ଗୋଟିଏ ଫ୍ରେମ୍‌ରେ ନଜରକୁ ଆସିଲେ ସଞ୍ଜୟ ଦତ୍ତ ଓ ମୁଶାରଫ, ୟୁଜର୍ସ ଦେଲେ ଏପରି କମେଣ୍ଟ… - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 17, 2022

ଗୋଟିଏ ଫ୍ରେମ୍‌ରେ ନଜରକୁ ଆସିଲେ ସଞ୍ଜୟ ଦତ୍ତ ଓ ମୁଶାରଫ, ୟୁଜର୍ସ ଦେଲେ ଏପରି କମେଣ୍ଟ…

ନୂଆଦିଲ୍ଲୀ: ଗୋଟିଏ ଫ୍ରେମ୍‌ରେ ନଜର ଆସିଲେ ବଲିଉଡର ଖଳନାୟକ ସଞ୍ଜୟ ଦତ୍ତ ଓ ପାକିସ୍ଥାନର ପୂର୍ବତନ ରାଷ୍ଟ୍ରପତି ପରଭେଜ ମୁଶାରଫ। ସୋଶାଲ ମିଡିଆରେ ଉଭୟଙ୍କ ଫଟୋ ଭାଇରାଲ ହେବା ପରେ ଏହାକୁ ନେଇ ଚାଲିଛି ଚର୍ଚ୍ଚା।  ଏପରିକି କିଛି ଲୋକ ଏହା ସଂଯୋଗବଶଃତ ସାକ୍ଷାତ ବୋଲି କହୁଥିବା ବେଳେ ଆଉ କିଛି ଏହା ଠିକ୍‌ ନୁହେଁ ବୋଲି କହି ସଞ୍ଜୟ ଦତ୍ତଙ୍କୁ ଖୁବ୍‌ ଟ୍ରୋଲ କରିଛନ୍ତି।

ଭାରତ-ପାକିସ୍ତାନ ମଧ୍ୟରେ ଏବେ ସମ୍ପର୍କ ଠିକ୍‌ ନାହିଁ। ଉଭୟ ଦେଶ ମଧ୍ୟରେ ଉତ୍ତେଜନାପୂର୍ଣ୍ଣ ସ୍ଥିତି ଜାରି ରହିଛି । ପାକିସ୍ତାନୀ କଳାକାରଙ୍କ ଉପରେ ଭାରତ ମଧ୍ୟ ପ୍ରତିବନ୍ଧକ ଲଗାଇଛି । ଏପରି ସ୍ଥିତିରେ ସଞ୍ଜୟ କିପରି ପାକିସ୍ଥାନର ପୂର୍ବତମ ରାଷ୍ଟ୍ରପତିଙ୍କୁ ଭେଟିଲେ ତାହାକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା। ଏପରିକି ୟୁଜର୍ସମାନେ ଏଥିପାଇଁ ସଞ୍ଜୟଙ୍କୁ ଟ୍ରୋଲ କରିବାକୁ ପଛାଉ ନାହାନ୍ତି। ଡ୍ରଗ, ନିଶା, ବନ୍ଧୁକ ଓ ଦାଉଦ ହିଁ ସଞ୍ଜୟଙ୍କ ପସନ୍ଦ ବୋଲି କିଛି ୟୁଜର କମେଣ୍ଟ କରିଛନ୍ତି।

ଉଭୟଙ୍କ ମଧ୍ୟରେ ଏହି ସାକ୍ଷାତକାର ଦୁବାଇରେ ହୋଇଥିବା କୁହାଯାଉଛି। ଭାଇରାଲ ଫଟୋକୁ ନେଇ କିଛି ୟୁଜର୍ସ କହିଛନ୍ତି ଯେ, ସଞ୍ଜୟ ଜିମ୍‌ରେ ମୁଶାରଫଙ୍କୁ ଭେଟିଛନ୍ତି । ଆଇ କିଛି ବ୍ୟକ୍ତି ହଠାତ ଉଭୟଙ୍କ ମଧ୍ୟରେ ଭେଟଘାଟ ହୋଇଥିବା କହିଛନ୍ତି । ଫଟୋରେ ମୁଶାରଫ ହ୍ୱିଲ୍ ଚେୟାରରେ ବସିଥିବା ଦେଖିବାକୁ ମିଳିଛି । ସଞ୍ଜୟ ଏହି ଫଟୋରେ ଜିମ୍‌ ଆଉଟଫିଟରେ ଉପସ୍ଥିତ ଥିବା ବେଳେ ସେ ଅନ୍ୟଜଣଙ୍କ ସହ କିଛି କଥା ହେଉଥିବା ଦେଖିବାକୁ ମିଳିଛି। ।

ତେବେ ଫଟୋକୁ ଦେଖି କିଛି ୟୁଜର ମୁଶାରଫଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଉଦ୍‌ବେଗ ପ୍ରକାଶ କରିବା ସହ ତାଙ୍କ ଆରୋଗ୍ୟ କାମନା କରିଛନ୍ତି । ଆଉ କିଛି ମୁଶାରଫଙ୍କୁ ଭେଟିବା  ସଞ୍ଜୟଙ୍କ ପାଇଁ ଠିକ୍‌ ନୁହେଁ ବୋଲି କହିଛନ୍ତି ।

ୱର୍କଫ୍ରଣ୍ଟ କଥା କହିଲେ, ସଞ୍ଜୟ ଦତ୍ତ ଏବେ Ghudchadi  ଫିଲ୍ମର ପ୍ରଥମ ପାର୍ଟର ସୁଟିଂ ଶେଷ କରିଥିବା ବେଳେ ତାଙ୍କ ହାତରେ କେଜିଏଫ୍‌-୨. ଶମଶେର, ପୃଥ୍ୱୀରାଜ ପରି ହାଇ ବଜେଟ ଫିଲ୍ମ ବି ଅଛି। ଏହି ସବୁ ଫିଲ୍ମରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ । ତାଙ୍କର ବହୁତ ଫିଲ୍ମ ଏବେ ପାଇପ୍‌ଲାଇନ୍‌ରେ ଅଛି।

The post ଗୋଟିଏ ଫ୍ରେମ୍‌ରେ ନଜରକୁ ଆସିଲେ ସଞ୍ଜୟ ଦତ୍ତ ଓ ମୁଶାରଫ, ୟୁଜର୍ସ ଦେଲେ ଏପରି କମେଣ୍ଟ… appeared first on Odisha Reporter.



from Odisha Reporter https://ift.tt/l8IR9jO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages