ବଦଳିପାରେ ଦ୍ୱାଦଶ ବିଜ୍ଞାନ ପରୀକ୍ଷା ସୂଚୀ, ମନ୍ତ୍ରୀ ଦେଲେ ଇସାରା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 29, 2022

ବଦଳିପାରେ ଦ୍ୱାଦଶ ବିଜ୍ଞାନ ପରୀକ୍ଷା ସୂଚୀ, ମନ୍ତ୍ରୀ ଦେଲେ ଇସାରା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବଦଳିପାରେ ଦ୍ୱାଦଶ ବିଜ୍ଞାନ ପରୀକ୍ଷା ସୂଚୀ । ପରୀକ୍ଷା ସୂଚୀରେ ହୋଇପାରେ ସାମାନ୍ୟ ପରିବର୍ତ୍ତନ  । ଦ୍ୱାଦଶ  ବିଜ୍ଞାନ  ପରୀକ୍ଷା ସିଡ୍ୟୁଲରେ କମ୍ ଦିନର ବ୍ୟବଧାନ ରହିଥିବାରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା। ପରୀକ୍ଷାସୂଚୀରେ ସାମାନ୍ୟ ପରିବର୍ତ୍ତନ ପାଇଁ CHSEକୁ ନିର୍ଦ୍ଦେଶ ଦେଇଥିବା କହିଛନ୍ତି ଗଣ ଶିକ୍ଷା ମନ୍ତ୍ରୀ ସମୀର ଦାସ ।

ଏନେଇ ମନ୍ତ୍ରୀ ଦାସ କହିଛନ୍ତି,  ବିଜ୍ଞାନ ପିଲାଙ୍କ ପରୀକ୍ଷା ସିଡ୍ୟୁଲରେ କମ୍ ଦିନର ବ୍ୟବଧାନ ରହିଥିବାରୁ ଏଥିରେ ସାମାନ୍ୟ ପରିବର୍ତ୍ତନ ପାଇଁ ପିଲାମାନେ ଅନୁରୋଧ କରୁଛନ୍ତି। ତେଣୁ ଯଦି ସମ୍ଭବ ହୁଏ ଏଥିରେ ସାମାନ୍ୟ ପରିବର୍ତ୍ତନ ପାଇଁ CHSE କୁ ନିର୍ଦ୍ଦେଶ ଦେଇଛି। ଏହାଦ୍ୱାରା ପିଲାଙ୍କୁ ରିଜିଜନ ପାଇଁ ସୁଯୋଗ ମିଳିବ । ଠିକ୍‌ ସମୟରେ ପରୀକ୍ଷା ହେବ, ଠିକ୍‌ ସମୟରେ ରେଜଲ୍ଟ ବାହାରିବ ।

ଚଳିତ ବର୍ଷ ପରୀକ୍ଷାକୁ ସୂଚାରୁ ରୂପେ ସମ୍ପାଦକ କରିବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଇଛି।   ଏଥର ୧ ହଜାର ୫୮୬ କଲେଜର ଛାତ୍ରଛାତ୍ରୀ ୧ ହଜାର ୧୪୮ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବେ  ପୁରା ପରୀକ୍ଷା ସିସିଟିଭିରେ ମନିଟରିଂ ହେବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ, ଆସନ୍ତା ଏପ୍ରିଲ ୨୮ରୁ ଅଫଲାଇନ୍‌ ମୋଡରେ ଆରମ୍ଭ ହେବ ଦ୍ୱାଦଶ (+୨) ବୋର୍ଡ ପରୀକ୍ଷା । ସ୍କୁଲରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ।  କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ବିଷୟରେ ରାଜ୍ୟରେ ମୋଟ ୩ ଲକ୍ଷ ୨୦ ହଜାର ପିଲା ଚଳିତ ବର୍ଷ ଦ୍ୱାଦଶ ବୋର୍ଡ ପରୀକ୍ଷା ଦେବେ ।

ଖରାକୁ ଦୃଷ୍ଟିରେ ରଖି ଦୈନିକ ଗୋଟିଏ ସିଟିଂ ପରୀକ୍ଷା କରିବାକୁ ନିଷ୍ପତ୍ତି ନିଆଯାଇଛି। ସକାଳ ୯ଟାରୁ ଦୈନିକ ଗୋଟିଏ ସିଟିଂ ପରୀକ୍ଷା କରାଯିବ। ମହାମାରୀ ପାଇଁ ପରୀକ୍ଷା ବ୍ୟବସ୍ଥାରେ କୋହଳ କରାଯାଇଛି । ନିଜ ଶିକ୍ଷକମାନଙ୍କ ଦ୍ୱାରା ସମସ୍ତ ପ୍ରାକ୍ଟିକାଲ ପରୀକ୍ଷା କରାଯିବ

ଛାତ୍ରଛାତ୍ରୀଙ୍କ ପରୀକ୍ଷା ମୂଲ୍ୟାଙ୍କନ ନେଇ ଦୁଇଟି ସ୍କିମ୍ କରାଯାଇଛି ।  ବାର୍ଷିକ ପରୀକ୍ଷାରେ ହୋଇଥିବା ପ୍ରଦର୍ଶନ ଭିତ୍ତିରେ ମାର୍କ । ନଚେତ   ବାର୍ଷିକ ପରୀକ୍ଷାର ୮୦% ଓ କ୍ୱାର୍ଟର ଏଣ୍ଡରେ ୨୦% ଅନୁଯାୟୀ ମାର୍କି ହେବ।  ଦୁଇଟି ବ୍ୟବସ୍ଥାରୁ ଯେଉଁଟିରେ ସର୍ବାଧିକ ରହିବ, ସେଇଟି ଚୂଡ଼ାନ୍ତ ହେବ ।

The post ବଦଳିପାରେ ଦ୍ୱାଦଶ ବିଜ୍ଞାନ ପରୀକ୍ଷା ସୂଚୀ, ମନ୍ତ୍ରୀ ଦେଲେ ଇସାରା appeared first on Odisha Reporter.



from Odisha Reporter https://ift.tt/xlQ2frz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages