ଟ୍ୱିନ୍‌ ସିଟିରେ ବୁଲି ବୁଲି ଚେନ୍‌ ଛିଣ୍ଡାଉଥିଲେ, ମାଡ଼ି ବସିଲା ପୁଲିସ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, March 4, 2022

ଟ୍ୱିନ୍‌ ସିଟିରେ ବୁଲି ବୁଲି ଚେନ୍‌ ଛିଣ୍ଡାଉଥିଲେ, ମାଡ଼ି ବସିଲା ପୁଲିସ୍‌

କଟକ(ଓଡ଼ିଶା ରିପୋର୍ଟର): ଟ୍ୱିନ୍‌ ସିଟିରେ ବୁଲି ବୁଲି ଚେନ୍‌ ଛିଣ୍ଡାଉଥିଲେ । ଏହାକୁ ନେଇ ତରଳାଇ ସୁନା ଦୋକାନରେ ବିକୁଥିଲେ।  ରୋଜଗାରର ଏପରି ସର୍ଟକଟ ବାଟ ବାହାର କରି ମାଲେମାଲ ହେଉଥିବା  ଏକ ଗ୍ୟାଙ୍ଗକୁ କଟକ ଚୌଦ୍ୱାର ପୁଲିସ୍‌ ମାଡ଼ି ବସିଥିବା ବେଳେ ସେମାନଙ୍କ ନିକଟରୁ ଜବତ କରିଛି ୨୨ଟି ସୁନା ଚେନ୍‌।

ଗିରଫ  ଲୁଟେରାମାନେ ହେଲେ ଗ୍ୟାଙ୍ଗର ମୁଖ୍ୟ ସୁବ୍ରତ ଭଟ୍ଟ ଓ ତାଙ୍କ ଦୁଇ ସହଯୋଗୀ ଦେବାଶିଷ ସ୍ୱାଇଁ ଏବଂ ଶୁଭମ କୋକାଟେ। ଅଭିଯୁକ୍ତଙ୍କଠାରୁ ୨୯୫ ଗ୍ରାମ ଓଜନର ୨୨ଟି ସୁନା ଚେନ୍ ଓ ଦୁଇଟି ପଲସର୍ ବାଇକ୍‌ ଜବତ କରାଯାଇଛି । କଟକ, ଭୁବନେଶ୍ୱର ସହ ଆଖପାଖ ଅଞ୍ଚଳରେ ଏମାନେ ନିଜ ଜାଲ ବିଛାଇ ଲୁଟ୍‌ କରୁଥିଲେ।  ।

ଜବତ ସୁନା ।

ପୁଲିସ୍‌କୁ ମିଳିଥିବା ସୂଚନା ଅନୁଯାୟୀ, ସୁବ୍ରତ ଓ ତା’ ଗ୍ୟାଙ୍ଗ ସୁନା ଅଳଙ୍କାର ଲୁଟ୍‌ କରି ଦେବାଶିଷ ଓ ଶୁଭମଙ୍କୁ ଦେଉଥିଲେ। ଏହି ଦୁଇ ଜଣ ଲୁଟ ଅଳଙ୍କାରକୁ ତରଳାଇ ବଜାରରେ ବିକ୍ରି କରୁଥିଲେ । ଏମାନଙ୍କ ଯୋଗାଯୋଗରେ କେଉଁ ସବୁ ସୁନା ଦୋକାନୀ ଅଛନ୍ତି, ସେନେଇ ତନାଘନା ଜାରି ରଖିଛି ପୁଲିସ୍‌। ଏହି ଗ୍ୟାଙ୍ଗର ମୁଖ୍ୟ ଲୁଟେରା ସୁବ୍ରତ ନାଁରେ ୨୦୦୮ ମସିହାରୁ କମିଶନରେଟ ପୁଲିସ୍‌ର ବିଭିନ୍ନ ଥାନାରେ ୩୩ଟି ମାମଲା ରହିଛି । ସେହିପରି ସହଯୋଗୀ ଶୁଭମ କୋକାଟେ ନାଁରେ ୨୧ଟି ମାମଲା ରହିଥିବା ସୂଚନା ଦେଇଛନ୍ତି କଟକ ଡିସିପି ପ୍ରତୀକ ସିଂ ।

The post ଟ୍ୱିନ୍‌ ସିଟିରେ ବୁଲି ବୁଲି ଚେନ୍‌ ଛିଣ୍ଡାଉଥିଲେ, ମାଡ଼ି ବସିଲା ପୁଲିସ୍‌ appeared first on Odisha Reporter.



from Odisha Reporter https://ift.tt/dvj9W4T

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages