ବଢ଼ିଲା ଭାରତୀୟ ନୌସେନାର ଶକ୍ତି, ସାମିଲ ହେଲା ଏୟାର ସ୍କ୍ୱାର୍ଡନ୍‌ ୩୧୬ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 29, 2022

ବଢ଼ିଲା ଭାରତୀୟ ନୌସେନାର ଶକ୍ତି, ସାମିଲ ହେଲା ଏୟାର ସ୍କ୍ୱାର୍ଡନ୍‌ ୩୧୬

ନୂଆଦିଲ୍ଲୀ: ଆହୁରି ଶକ୍ତିଶାଳୀ ହେଲା ଭାରତୀୟ ନୌସେନା। ଥରିବ ଶତ୍ରୁ ପକ୍ଷ। ନୌସେନାରେ ସାମିଲ ହେଲା ଏୟାର ସ୍କ୍ୱାର୍ଡନ୍‌ ଆଇଏନ୍ଏଏସ୍-୩୧୬। ଆଜି ସକାଳେ ଗୋଆର ଡାବୋଲିମ୍ ନାଭାଲ୍ ବେସ୍‌ରେ ଆଇଏନଏସ୍-ହଂସରେ ଏହାକୁ ସାମିଲ କରିଛନ୍ତି ନୌସେନା ମୁଖ୍ୟ ଆଡମିରାଲ୍ ଆର୍‌. ହରି କୁମାର।

ଏୟାର ସ୍କ୍ୱାଡ୍ରନ ଆଇଏନ୍ଏସ୍-୩୧୬ ଅତ୍ୟନ୍ତ ଶକ୍ତିଶାଳୀ ଓ ନିଜ କ୍ଷେତ୍ରରେ ଖୁବ୍ ପାରଙ୍ଗମ। ତେବେ ନୌସେନାରେ ଲଢୁଆ ଏୟାରକ୍ରାଫ୍ଟ ସାମିଲ ହେବାରେ ଆଇଏନ୍ଏସ୍-୩୧୬ ଦ୍ୱିତୀୟ ଏୟାରକ୍ରାଫ୍ଟ। ଆଜିର ସମୟରେ ଦେଶର ସୁରକ୍ଷା ପାଇଁ ଏହା ଅତ୍ୟନ୍ତ ଯୁଗୋପଯୋଗୀ ଓ ମହତ୍ତ୍ୱପୂର୍ଣ୍ଣ ହେବ। ଏହାସହ ସାମୁଦ୍ରିକ ତଟ ସୁରକ୍ଷା କ୍ଷେତ୍ରରେ ଭାରତୀୟ ନୌସେନା ଅଧିକ ଶକ୍ତିଶାଳୀ ହୋଇପାରିବ। ଏହାଦ୍ୱାରା ନୌସେନାର ଶକ୍ତି ମଧ୍ୟ ବୃଦ୍ଧି ପାଇଛି ବୋଲି ଆଡମିରାଲ୍ ହରିକୁମାର କହିଛନ୍ତି।

ଏହା ଶକ୍ତିଶାଳୀ ବିମାନ ମାଧ୍ୟମରେ ଶତ୍ରୁକୁ ଅନୁସନ୍ଧାନ କରି ସମୁଦ୍ରରେ ଉପସ୍ଥିତ ସାମୁଦ୍ରିକ ନୌସେନାଙ୍କୁ ସୂଚିତ କରିବ। ଏପରିକି ଏଥିରେ ମିସାଇଲ ଆକ୍ରମଣ କରିବାର କ୍ଷମତା ମଧ୍ୟ ରହିଛି। ଗୋଆରେ ନିୟୋଜିତ ଏହି ସ୍କ୍ୱାଡ୍ରନ ନୌସେନା ଆକାଶରୁ ସାମୁଦ୍ରିକ ସୀମା ଉପରେ ନଜର ରଖିପାରିବ।

ରିପୋର୍ଟ ଅନୁସାରେ, ଆଇଏନଏଏସ ୩୧୬ ସ୍କ୍ୱାର୍ଡନ୍‌ର୍ଡନ୍‌ ପାଖରେ ପି୮୧ ମଲ୍ଟି ରୋଲ୍ ଲଙ୍ଗ୍ ରେଞ୍ଜ୍ ମାରିଟାଇମ୍ ରିକଗ୍ନିସେଂସ୍ ଆଣ୍ଟ୍ ଆଣ୍ଟି ସବମେରିନ୍ ଓ୍ୱାରଫେୟାର ଉଡାଜାହାଜ ରହିଛି। ଏହାକୁ ଆମେରିକାର ବୋଇଂ କମ୍ପାନୀ ତିଆରି କରିଛି। ଏଥିରେ ଦୁଇଟି ଇଞ୍ଜିନ୍ ମଧ୍ୟ ରହିଛି। ଏହା ଆକାଶରୁ ସାମୁଦ୍ରିକ ଜାହାଜ ଓ ସବମେରିନ୍ ଉପରେ ଆକ୍ରମଣ କରିବା ପାଇଁ ସକ୍ଷମ ଅଟେ।

The post ବଢ଼ିଲା ଭାରତୀୟ ନୌସେନାର ଶକ୍ତି, ସାମିଲ ହେଲା ଏୟାର ସ୍କ୍ୱାର୍ଡନ୍‌ ୩୧୬ appeared first on Odisha Reporter.



from Odisha Reporter https://ift.tt/ta6ZwS8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages