ଅନୁରୋଧ ଶୁଣିଲାଣି ନାଟୋ, ତୀବ୍ର ସମାଲୋଚନା କଲେ ଜେଲେନସ୍କି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, March 4, 2022

ଅନୁରୋଧ ଶୁଣିଲାଣି ନାଟୋ, ତୀବ୍ର ସମାଲୋଚନା କଲେ ଜେଲେନସ୍କି

କିଭ୍‌: ନାଟୋ ଉପରେ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଭୋଲଦିମିର ଜେଲେନସ୍କି। ବାରମ୍ବାର ଅନୁରୋଧ ସତ୍ତ୍ୱେ ରୁଷ ବିରୋଧରେ ପଦକ୍ଷେପ ନେଉନି ନାଟୋ। ଏଥିପାଇଁ ନାଟୋ ସଦସ୍ୟ ରାଷ୍ଟ୍ରଗୁଡ଼ିକୁ ଭୟାଳୁ କହି ତୀବ୍ର ସମାଲୋଚନା କରିଛନ୍ତି ୟୁକ୍ରେନ ରାଷ୍ଟ୍ରପତି।

ୟୁକ୍ରେନ ନାଟୋରେ ସାମିଲ ହେବାକୁ ଚାହୁଁଥିବାରୁ ରୁଷ ଏହାକୁ ବିରୋଧ କରି ହମଲା ଜାରି ରଖିଛି। ଏପରି ସ୍ଥିତିରେ ନାଟୋ ସଦସ୍ୟ ରାଷ୍ଟ୍ରଗୁଡ଼ିକ ୟୁକ୍ରେନର ହାତ ଛାଡ଼ି ଦେଇଛନ୍ତି। ଏବେ ଜେଲେନସ୍କି ଏକାକୀ ରୁଷ ସହ ଲଢ଼େଇ କରୁଥିବା ବେଳେ ୟୁକ୍ରେନର ଆକାଶ ପଥକୁ ନାଟୋ ନୋ ଫ୍ଲାଇଂ ଜୋନ ବା ନୋ ଫ୍ଲାଏ ଜୋନ ଭାବେ ଘୋଷଣା କରୁ ବୋଲି ଅନୁରୋଧ କରିଥିଲେ।

ଏହାଦ୍ୱାରା ରୁଷ ଆକାଶ ପଥରୁ କରୁଥିବା ହମଲାକୁ ରୋକା ଯାଇ ପାରିବ ବୋଲି ଜେଲେନସ୍କି ଆଶା କରିଥିଲେ। ହେଲେ ଜେଲେନସ୍କିଙ୍କ ଏହି ଅନୁରୋଧ କରୁ ନାଟୋ ସେକ୍ରେଟେରୀ ଜେନେରାଲ୍ ଜେନ୍ସ ଷ୍ଟୋଲଟେନବର୍ଗ ଅଗ୍ରାହ୍ୟ କରି ଦେଇଛନ୍ତି। ନାଟୋ ଯଦି ନୋ-ଫ୍ଲାଇଂ ଯୋଜନା ଘୋଷଣା କରିବ, ତା’ହେଲେ ରୁଷ ସହ ୟୁରୋପର ବିବାଦ ଆହୁରି ତୀବ୍ର ହେବ ବୋଲି ସେ କହିଛନ୍ତି।

କିନ୍ତୁ ନାଟୋର ଏପରି ନିଷ୍ପତ୍ତି ଜେଲେନସ୍କିଙ୍କୁ ବ୍ୟଥିତ କରିଛି। ଏଥିପାଇଁ ସେ କହିଛନ୍ତି, “ଆଜି ନାଟୋର ଗୋଟିଏ ଶିଖର ସମ୍ମିଳନୀ ହୋଇଥିଲା। ଏହା ଏକ ଦୁର୍ବଳ ଓ ଦ୍ୱନ୍ଦ୍ୱପୂର୍ଣ୍ଣ ଶିଖର ସମ୍ମିଳନୀ ଥିଲା। ସମସ୍ତେ ୟୁରୋପର ସ୍ୱାଧୀନତା ସଂଗ୍ରାମକୁ ନିଜର ଏକ ନମ୍ବର ଲକ୍ଷ୍ୟ ବୋଲି ଭାବନ୍ତି ନାହିଁ ବୋଲି ଏହି ଶିଖର ସମ୍ମିଳନୀରୁ ସ୍ପଷ୍ଟ ହୋଇଛି। ୟୁକ୍ରେନରେ ନୂଆ ଷ୍ଟ୍ରାଇକ ଓ ମୃତାହତ ଅବଶ୍ୟମ୍ଭାବୀ ବୋଲି ନାଟୋ ଭଲ ଭାବେ ଜାଣିଛି। ତଥାପି ସେମାନେ ୟୁକ୍ରେନର ଆକାଶ ପଥକୁ ବନ୍ଦ କରିବେ ନାହିଁ ବୋଲି କହିଛନ୍ତି।

ନାଟୋ ନୋ-ଫ୍ଲାଏ ଜୋନ ମାନ୍ୟତା ପ୍ରଦାନ କରିବାକୁ ମନା କରିଛି। ଏପରି କରି ନାଟୋର ସଦସ୍ୟମାନେ ୟୁକ୍ରେନର ବିଭିନ୍ନ ସହର ଓ ଗାଁରେ ଆହୁରି ଅଧିକ ବୋମା ମାଡ଼ ପାଇଁ ପଥ ପରିଷ୍କାର କରିଛନ୍ତି। ସେମାନେ ଅଧିକ ଅସ୍ତ୍ରଶସ୍ତ୍ର ସମ୍ପନ୍ନ ରାଷ୍ଟ୍ର ହୋଇଥିଲେ ମଧ୍ୟ ଭିତରେ ଅତ୍ୟନ୍ତ ଦୁର୍ବଳ। ସେମାନେ ନୋ-ଫ୍ଲାଏ ଜୋନ ନିଷ୍ପତ୍ତ ନେବାକୁ ଡରୁଛନ୍ତି।”

ରୁଷର ବୋମା ମାଡ଼ ପାଇଁ ଜେଲେନସ୍କି ନାଟୋ ସଦସ୍ୟମାନଙ୍କୁ ୟୁକ୍ରେନରେ ନୋ-ଫ୍ଲାଏ ଜୋନ ଘୋଷଣା କରିବାକୁ କହିଥିଲେ। ହେଲେ ଏହାକୁ ଶୁକ୍ରବାର ନାଟୋ ସଦସ୍ୟମାନେ ଅଗ୍ରାହ୍ୟ କରି ଦେଇଥିଲେ। ଏ ସମ୍ପର୍କରେ ସୂଚନା ଦେଇ ଷ୍ଟୋଲଟେନବର୍ଗ କହିଥିଲେ ଯେ ପଶ୍ଚିମ ଦେଶ ଗୁଡ଼ିକ ୟୁକ୍ରେନର ଆକାଶ ପଥକୁ ନୋ-ଫ୍ଲାଏ ଜୋନ ଘୋଷଣା କରିପାରିବେ ନାହିଁ।

ନାଟୋ ସଦସ୍ୟମାନେ ସିଧାସଳକ ଯୁଦ୍ଧରେ ସାମିଲ ହେଲେ, ଏହା ଆହୁରି ଭୟଙ୍କର ରୂପ ନେବାର ଆଶଙ୍କା ରହିଛି। ନୋ-ଫ୍ଲାଏ ଜୋନ ଘୋଷଣା କରିବା ମାତ୍ରେ ୟୁକ୍ରେନକୁ ନାଟୋର ଯୁଦ୍ଧ ବିମାନ ପଠାଇବାକୁ ପଡ଼ିବ। ନୋ-ଫ୍ଲାଏ ଜୋନ ନିୟମକୁ କଡ଼ାକଡ଼ି ପାଳନ ପାଇଁ ରୁଷ ଯୁଦ୍ଧ ବିମାନକୁ ଖସାଇବାକୁ ହେବ।

ଯଦି ଆମେ ଏପରି କରିବୁ, ତା’ହେଲେ ସମଗ୍ର ୟୁରୋପରେ ପୂର୍ଣ୍ଣକାଳୀନ ଓ ଗୋଟିଏ ବଡ଼ ଯୁଦ୍ଧ ଆରମ୍ଭ ହୋଇଯିବ। ଏହି ଯୁଦ୍ଧରେ ଅନେକ ଦେଶ ସାମିଲ ହେବେ ଓ କୋଟି କୋଟି ଲୋକ ସମସ୍ୟାରେ ପଡ଼ିବେ ବୋଲି ସେ କହିଥିଲେ।

The post ଅନୁରୋଧ ଶୁଣିଲାଣି ନାଟୋ, ତୀବ୍ର ସମାଲୋଚନା କଲେ ଜେଲେନସ୍କି appeared first on Odisha Reporter.



from Odisha Reporter https://ift.tt/1pebmrz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages