ଝିଅ ଘରକୁ ଯାଉଥିଲା ମା’, ମାଡ଼ିଗଲା ଟ୍ରକ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, March 4, 2022

ଝିଅ ଘରକୁ ଯାଉଥିଲା ମା’, ମାଡ଼ିଗଲା ଟ୍ରକ୍

ଯାଜପୁର (ଓଡ଼ିଶା ରିପୋର୍ଟର): ଯାଜପୁର ଜିଲ୍ଲା ଏନ୍‌ଏଚ୍‌ ୧୬ ଜାରକା ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍ ଦ୍ରୁତ ଗତିରେ ଆସି ମହିଳାଙ୍କ ଉପରେ ମାଡ଼ିଯିବାରୁ ତାଙ୍କର ମୃତ୍ୟୁ ଘଟିଛି। ମୃତ ମହିଳା ଜଣଙ୍କ ହେଲେ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା  ଅନ୍ତର୍ଗତ କଜଳବନ୍ଧ  ଗାଁର ବନିତା ରାଉତ।

ମଳିଥିବା ସୂଚନା ଅନୁସାରେ, ଗତକାଲି ବିନିତା ଝିଅ ଘର ଯାଜପୁର ରୋଡ଼ ଧବଳଗିରିକୁ ଆସୁଥିଲେ। କେନ୍ଦ୍ରପଡ଼ାରୁ ବସ୍‌ ଯୋଗେ ସେ ଚଣ୍ଡିଖୋଲ ଆସିଥିଲେ।  ସେଠାରୁ ଓହ୍ଲାଇ ଅପରାହ୍ନ ୫ଟା ସମୟରେ ଚଣ୍ଡିଖୋଲ ଛକରୁ ନିଜ ଜ୍ୱାଇଁ ସହ ସ୍କୁଟିରେ ଧବଳଗିରି  ଯାଉଥିଲେ। ଏହି ସମୟରେ ଜାରକା ଛକରେ ଛକରେ ନିକଟରେ ଟ୍ରକ୍ ତାଙ୍କ ଉପରେ ମାଡ଼ି ଯାଇଥିଲେ।  ଏତେ ବଡ଼ ଦୁର୍ଘଟଣାରୁ ଜ୍ୱାଇଁ ପ୍ରଶାନ୍ତ ଅଳ୍ପକେ ବର୍ତ୍ତିଯାଇଥିଲେ।  ଦୁର୍ଘଟଣା ପରେ ଟ୍ରକ୍ ଡ୍ରାଇଭର ଘଟଣାସ୍ଥଳରୁ  ଚମ୍ପଟ ହୋଇଯାଇଥିଲା। ପୁଲିସ  ଟ୍ରକ୍‌କୁ ଜବତ କରି ଘଟଣାରର ତଦନ୍ତ କରୁଛି।

 

The post ଝିଅ ଘରକୁ ଯାଉଥିଲା ମା’, ମାଡ଼ିଗଲା ଟ୍ରକ୍ appeared first on Odisha Reporter.



from Odisha Reporter https://ift.tt/kyEFglJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages