ୍ରେନର ରାଷ୍ଟ୍ରପତି ନିଜ ଜିଦରେ ଅଟଳ। ସେ ଶେଷ ପର୍ଯ୍ୟନ୍ତ ଯୁଦ୍ଧ କରିବାକୁ ରଣହୁଙ୍କାର ଦେଇଛନ୍ତି। ଆଜି ଚତୁର୍ଥ ଦିନ ପାଇଁ ରୁଷ ମିସାଇଲ ଏବଂ ରକେଟ୍ ମାଡ କରିବା ଜାରି ରଖିଛି।

The post ଖାର୍‌କିଭ୍‌ରେ ଭୟଙ୍କର ବିସ୍ଫୋରଣ, ଗ୍ୟାସ୍‌ ପାଇପ୍‌ଲାଇନ୍‌ ଉଡାଇଲା ରୁଷ appeared first on Odisha Reporter.



from Odisha Reporter https://ift.tt/gMaj3SK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages