ଦୋଳ ଯାତ୍ରା ଦେଖି ଫେରୁଥିଲେ ୪ ସାଙ୍ଗ, ଗଛରେ ପିଟି ହେଲା କାର୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 17, 2022

ଦୋଳ ଯାତ୍ରା ଦେଖି ଫେରୁଥିଲେ ୪ ସାଙ୍ଗ, ଗଛରେ ପିଟି ହେଲା କାର୍‌

ନବରଙ୍ଗପୁର(ନବଘନ ବିଷୋୟୀ): ନବରଙ୍ଗପୁର ଜିଲ୍ଲା କୁର୍ଲୁ ଘାଟିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର୍‌ଟି ଗଛରେ ଭାରସାମ୍ୟ ପିଟି ହୋଇଯିବାରୁ  ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି।  ମୃତକମାନେ ହେଲେ ତେନ୍ତୁଳିଖୁଣ୍ଟି ବ୍ଲକ୍‌ ଅନ୍ତର୍ଗତ ଦିଗିସଲପାର ରିତିକ ବିଷୋୟୀ, ଉଦୟପୁରର ରାଜା ଟାକିରି। ଗୁରୁତରମାନଙ୍କୁ  ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସେମାନେ ହେଲେ ଇନ୍ଦ୍ରାବତୀ ଅଞ୍ଚଳର ସୌମ୍ୟରଞ୍ଜନ ନାୟକ ଓ ଶ୍ରୀପତି କର୍କର। କର୍ପୂରା।

ସୂଚନାଅନୁସାରେ, ଦିଗିସଲପାରୁ ଦୋଳ ଯାତ୍ରା ଦେଖି  ଆଜି  ସକାଳେ ଚାରି ସାଙ୍ଗ  କାର୍‌ ଯୋଗେ ନବରଙ୍ଗପୁର ଅଭିମୁଖେ  ଆସୁଥିଲେ। କୁର୍ଲୁ ଘାଟିରେ ନିକଟରେ  ଗାଡ଼ିଟି ଭାରସାମ୍ୟ ହରାଇ ଆମ୍ବ ଗଛରେ ପଟି ହୋଇଯାଇଥିଲା। ସମସ୍ତଙ୍କୁ ଉଦ୍ଧାର କରାଯାଇ ନବରଙ୍ଗପୁର  ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ରିତିକ ଓ ରାଜାଙ୍କୁ ମୃତ ଘୋଷଣା କରିଥିଲେ।

ସୌମ୍ୟରଞ୍ଜନ ଓ ଶ୍ରୀପତି  ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ପୁଲିସ ଘଟଣାର ତଦନ୍ତ କରୁଛି।

 

The post ଦୋଳ ଯାତ୍ରା ଦେଖି ଫେରୁଥିଲେ ୪ ସାଙ୍ଗ, ଗଛରେ ପିଟି ହେଲା କାର୍‌ appeared first on Odisha Reporter.



from Odisha Reporter https://ift.tt/KZPxsG3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages