ଜାତୀୟ ରାଜପଥରେ ମୁହାଁମୁହିଁ ହେଲେ ୫୦ ଗାଡି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 29, 2022

ଜାତୀୟ ରାଜପଥରେ ମୁହାଁମୁହିଁ ହେଲେ ୫୦ ଗାଡି

ୱାଶିଂଟନ୍‌: ଜାତୀୟ ରାଜପଥରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ମୁହାଁମୁହିଁ ହେଲେ ଗୋଟିଏ ପରେ ଗୋଟିଏ ଗାଡି। ପାଖାପାଖି ୫୦ରୁ ୬୦ ଗାଡି ପରସ୍ପର ଧକ୍କା ହୋଇଛନ୍ତି। ଏଥିରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି। ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି ଆମେିକାର ପେନ୍‌ସିଲ୍‌ଭାନିଆରେ।

କୁହାଯାଉଛି ଯେ, ବରଫ ଝଡ ଲାଗି ଜାତୀୟ ରାଜପଥରେ ଏଭଳି ସିରିଜ ଦୁର୍ଘଟଣା ଘଟିଛି। ପେନ୍‌ସିଲଭାନିଆର ସୁଇଲକିଲ୍‌ ରାଜ୍ୟରେ ଏହି ଦୁର୍ଘଟଣା ଘଟିଥିବା ବେଳେ ଚାରିଆଡେ ଏହାକୁ ନେଇ ଆତଙ୍କ ଖେଳି ଯାଇଛି। ଏହି ଭୟଙ୍କର ଦୁର୍ଘଟଣାର ଭିଡିଓ ଏବେ ସାମ୍ନାକୁ ଆସିଛି, ଯାହା ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଭିଡିଓରେ ଗୋଟିଏ ପରେ ଗୋଟିଏ ଗାଡି ପରସ୍ପର ସହ ଧକ୍କା ଦେଉଥିବା ଦେଖିବାକୁ ମିଳିଛି। ବରଫ ଝଡ ଲାଗି ଡ୍ରାଇଭର ନିୟନ୍ତ୍ରଣ ହରାଇ ଦେଇଛନ୍ତି। ଗାଡିଗୁଡିକ ଧକ୍କା ହେବା ପରେ ଜୀବନ ବିକଳରେ ଲୋକେ ଗାଡିରୁ ବାହାରି ଦୌଡୁଥିବା ମଧ୍ୟ ନଜର ଆସିଛନ୍ତି।

ପୁଲିସ ସୂଚନା ମୁତାବକ, ଉକ୍ତ ଅଞ୍ଚଳରେ ବରଫ ଝଡ ଯୋଗୁଁ ଭିଜିବିଲିଟି ପୂରାପୂରି ଶୂନ୍‌ ଥିଲା। ଏହି କାରଣ ଯୋଗୁଁ ଏଭଳି ଭୟଙ୍କର ଦୁର୍ଘଟଣା ଘଟିଲା। ଆହତ ବ୍ୟକ୍ତିଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେଠାରେ ସେମାନଙ୍କ ଚିକିତ୍ସା ଜାରି ରହିଛି। କୁହାଯାଉଛି ଯେ, ସୁଇଲକିଲ୍‌ ରାଜ୍ୟରେ ଚଳିତ ମାସର ଏହା ଦ୍ୱିତୀୟ ସବୁଠାରୁ ବଡ ଦୁର୍ଘଟଣା।

The post ଜାତୀୟ ରାଜପଥରେ ମୁହାଁମୁହିଁ ହେଲେ ୫୦ ଗାଡି appeared first on Odisha Reporter.



from Odisha Reporter https://ift.tt/kzaBZ2d

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages