ବିଲ୍‌ ଗେଟ୍‌ସ୍‌ଙ୍କୁ କରୋନା, ନେଇସାରିଛନ୍ତି ବୁଷ୍ଟର ଡୋଜ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 10, 2022

ବିଲ୍‌ ଗେଟ୍‌ସ୍‌ଙ୍କୁ କରୋନା, ନେଇସାରିଛନ୍ତି ବୁଷ୍ଟର ଡୋଜ୍‌

ନୂଆଦିଲ୍ଲୀ: କରୋନାରେ ଆକ୍ରାନ୍ତ ହେଲେ ମାଇକ୍ରୋସଫ୍ଟର କୋ-ପାଉଣ୍ଟର ବିଲ୍‌ ଗେଟ୍‌ସ। ତାଙ୍କ କରୋନା ରିପୋର୍ଟ ପଜିଟିଭ ଆସିଛି। ଏନେଇ ସେ ନିଜେ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି। କରୋନା ଆକ୍ରାନ୍ତ ହେବା ପରେ ସେ ନିଜକୁ ଆଇସୋଲେଟ୍‌ କରି ଦେଇଛନ୍ତି। ତାଙ୍କ ପାଖରେ କରୋନାର ସାମାନ୍ୟ ଲକ୍ଷଣ ଅଛି। ଯେତେ ପର୍ଯ୍ୟନ୍ତ ସେ ସୁସ୍ଥ ନ ହୋଇଛନ୍ତି ସେତେ ପର୍ଯ୍ୟନ୍ତ ସେ ଆଇସୋଲେସନରେ ରହିବ ବୋଲି ବିଲ୍‌ ଗେଟ୍‌ସ କହିଛନ୍ତି।

ବିଲ୍‌ ଗେଟ୍‌ସ ପୂର୍ବରୁ କରୋନାର ଟିକା ନେଇ ସାରିଛନ୍ତି। ଏପରି ସେ ନିକଟରେ ବୁଷ୍ଟର ଡୋଜ୍‌ ମଧ୍ୟ ନେଇସାରିଛନ୍ତି। ଏହା ସତ୍ତ୍ୱେ ବି ସେ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କୁ ଉନ୍ନତ ଚିକିତ୍ସା ସେବା ଯୋଗାଇ ଦିଆଯାଇଛି।

ବିଲ୍‌ ଏବଂ ମେଲିଣ୍ଡା ଗେଟ୍‌ସ୍‌ ଫାଉଣ୍ଡେସନ୍‌ ବିଶ୍ୱର ସବୁଠାରୁ ପ୍ରଭାବଶାଳୀ ଘରୋଇ ଫାଉଣ୍ଡେସନ ମଧ୍ୟରୁ ଗୋଟିଏ, ଯାହା ପାଖରେ ପ୍ରାୟ ୬୫ ବିଲିୟନ ଡଲାରର ସମ୍ପତ୍ତି ରହିଛି। ମହାମାରୀକୁ ରୋକିବା ପାଇଁ ନିଆଯାଉଥିବା ପଦକ୍ଷେପଗୁଡିକର ବିଲ୍ ଗେଟ୍ସ ସମର୍ଥକ ରହିଛନ୍ତି। ବିଶେଷକରି ଗରିବ ଦେଶମାନଙ୍କରେ ସେମାନେ ଟିକା ଏବଂ ଔଷଧ ଲୋକଙ୍କୁ ଉପଲବ୍ଧ କରାଇବା ପାଇଁ କାର୍ଯ୍ୟ କରୁଛନ୍ତି।

ଅକ୍ଟୋବରରେ ଗେଟ୍ସ ଫାଉଣ୍ଡେସନ ଘୋଷଣା କରିଥିଲା ଯେ, ସ୍ୱଳ୍ପ ଆୟକାରୀ ଦେଶମାନଙ୍କରେ ଔଷଧ ନିର୍ମାତା ମର୍କଙ୍କ ଆଣ୍ଟିଭାଇରାଲ୍ COVID-19 ବଟିକାର ଜେନେରିକ୍ ଭର୍ସନକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ୧୨୦ ମିଲିୟନ୍ ଡଲାର୍ ଖର୍ଚ୍ଚ ହେବ।

The post ବିଲ୍‌ ଗେଟ୍‌ସ୍‌ଙ୍କୁ କରୋନା, ନେଇସାରିଛନ୍ତି ବୁଷ୍ଟର ଡୋଜ୍‌ appeared first on Odisha Reporter.



from Odisha Reporter https://ift.tt/UMthH1P

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages