ଯୁଦ୍ଧରେ ରୁଷ ହରାଇଛି  ୭୦୦୦ ସୈନ୍ୟ, କିଛି କହୁନି ମସ୍କୋ   - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 17, 2022

ଯୁଦ୍ଧରେ ରୁଷ ହରାଇଛି  ୭୦୦୦ ସୈନ୍ୟ, କିଛି କହୁନି ମସ୍କୋ  

ନୂଆଦିଲ୍ଲୀ: ଚତୁର୍ଥ ସପ୍ତାହରେ ପହଞ୍ଚିଛି ରୁଷ-ୟୁକ୍ରେନ୍ ଯୁଦ୍ଧ। ବ୍ରିଟିସ ସାମରିକ ଗୁଇନ୍ଦା ସଂସ୍ଥା କହିଛି ଯେ, ଯୁଦ୍ଧରେ ଆକ୍ରମଣକାରୀ ରୁଷ ବିପୁଳ କ୍ଷୟକ୍ଷତିର ସମ୍ମୁଖୀନ ହୋଇଛି । ଗୁରୁବାର ୟୁକ୍ରେନ୍‌ ବନ୍ଦୀ କରିଥିବା ୯ ଜଣ ରୁଷ ସେନାଙ୍କୁ ମୁକ୍ତ କରିଛି। ମେଲିଟିପୁଲ ମେୟରଙ୍କୁ ହସ୍ତାନ୍ତର ପରେ ୟୁକ୍ରେନ ପ୍ରତିବଦଳରେ ୯ ଜଣ ରୁଷ ସୈନ୍ୟଙ୍କୁ ମୁକ୍ତ କରିଥିବା ସ୍ଥାନୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି।  ତେବେ ଯୁଦ୍ଧ ପରଠାରୁ ପ୍ରଥମଥର ପାଇଁ ଆମେରିକା ଓ ରୁଷ ମଧ୍ୟରେ ଯୋଗାଯୋଗ ହୋଇଛି। ଆମେରେକାର ଜାତୀୟ ସୁରକ୍ଷା ପରାମର୍ଶଦାତା ଜେକେ ସୁଲିଭାନ୍‌ ରୁଷର ସୁରକ୍ଷା ପରିଷଦ ସଚିବଙ୍କ ସହ ଆଲୋଚନା କରିଛନ୍ତି।

ସେପଟେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କହିଛନ୍ତି ଯେ, ୟୁକ୍ରେନ୍‌ର ସ୍ୱତନ୍ତ୍ର ମାନ୍ୟତା ବଜାୟ ରହିବ। କିନ୍ତୁ  ମସ୍କୋର ସାମରିକ ଅଭିଯାନ ଉଦ୍ଦେଶ୍ୟ ପୂରଣ ନହେବା ପର୍ଯ୍ୟନ୍ତ ଓହରିବାର ପ୍ରଶ୍ନ ଉଠୁ ନାହିଁ।

ବ୍ରିଟେନ୍‌ ଗୁଇନ୍ଦା ସଂସ୍ଥା ରିପୋର୍ଟ  ଅନୁଯାୟୀ,  ଏହି ଯୁଦ୍ଧରେ ରୁଷ ୭୦୦୦ ସୈନ୍ୟ ନିହତ ହୋଇଛନ୍ତି। ମାର୍ଚ୍ଚ ୨ଠାରୁ ରୁଷ ପକ୍ଷରୁ ଏବାଦରେ କୌଣସି ଅପଡେଟ୍‌  ପ୍ରଦାନ କରାଯାଇ ନାହିଁ। ଅନ୍ୟପଟେ ଗତ ୨୪ ଘଣ୍ଟାରେ ବୋମା ବର୍ଷଣ ଯୋଗୁ ଚେରନିଭ୍‌ରେ ୫୩ ଜଣ ସାଧାରଣ ଳୋକଙ୍କ ମୃତ୍ୟୁ ଘଟିଛି । ସେପଟେ ୨୩ ଦିନର ଯୁଦ୍ଧରେ ପୁଟିନ୍‌ ସେନା ପାଇଁ ଏଯାଏଁ ରାଜଧାନୀ କିଭ୍ ଦଖଲ ସମ୍ଭବ ହୋଇନଥିବା ବେଳେ, ଦକ୍ଷିଣ-ପୂର୍ବ ବନ୍ଦର ନଗରୀ ମାରିଉପୋଲରେ ତାଣ୍ଡବ ଜାରି ରହିଛି ।  ପୂର୍ବରୁ ସେଠାକାର ମାଟର୍ନିଟି ହସ୍ପିଟାଲ ଆକ୍ରମଣର ଶିକାର ହୋଇଥିବା ବେଳେ, ଏବେ ଡ୍ରାମା ଥିଏଟର୍ ଉପରେ ବୋମା ବର୍ଷଣ କରିଛି ପୁଟିନ ସେନା।

ୟୁକ୍ରେନ୍ ଅଭିଯୋଗ କରିଛି ୟୁକ୍ରେନରର ଦକ୍ଷିଣ ପୂର୍ବରେ ଥିବା ବନ୍ଦର ନଗରୀ ମାରିୟୁପୋଲ ଦଖଲ କଲେ, ଋଷ ପାଇଁ ବିବାଦୀୟ କ୍ରିମିଆ ଅଞ୍ଚଳକୁ ବାଟ ଫିଟିଯିବ। ସେପଟେ ଏହି ସହରରେ ହସ୍ପିଟାଲ, ସ୍କୁଲ ଓ ଜନବସତି ଅଞ୍ଚଳକୁ ଋଷର ଆକ୍ରମଣକୁ ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କି ଓ ଆମେରିକା ରାଷ୍ଟ୍ରପତି ବାଇଡେନ୍ ଯୁଦ୍ଧ ଅପରାଧ ବୋଲି ଆଖ୍ୟା ଦେଇଛନ୍ତି।

The post ଯୁଦ୍ଧରେ ରୁଷ ହରାଇଛି  ୭୦୦୦ ସୈନ୍ୟ, କିଛି କହୁନି ମସ୍କୋ   appeared first on Odisha Reporter.



from Odisha Reporter https://ift.tt/cLPdT9S

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages